ପାକ୍‌ରେ ଆତଙ୍କ, ପିଓକେରେ ଅନିଶ୍ଚିତତା: ସୁରକ୍ଷା ପାଇଁ ବଙ୍କର ପ୍ରସ୍ତୁତ

ନୂଆଦିଲ୍ଲୀ/ଶ୍ରୀନଗର/ ଇସ୍‌ଲାମାବାଦ,୩ା୫:ଏପ୍ରିଲ ୨୨ରେ ଜମ୍ମୁ-କଶ୍ମୀରର ପହଲଗାମ୍‌ସ୍ଥିତ ପର୍ଯ୍ୟଟନସ୍ଥଳ ବୈସରନ୍‌ରେ ଆତଙ୍କବାଦୀମାନେ ୨୬ ହିନ୍ଦୁଙ୍କୁ ଗୁଳିକରି ହତ୍ୟାକରିବା ପରେ ଭାରତ ଏହି ଆକ୍ରମଣ ପାଇଁ ପାକିସ୍ତାନକୁ ଦାୟୀ କରି ପଡ଼ୋଶୀ ଦେଶ ବିରୋଧରେ ଅନେକ ପଦକ୍ଷେପ ନେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଓ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ଇତିମଧ୍ୟରେ ଅନେକ ଥର ପାକିସ୍ତାନକୁ ମୁହଁତୋଡ଼ ଜବାବ ଦିଆଯିବ ବୋଲି ଚେତାବନୀ ଦେଇସାରିଲେଣି। ଏପରି କି ପହଲଗାମ୍‌ ଆକ୍ରମଣର ପ୍ରତିଶୋଧ ନେବା ପାଇଁ ସ୍ଥାନ, ସମୟ ଓ ଢଙ୍ଗ ବାଛିବାକୁ ପ୍ରଧାନମନ୍ତ୍ରୀ ସୁରକ୍ଷା ବଳକୁ ପୂର୍ଣ୍ଣ ସ୍ବାଧୀନତା ଦେଇଛନ୍ତି। ଫଳରେ ଭାରତ ପଟୁ ସମ୍ଭାବ୍ୟ ଆକ୍ରମଣ ଆଶଙ୍କାରେ ପାକିସ୍ତାନୀ ସେନା ୨୦୨୧ର ଅସ୍ତ୍ରବିରତି ଚୁକ୍ତିକୁ ଉଲ୍ଲଂଘନ କରି ନିୟନ୍ତ୍ରଣରେଖା (ଏଲ୍‌ଓସି)ରେ ତୁହାକୁ ତୁହା ଗୁଳିବର୍ଷା ଓ ମୋର୍ଟାର ମାଡ଼ କରୁଛି। ଭାରତୀୟ ଯବାନମାନେ ମଧ୍ୟ ଏହାର ମୁହଁତୋଡ଼ ଜବାବ ଦେଉଥିବା ସେନା ପକ୍ଷରୁ କୁହାଯାଉଛି। କିନ୍ତୁ ପାକିସ୍ତାନ ଉପରେ କୌଣସି ବଡ଼ଧରଣର ସାମରିକ କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିବାରୁ ଭାରତ କେତେବେଳେ ଆକ୍ରମଣ କରିବ ବୋଲି ପାକିସ୍ତାନୀମାନେ ଚିନ୍ତିତ ହୋଇପଡ଼ିଛନ୍ତି। ନୂଆଦିଲ୍ଲୀର ନୀରବତାକୁ ‘ଝଡ଼ ପୂର୍ବର ଶାନ୍ତ ସ୍ଥିତି’ ବୋଲି ଇସ୍‌ଲାମାବାଦ ମନେକରୁଥିବା ସେଠାକାର ଜଣେ ସୁରକ୍ଷା ବିଶ୍ଳେଷକ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି।
ଆକ୍ରମଣ ପରେ ଏହି ଗଣହତ୍ୟା ପାଇଁ ଦି ରେଜିଷ୍ଟାନ୍ସ ଫୋର୍ସ (ଟିଆର୍‌ଏଫ୍‌) ନିଜକୁ ଦାୟୀ କରିଥିଲା। ଟିଆର୍‌ଏଫ୍‌ ଲଶ୍କର-ଇ-ତୋଇବା (ଏଲ୍‌ଇଟି) ପ୍ରତି ଆନୁଗତ୍ୟ ପ୍ରକାଶ କରୁଥିବାରୁ ଏହା ପଛରେ ହାଫିଜ୍‌ ସୟିଦ୍‌(୭୭)ଙ୍କ ଭୂମିକା ଥିବା କୁହାଯାଉଛି। ହାଫିଜ୍‌ଙ୍କୁ ନିପାତ କରିବା ପାଇଁ ଭାରତୀୟ ସୁରକ୍ଷା ବଳ କୌଣସି ସମୟରେ ପାକିସ୍ତାନ ଭୂଖଣ୍ଡରେ ବଡ଼ ଆକ୍ରମଣ କରିପାରେ ବୋଲି ଇସ୍‌ଲାମାବାଦ୍‌ ମନେକରୁଛି। ପାକିସ୍ତାନୀ ଗୋଇନ୍ଦା ସଂସ୍ଥାଗୁଡ଼ିକ ସେନା ସହ ସମନ୍ବୟ ରଖି ହାଫିଜ୍‌ଙ୍କ ସୁରକ୍ଷାରେ ସ୍ପେଶିଆଲ ସର୍ଭିସେସ୍‌ ଗ୍ରୁପ୍‌ (ଏସ୍‌ଏସ୍‌ଜି)କୁ ନିୟୋଜିତ କରିଛନ୍ତି। ଲାହୋରର ମୋହଲ୍ଲା ଜୋହରରେ ଥିବା ତାଙ୍କ ଘର ବାହାରେ ଅତିରିକ୍ତ ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଛି। ଏପରି କି ହାଫିଜ୍‌ଙ୍କ ଘରଠାରୁ କିଛି କି.ମି. ପର୍ଯ୍ୟନ୍ତ ଅଞ୍ଚଳକୁ ସିସିଟିଭି ସର୍ଭିଲାନ୍ସ ଭିତରେ ରଖାଯାଇଛି। ସେହିପରି ହାଫିଜ୍‌ଙ୍କ ଟେନ୍‌ଓ୍ବର୍କ ସୁଦୃଢ଼ ଥିବା ପାକ୍‌-ଅଧିକୃତ କଶ୍ମୀର (ପିଓକେ) ମଧ୍ୟ ସମ୍ଭାବ୍ୟ ଆକ୍ରମଣ ଆଶଙ୍କା ଘାରିଛି। ଏଥିପାଇଁ ପିଓକେରେ ଥିବା ୧,୦୦୦ରୁ ଊର୍ଦ୍ଧ୍ୱ ମଦ୍ରାସାକୁ ବନ୍ଦ କରିଦିଆଯାଇଛି। ମୁଜାଫରାବାଦ୍‌ ଏବଂ ଏଲ୍‌ଓସି ସଂଲଗ୍ନ ସହରଗୁଡ଼ିକର ସ୍କୁଲ ପରିସରରେ ପିଲାଙ୍କୁ ନିଅଁା ଲିଭାଇବା, ଆହତଙ୍କ ଚିକିତ୍ସା କରିବା ଆଦି ତାଲିମ୍‌ ଦିଆଯାଉଛି। ସୀମାରୁ ମାତ୍ର ୩ କି.ମି. ଦୂରରେ ଥିବା ଚକୋଠି ଭଳି ଗ୍ରାମଗୁଡ଼ିକରେ ମାତାପିତାମାନେ ପିଲାଙ୍କୁ ଘରୁ ଛାଡ଼ୁନାହାନ୍ତି। ଅନେକ ସୀମାନ୍ତ ଗ୍ରାମରେ ବଙ୍କରକୁ ଆମତ୍ଗୋପନ ଲାଗି ପ୍ରସ୍ତୁତ କରି ରଖାଯାଇଛି। ଏଲ୍‌ଓସି ସଂଲଗ୍ନ ୧୩ ବିଧାନସଭା ନିର୍ବାଚନମଣ୍ଡଳୀରେ ୨ ମାସ ପାଇଁ ଖାଦ୍ୟ ମହଜୁଦ୍‌ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିବା ପିଓକେ ପ୍ରଧାନମନ୍ତ୍ରୀ ଚୌଧରୀ ଅନ୍‌ଓ୍ବର ଉଲ୍‌ ହକ୍‌ ସୂଚନା ଦେଇଛନ୍ତି। ପ୍ରାକୃତିକ ଶୋଭାରାଜିକୁ ନେଇ ଗ୍ରୀଷ୍ମରେ ୩ ଲକ୍ଷ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିବା ନୀଲମ୍‌ ଉପତ୍ୟକା ଖାଲି ହେବାରେ ଲାଗିଛି। ପର୍ଯ୍ୟଟକମାନେ ଯୁଦ୍ଧ ଆଶଙ୍କାରେ ହୋଟେଲଗୁଡ଼ିକୁ ଛାଡ଼ି ପଳାୟନ କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ୪୮ ହୋଟେଲ ଖାଲି ହେଲାଣି। ସ୍ଥାନୀୟ ବ୍ୟବସାୟ ଉପରେ ଏହାର ପ୍ରଭାବ ପଡ଼ିଥିବା ହୋଟେଲ ବ୍ୟବସାୟୀ ରଫାକତ୍‌ ହୁସେନ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri