ଭୟଙ୍କର ଦୁର୍ଘଟଣା: ଓଭରବ୍ରିଜ୍‌ ନିକଟରେ କଣ୍ଟେନର-ଟ୍ରକ୍‌ ମୁହାଁମୁହିଁ ହେବାରୁ…

ଗଞ୍ଜାମ,୨୨ା୧(ଅନାଥ ତରାଇ): ଗଞ୍ଜାମସ୍ଥିତ ହୁମ୍ମା ଫାଣ୍ଡି ଅନ୍ତର୍ଗତ ଲକ୍ଷ୍ମୀପୁର ଓଭରବ୍ରିଜ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ବୁଧବାର ବିଲମ୍ବିତ ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଯାଇଛି। ଏକ କଣ୍ଟେନର (ଏନ୍‌ଏଲ୍‌ଓ ୧ଏଏଫ୍‌ ୯୧୮୦) ଅନ୍ୟ ଏକ ଟ୍ରକ୍‌ (ଟିଏନ୍‌ ୩୪ ଏମ୍‌ଏ ୫୧୮୫)କୁ ଜୋରଦାର ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ଟ୍ରକ୍‌ ଚାଳକ ସାମାନ୍ୟ ଆହତ ହୋଇ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ସୂଚନାନୁଯାୟୀ, ପୁଇଁତୋଳାଠାରୁ ହୁମ୍ମା ପର୍ଯ୍ୟନ୍ତ ରାସ୍ତା କାମ ଚାଲୁଥିବାରୁ ଗୋଟିଏ ପାର୍ଶ୍ୱରେ ଯାନବାହନ ଚଳାଚଳ କରୁଛି। ଏହି କାରଣରୁ ଦୁଇଟି ଯାକ ଗାଡ଼ି ମଧ୍ୟରେ ଧକ୍କା ହୋଇଥିଲା। ରାସ୍ତା ମଝିରେ ଗାଡ଼ି ଦୁଇଟି ରହିଯିବା ଫଳରେ ଜାତୀୟ ରାଜପଥରେ ଟ୍ରାଫିକ୍‌ ସମସ୍ୟା ଦେଖାଦେଇଛି। ଘଟଣାସ୍ଥଳରେ ହୁମ୍ମା ଫାଣ୍ଡି ଅଧିକାରୀ ସତ୍ୟଜିତ ବେଣୀଆ ପୋଲିସ ଫୋର୍ସ ସହ ପହଞ୍ଚି ଗାଡ଼ିଗୁଡ଼ିକୁ ରାସ୍ତାରୁ ହଟାଇବା ସହ ଯାତାୟାତ ସ୍ବାଭାବିକ କରିବାକୁ ପ୍ରୟାସ ଜାରି ରଖିଛନ୍ତି।

Dharitri –Odisha’s No.1 Trusted Odia Daily

Share