ଭଦ୍ରକ,୧୬।୯: ଭଦକ ସହରରେ ସରକାରୀ ଜାଗାରୁ ଦୋକାନ ଉଚ୍ଛେଦ ବେଳେ ମଙ୍ଗଳବାର ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ଉଚ୍ଛେଦକୁ ବିରୋଧ କରି ଦୋକାନୀ-ପୋଲିସ ମୁହାଁମୁହିଁ ହେବା ସହ ଧସ୍ତାଧସ୍ତି ହୋଇଛନ୍ତି।
ସହରର ବାଇପାସ୍ଠାରୁ ନଗର ପର୍ଯ୍ୟନ୍ତ ଉଚ୍ଛେଦ ବେଳେ ଏଭଳି ପରିସ୍ଥିତି ଉପୁଜିଛି। ଏପରିକି ଦୋକାନୀମାନେ ପ୍ରତିବାଦ କରି ବିଭିନ୍ନ ପ୍ଲାକାର୍ଡ ଧରି ନାରାବାଜି କରିଥିଲେ।
ଖବର ପାଇ ସ୍ଥାନୀୟ ତହସିଲଦାରଙ୍କ ସହ ଉପଜିଲାପାଳ ପୋଲିସ ଫୋର୍ସ ସହ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାଶୁଝା କରିଥିଲେ। ହେଲେ ଦୋକାନୀମାନେ ଆଗ ଥଇଥାନ କରିବାକୁ ଦାବି କରିଛନ୍ତି।

