ପାକ୍‌ରେ ଆତଙ୍କ, ପିଓକେରେ ଅନିଶ୍ଚିତତା: ସୁରକ୍ଷା ପାଇଁ ବଙ୍କର ପ୍ରସ୍ତୁତ

ନୂଆଦିଲ୍ଲୀ/ଶ୍ରୀନଗର/ ଇସ୍‌ଲାମାବାଦ,୩ା୫:ଏପ୍ରିଲ ୨୨ରେ ଜମ୍ମୁ-କଶ୍ମୀରର ପହଲଗାମ୍‌ସ୍ଥିତ ପର୍ଯ୍ୟଟନସ୍ଥଳ ବୈସରନ୍‌ରେ ଆତଙ୍କବାଦୀମାନେ ୨୬ ହିନ୍ଦୁଙ୍କୁ ଗୁଳିକରି ହତ୍ୟାକରିବା ପରେ ଭାରତ ଏହି ଆକ୍ରମଣ ପାଇଁ ପାକିସ୍ତାନକୁ ଦାୟୀ କରି ପଡ଼ୋଶୀ ଦେଶ ବିରୋଧରେ ଅନେକ ପଦକ୍ଷେପ ନେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଓ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ଇତିମଧ୍ୟରେ ଅନେକ ଥର ପାକିସ୍ତାନକୁ ମୁହଁତୋଡ଼ ଜବାବ ଦିଆଯିବ ବୋଲି ଚେତାବନୀ ଦେଇସାରିଲେଣି। ଏପରି କି ପହଲଗାମ୍‌ ଆକ୍ରମଣର ପ୍ରତିଶୋଧ ନେବା ପାଇଁ ସ୍ଥାନ, ସମୟ ଓ ଢଙ୍ଗ ବାଛିବାକୁ ପ୍ରଧାନମନ୍ତ୍ରୀ ସୁରକ୍ଷା ବଳକୁ ପୂର୍ଣ୍ଣ ସ୍ବାଧୀନତା ଦେଇଛନ୍ତି। ଫଳରେ ଭାରତ ପଟୁ ସମ୍ଭାବ୍ୟ ଆକ୍ରମଣ ଆଶଙ୍କାରେ ପାକିସ୍ତାନୀ ସେନା ୨୦୨୧ର ଅସ୍ତ୍ରବିରତି ଚୁକ୍ତିକୁ ଉଲ୍ଲଂଘନ କରି ନିୟନ୍ତ୍ରଣରେଖା (ଏଲ୍‌ଓସି)ରେ ତୁହାକୁ ତୁହା ଗୁଳିବର୍ଷା ଓ ମୋର୍ଟାର ମାଡ଼ କରୁଛି। ଭାରତୀୟ ଯବାନମାନେ ମଧ୍ୟ ଏହାର ମୁହଁତୋଡ଼ ଜବାବ ଦେଉଥିବା ସେନା ପକ୍ଷରୁ କୁହାଯାଉଛି। କିନ୍ତୁ ପାକିସ୍ତାନ ଉପରେ କୌଣସି ବଡ଼ଧରଣର ସାମରିକ କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିବାରୁ ଭାରତ କେତେବେଳେ ଆକ୍ରମଣ କରିବ ବୋଲି ପାକିସ୍ତାନୀମାନେ ଚିନ୍ତିତ ହୋଇପଡ଼ିଛନ୍ତି। ନୂଆଦିଲ୍ଲୀର ନୀରବତାକୁ ‘ଝଡ଼ ପୂର୍ବର ଶାନ୍ତ ସ୍ଥିତି’ ବୋଲି ଇସ୍‌ଲାମାବାଦ ମନେକରୁଥିବା ସେଠାକାର ଜଣେ ସୁରକ୍ଷା ବିଶ୍ଳେଷକ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି।
ଆକ୍ରମଣ ପରେ ଏହି ଗଣହତ୍ୟା ପାଇଁ ଦି ରେଜିଷ୍ଟାନ୍ସ ଫୋର୍ସ (ଟିଆର୍‌ଏଫ୍‌) ନିଜକୁ ଦାୟୀ କରିଥିଲା। ଟିଆର୍‌ଏଫ୍‌ ଲଶ୍କର-ଇ-ତୋଇବା (ଏଲ୍‌ଇଟି) ପ୍ରତି ଆନୁଗତ୍ୟ ପ୍ରକାଶ କରୁଥିବାରୁ ଏହା ପଛରେ ହାଫିଜ୍‌ ସୟିଦ୍‌(୭୭)ଙ୍କ ଭୂମିକା ଥିବା କୁହାଯାଉଛି। ହାଫିଜ୍‌ଙ୍କୁ ନିପାତ କରିବା ପାଇଁ ଭାରତୀୟ ସୁରକ୍ଷା ବଳ କୌଣସି ସମୟରେ ପାକିସ୍ତାନ ଭୂଖଣ୍ଡରେ ବଡ଼ ଆକ୍ରମଣ କରିପାରେ ବୋଲି ଇସ୍‌ଲାମାବାଦ୍‌ ମନେକରୁଛି। ପାକିସ୍ତାନୀ ଗୋଇନ୍ଦା ସଂସ୍ଥାଗୁଡ଼ିକ ସେନା ସହ ସମନ୍ବୟ ରଖି ହାଫିଜ୍‌ଙ୍କ ସୁରକ୍ଷାରେ ସ୍ପେଶିଆଲ ସର୍ଭିସେସ୍‌ ଗ୍ରୁପ୍‌ (ଏସ୍‌ଏସ୍‌ଜି)କୁ ନିୟୋଜିତ କରିଛନ୍ତି। ଲାହୋରର ମୋହଲ୍ଲା ଜୋହରରେ ଥିବା ତାଙ୍କ ଘର ବାହାରେ ଅତିରିକ୍ତ ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଛି। ଏପରି କି ହାଫିଜ୍‌ଙ୍କ ଘରଠାରୁ କିଛି କି.ମି. ପର୍ଯ୍ୟନ୍ତ ଅଞ୍ଚଳକୁ ସିସିଟିଭି ସର୍ଭିଲାନ୍ସ ଭିତରେ ରଖାଯାଇଛି। ସେହିପରି ହାଫିଜ୍‌ଙ୍କ ଟେନ୍‌ଓ୍ବର୍କ ସୁଦୃଢ଼ ଥିବା ପାକ୍‌-ଅଧିକୃତ କଶ୍ମୀର (ପିଓକେ) ମଧ୍ୟ ସମ୍ଭାବ୍ୟ ଆକ୍ରମଣ ଆଶଙ୍କା ଘାରିଛି। ଏଥିପାଇଁ ପିଓକେରେ ଥିବା ୧,୦୦୦ରୁ ଊର୍ଦ୍ଧ୍ୱ ମଦ୍ରାସାକୁ ବନ୍ଦ କରିଦିଆଯାଇଛି। ମୁଜାଫରାବାଦ୍‌ ଏବଂ ଏଲ୍‌ଓସି ସଂଲଗ୍ନ ସହରଗୁଡ଼ିକର ସ୍କୁଲ ପରିସରରେ ପିଲାଙ୍କୁ ନିଅଁା ଲିଭାଇବା, ଆହତଙ୍କ ଚିକିତ୍ସା କରିବା ଆଦି ତାଲିମ୍‌ ଦିଆଯାଉଛି। ସୀମାରୁ ମାତ୍ର ୩ କି.ମି. ଦୂରରେ ଥିବା ଚକୋଠି ଭଳି ଗ୍ରାମଗୁଡ଼ିକରେ ମାତାପିତାମାନେ ପିଲାଙ୍କୁ ଘରୁ ଛାଡ଼ୁନାହାନ୍ତି। ଅନେକ ସୀମାନ୍ତ ଗ୍ରାମରେ ବଙ୍କରକୁ ଆମତ୍ଗୋପନ ଲାଗି ପ୍ରସ୍ତୁତ କରି ରଖାଯାଇଛି। ଏଲ୍‌ଓସି ସଂଲଗ୍ନ ୧୩ ବିଧାନସଭା ନିର୍ବାଚନମଣ୍ଡଳୀରେ ୨ ମାସ ପାଇଁ ଖାଦ୍ୟ ମହଜୁଦ୍‌ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିବା ପିଓକେ ପ୍ରଧାନମନ୍ତ୍ରୀ ଚୌଧରୀ ଅନ୍‌ଓ୍ବର ଉଲ୍‌ ହକ୍‌ ସୂଚନା ଦେଇଛନ୍ତି। ପ୍ରାକୃତିକ ଶୋଭାରାଜିକୁ ନେଇ ଗ୍ରୀଷ୍ମରେ ୩ ଲକ୍ଷ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିବା ନୀଲମ୍‌ ଉପତ୍ୟକା ଖାଲି ହେବାରେ ଲାଗିଛି। ପର୍ଯ୍ୟଟକମାନେ ଯୁଦ୍ଧ ଆଶଙ୍କାରେ ହୋଟେଲଗୁଡ଼ିକୁ ଛାଡ଼ି ପଳାୟନ କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ୪୮ ହୋଟେଲ ଖାଲି ହେଲାଣି। ସ୍ଥାନୀୟ ବ୍ୟବସାୟ ଉପରେ ଏହାର ପ୍ରଭାବ ପଡ଼ିଥିବା ହୋଟେଲ ବ୍ୟବସାୟୀ ରଫାକତ୍‌ ହୁସେନ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

SCBରେ ନିର୍ମାଣ ହେବ ୧୭ ମହଲା ବିଶିଷ୍ଟ ମଲ୍‌ଟି ଲେଭଲ୍ ପାର୍କିଂ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

ଭାରତକୁ ପାକ୍ ନେତାଙ୍କ କ୍ଷେପଣାସ୍ତ୍ର ମାଡ଼ ଧମକ: ବାଂଲାଦେଶ ସହ ସାମରିକ ମେଣ୍ଟ ପାଇଁ ଆହ୍ୱାନ

ଭୁବନେଶ୍ୱର,୨୩।୧୨: ପଡ଼ୋଶୀ ବାଂଲାଦେଶରେ ଜାରି ରହିଥିବା ଅଶାନ୍ତି ଏବଂ ଭାରତ ସହ ବଢୁଥିବା ତିକ୍ତତା ମଧ୍ୟରେ ପାକିସ୍ତାନର ଜଣେ ପ୍ରଭାବଶାଳୀ ନେତା ଭାରତ ବିରୋଧରେ ବିଷୋଦଗାର...

ଫସିଗଲେ କପିଲ ଶର୍ମା: ମାମଲା ରୁଜୁ

ଫସିଯାଇଛନ୍ତି କମେଡି କିଙ୍ଗ କପିଲ ଶର୍ମା। ତାଙ୍କ ଶୋ ‘ଦି ଗ୍ରେଟ ଇଣ୍ଡିଆନ କପିଲ ଶୋ’ ପୁଣିଥରେ ଚର୍ଚ୍ଚାରେ। ନୂତନ ସିଜିନର ପ୍ରଥମ ଏପିସୋଡରେ ପ୍ରିୟଙ୍କା...

ଶୀତଦିନେ ବ୍ରଏଲର କୁକୁଡ଼ାର ନିଅନ୍ତୁ ବିଶେଷ ଯତ୍ନ: ଅବହେଳା କଲେ ହୋଇପାରେ ବଡ଼ ଆର୍ଥିକ କ୍ଷତି

ଭୁବନେଶ୍ୱର,୨୩।୧୨: ଓଡ଼ିଶାରେ ଶୀତର ପ୍ରକୋପ ବଢ଼ୁଥିବା ବେଳେ ବ୍ରଏଲର କୁକୁଡ଼ା ଚାଷୀଙ୍କ ପାଇଁ ସତର୍କତା ଜାରି କରାଯାଇଛି। ଅତ୍ୟଧିକ ଥଣ୍ଡା ଯୋଗୁଁ କୁକୁଡ଼ାଙ୍କ ଶାରୀରିକ ଅଭିବୃଦ୍ଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri