ଡରାଇଲା ଭବିଷ୍ୟବାଣୀ, ଜୁଲାଇରେ ଆସିବ ଭୟଙ୍କର ସୁନାମୀ, ୩୦ଫୁଟ ଉଚ୍ଚତାରେ ଊଠିବ ଜୁଆର!

ଟୋକିଓ,୧୬।୫: ଜାପାନର ଜଣାଶୁଣା ଭବିଷ୍ୟବକ୍ତା ତଥା ପୂର୍ବତନ ମାଙ୍ଗା କଳାକାର ରୟୋ ତାତ୍ସୁକି, ଯିଏକି ‘ଜାପାନର ବାବା ଭେଙ୍ଗା’ ନାମରେ ପରିଚିତ, ଏକ ଭୟଙ୍କର ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି ଯେ ୨୦୨୫ ଜୁଲାଇରେ ଜାପାନ ସମେତ ଏସିଆର ବିଭିନ୍ନ ଅଞ୍ଚଳରେ ଏକ ବିପଜ୍ଜନକ ସୁନାମୀ ଆସିବାକୁ ଯାଉଛି। ଏହି ସୁନାମୀ ୨୦୧୧ ଟୋହୋକୁ ସୁନାମୀଠାରୁ ତିନି ଗୁଣ ବ ହୋଇପାରେ ବୋଲି ସେ ଚେତାବନୀ ଦେଇଛନ୍ତି।

ରୟୋ ତାତ୍ସୁକିଙ୍କର ପୂର୍ବ ଭବିଷ୍ୟବାଣୀ ମଧ୍ୟରେ ୧୯୯୧ରେ ଗାୟକ ଫ୍ରେଡି ମର୍କ୍ୟୁରୀଙ୍କ ମୃତ୍ୟୁ, ୧୯୯୫ରେ କୋବେ ଭୂମିକମ୍ପ ଓ ୨୦୧୧ରେ ଟୋହୋକୁ ଭୂମିକମ୍ପ ତଥା ସୁନାମୀ ଅନ୍ତର୍ଭୁକ୍ତ, ଯାହା ଫୁକୁଶିମା ପରମାଣୁ ସଙ୍କଟର କାରଣ ହୋଇଥିଲା। ଏହି ଭବିଷ୍ୟବାଣୀଗୁଡିକ ସଠିକ ହୋଇଥିବାରୁ ତାଙ୍କ ନାମ ବିଶ୍ୱବ୍ୟାପୀ ଚର୍ଚ୍ଚାରେ ରହିଛି।

ତାତ୍ସୁକିଙ୍କ ଭବିଷ୍ୟବାଣୀ ଅନୁସାରେ, ଏହି ସୁନାମୀର କେନ୍ଦ୍ରବିନ୍ଦୁ ଜାପାନ, ତାଇୱାନ, ଇଣ୍ଡୋନେସିଆ ଓ ଉତ୍ତର ମାରିଆନା ଦ୍ୱୀପପୁଞ୍ଜକୁ ହେବ। ଏହି ସୁନାମୀ ଜାପାନ, ଫିଲିପାଇନ୍ସ, ତାଇୱାନ ଓ ଇଣ୍ଡୋନେସିଆର ଉପକୂଳବର୍ତ୍ତୀ ଅଞ୍ଚଳକୁ ପ୍ରଭାବିତ କରିପାରେ ବୋଲି ସେ ଆଶଙ୍କା କରିଛନ୍ତି।

ବୈଜ୍ଞାନିକମାନେ ୨୦୨୫ରେ ଏପରି ଏକ ସୁନାମୀର ସମ୍ଭାବନାକୁ ଅସୱୀକାର କରିଛନ୍ତି, କାରଣ ଏପରି କୌଣସି ଭୂତାତ୍ତ୍ୱିକ ପ୍ରମାଣ ବର୍ତ୍ତମାନ ମିଳିନାହିଁ। ତେବେ ସେମାନେ ମାନିଛନ୍ତି ଯେ ଜାପାନ ପ୍ରଶାନ୍ତ ମହାସାଗରୀୟ ରିଙ୍ଗ ଅଫ ଫାୟାରରେ ଅବସ୍ଥିତ, ଯେଉଁଠାରେ ଭୂମିକମ୍ପ ଓ ସୁନାମୀ ସାଧାରଣ। ବିଶେଷକରି ନାଙ୍କାଇ ଟ୍ରଫ, ଯେଉଁଠାରେ ଏକ ବ ଭୂମିକମ୍ପ ୩୦ଫୁଟରୁ ଅଧିକ ଉଚ୍ଚତାର ପାଣି ମାଡି ଆସିବ।


Enter your email to get our daily news in your inbox.

All Right Reserved By Dharitri.Com

ଅବହେଳିତ ସାମାଜିକ ସୁରକ୍ଷା ଅଧିକାରୀ: ପୁନର୍ଗଠନ, ପଦୋନ୍ନତି ମିଳିବାରେ ବିଳମ୍ବ

ଭବାନୀପାଟଣା,୫ା୨(ଉତ୍ତମ କୁମାର ଦାଶ): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନହିତକର ଯୋଜନାର ସଫଳ ରୂପାୟନ ନିମନ୍ତେ ଗତ କିଛିବର୍ଷ ହେଲା ସମସ୍ତ ବିଭାଗକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ…

ଛାତ୍ରୀଙ୍କୁ ଅସଦାଚରଣ ଘଟଣା: ପ୍ରଧାନ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ

ଭବାନୀପାଟଣା, ୫ା୨(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ପରମାନନ୍ଦପୁରସ୍ଥିତ ରେଡ୍‌କ୍ରସ ଅନ୍ଧ, ମୂକ, ବଧିର ବିଦ୍ୟାଳୟର ଜଣେ କର୍ମଚାରୀଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆସିଥିଲା। ଏ…

ଜଙ୍ଗଲ କିସମ ଜମି ଧାନ ଫସଲ ଜବତ ଘଟଣା: ନିଲାମ ବିରୋଧରେ ହାଇକୋର୍ଟଙ୍କ ରୋକ

ମହାକାଳପଡ଼ା,୫ା୨ (ପ୍ରତାପ ଚନ୍ଦ୍ର ସ୍ବାଇଁ)::କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପେଟଛେଲା ମୌଜା ୨୪ ଏକର ଗ୍ରାମ୍ୟ ଜଙ୍ଗଲ ଜମିରେ ସ୍ଥାନୀୟ ଅଞ୍ଚଳର ୨୦ରୁ ଅଧିକ ଚାଷୀ ଭାଗ…

ମିଳିନି ୪ମାସର ଭତ୍ତା, ଜିଲାପାଳଙ୍କୁ ଭେଟିଲେ ବୃଦ୍ଧାବୃଦ୍ଧ

ନୟାଗଡ଼,୫।୨(ଲୋକନାଥ ମିଶ୍ର): ୪ମାସ ଧରି ଭତ୍ତା ନ ପାଇବାରୁ ନୟାଗଡ଼ ବ୍ଲକ ବାଲୁଗଁା ଓ ଲାଠିପଡା ଗ୍ରାମର ବୃଦ୍ଧାବୃଦ୍ଧ ବୁଧବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଥିଲେ।…

୬.୬.୬.୬.୬.୬.୬…ମାତ୍ର ୨୦ ବଲ୍‌ରେ ଚମତ୍କାର କଲେ ଇଶାନ

ନୂଆଦିଲ୍ଲୀ,୫।୨: ଆଇସିସି ଟି-୨୦ ବିଶ୍ୱକପ ୨୦୨୬ ପାଇଁ ଟିମ ଇଣ୍ଡିଆ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଗତ ୪ ଫେବୃଆରୀ ରାତିରେ ଟି-୨୦ ବିଶ୍ୱକପ ଅଭ୍ୟାସ ମ୍ୟାଚରେ ଟିମ…

ମୁଣ୍ଡ ଟେକିଲା ବିତର୍କ: ଆମେରିକୀୟ କୃଷି ଉତ୍ପାଦ ଉପରେ ଭାରତ କଷିବନି ଟାରିଫ୍‌

ନ୍ୟୁୟର୍କ/ ଓ୍ବାଶିଂଟନ୍‌/ ନୂଆଦିଲ୍ଲୀ, ୫ା୨:ନୂଆଦିଲ୍ଲୀ ଏବଂ ଓ୍ବାଶିଂଟନ୍‌ ମଧ୍ୟରେ କିଛି ମାସର ବାଣିଜି୍ୟକ ଅନିଶ୍ଚିତତା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଫେବୃଆରୀ ୨ରେ ଐତିହାସିକ ଟ୍ରେଡ୍‌…

ଉଠିଲାଣି ୫୬ ଲକ୍ଷ, ପଡ଼ିରହିଛି ୭ ଲକ୍ଷ କୁଇଣ୍ଟାଲ

ଭବାନୀପାଟଣା,୫ା୨ (ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାରେ ଚଳିତ ଖରିଫ ଧାନ କିଣା ଆରମ୍ଭରୁ ଅବ୍ୟବସ୍ଥା ଲାଗିରହିଛି। ଧାନ କିଣାକୁ ୨ ମାସରୁ ଊଦ୍ଧର୍‌ବ ସମୟ ବିତିଯାଇଥିଲେ ମଧ୍ୟ…

ଛାତିଥରା…ଦୁଇ ଗାଁରେ 162 ଜଣଙ୍କୁ ହତ୍ୟା

ନୂଆଦିଲ୍ଲୀ,୫।୨: ପଶ୍ଚିମ ନାଇଜେରିଆର ଦୁଇଟି ଗାଁରେ ଆକ୍ରମଣ କରି ସଶସ୍ତ୍ର ଆତଙ୍କବାଦୀମାନେ ଅତି କମରେ ୧୬୨ ଜଣଙ୍କୁ ନିର୍ମମ ଭାବରେ ହତ୍ୟା କରିଛନ୍ତି। ବୁଧବାର ଦିନ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri