ଦିଗପହଣ୍ଡି,୪।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ଚିକିଟି ମୁଖ୍ୟରାସ୍ତାର ଝାଟିପିଟିଆ ଗ୍ରାମ ନିକଟରେ ରବିବାର ସକାଳେ ଭୟଙ୍କର ଦୁର୍ଘଟଣା ଘଟିଛି। ଯାତ୍ରୀବାହୀ ମିନିବସ ନଂ.(ଓ ଆର ୦୭ ଜେ – ୩୩୩୮) ସହ ଶୁଖୁଆ ବୋଝେଇ ପିକଅପ ଭ୍ୟାନ ନଂ. (ଓଡ଼ି୧୭ ଏଏଫ -୮୨୦୭) ମୁହାଁ ମୁହିଁ ଧକ୍କା ହେବାରୁ ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହାତ ହୋଇଛନ୍ତି। ଦୁର୍ଘଟଣାରେ ଭାସ୍କର ସେଠୀ(୭୦), ଲିଙ୍ଗରାଜ ଗୌଡ଼(୮୦),ରାଜେଶ ସାହୁ(୭), ହୃଷୀକେଶ ଦାସ(୫୪),ବନ୍ଦନା ବେହେରା(୨୧), ପୂର୍ଣ୍ଣଚନ୍ଦ୍ର ପାତ୍ର(୩୯), ରଶ୍ମିତା ବାଡ଼ତ୍ୟା(୪୦), ମମତା ପାତ୍ର(୩୨), ଶିବ ପୂଜାରୀ(୪), ହେମନ୍ତ ପୂଜାରୀ(୧୯)ଙ୍କ ସମେତ ୨୦ ଜଣ ଆହାତ ହୋଇଛନ୍ତି। ଅଗ୍ନିଶମ ବାହିନୀ ଓ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଆହାତଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ପ୍ରାଥମିକ ଚିକିତ୍ସାପରେ ୭ ଆହତଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଦିଗପହଣ୍ଡିରୁ ଚିକିଟି ଅଭିମୁଖେ ଯାଉଥିବା ଯାତ୍ରୀବାହୀ ବସ୍କୁ ଚିକିଟିରୁ ଦିଗପହଣ୍ଡି ଅଭିମୁଖେ ଦୃତଗତିରେ ଆସୁଥିବା ପିକଅପ ଭ୍ୟାନଟି ଧକ୍କାଦେଇ ଘଟଣାସ୍ଥଳରେ ଓଲଟି ପଡିଥିଲା। ପୋଲିସ ଉଭୟ ଦୁର୍ଘଟଣାଗସ୍ତ ଗାଡ଼ି ଦୁଇଟିକୁ ଜବତ କରି ତଦନ୍ତ ଚଳାଇଛନ୍ତି।