ବାରବାଟୀ ଟିକେଟ୍‌କୁ ନେଇ ତନାଘନା

ଅନୁଗୋଳ ଅଫିସ, ୧୪।୬ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ରବିବାର କଟକ ବାରବାଟୀ ଷ୍ଟାଡିୟମରେ ଦ୍ୱିତୀୟ ଟି-୨୦ ମ୍ୟାଚ ଆୟୋଜିତ ହୋଇଯାଇଥିଲେ ମଧ୍ୟ ଅନୁଗୋଳ ଜିଲା କ୍ରିକେଟ ଆସୋସିଏଶନ (ଏଡିସିଏ)କୁ ମିଳିଥିବା ଟିକେଟ୍‌ ଓ ପାସ୍‌କୁ ନେଇ ଅସନ୍ତୋଷ ତେଜିବାରେ ଲାଗିଛି। ମିଳିଥିବା ଟିକେଟ ଓ ପାସ୍‌ ସମ୍ପର୍କରେ ସଂଘ ସଭାପତି ଓ ସମ୍ପାଦକ ଅବଗତ କରି ନ ଥିବାରୁ ଅସନ୍ତୁଷ୍ଟ ହୋଇ ଏଡିସିଏ କୋଷାଧ୍ୟକ୍ଷ ରଞ୍ଜନ କୁମାର ଧୀରସାମନ୍ତ ରବିବାର ରାତିରେ ତାଙ୍କ ପଦବୀରୁ ଇସ୍ତଫା ଦେଇଥିଲେ। ସୋମବାର ଏହାର ତର୍ଜମା ଆରମ୍ଭ ହୋଇଥିବାବେଳେ ନୂଆ ନୂଆ ଅଭିଯୋଗ ଆଗକୁ ଆସୁଛି। କେତୋଟି ଟିକେଟ୍‌ ଅମଲାପଡ଼ାର ଏକ ସ୍ପୋଟର୍‌ପ ଦୋକାନରେ ବିକ୍ରି କରାଯାଇଥିବା କୁହାଯାଉଛି। ଅନ୍ୟପକ୍ଷରେ ଏଡିସିଏ ସମ୍ପାଦକ ଭୁଲ ବୁଝାମଣା ହୋଇଥିବା ସ୍ବୀକାର କରିଛନ୍ତି। ସମାଧାନ ପାଇଁ ସନ୍ଧ୍ୟାରେ ଏକ ଜରୁରୀ ସାଧାରଣ ପରିଷଦ ବୈଠକ ଡକାଯାଇ ଟିକେଟ୍‌ ସମ୍ପର୍କରେ ଆଲୋଚନା କରାଯିବାର କାର୍ଯ୍ୟକ୍ରମ ଥିଲେ ମଧ୍ୟ ଶେଷ ମୁହୂର୍ତ୍ତରେ ତାହାକୁ ସ୍ଥଗିତ ରଖାଯାଇଥିବା ଜଣାପଡ଼ିଛି।
ବାରବାଟୀ ମ୍ୟାଚ ପାଇଁ ଅନୁଗୋଳ ଜିଲା କ୍ରିକେଟ ଆସୋସିଏଶନ୍‌ ଭାଗରେ ୨୩ଟି କମ୍ପ୍ଲିମେଣ୍ଟାରି ଟିକେଟ୍‌ ପଡ଼ିଥିଲା। ସେଥିରୁ ଓଲ୍ଡ ପାଭିଲିଅନ (୨ୟ ମହଲା) ୪ଟି, ସ୍ପେଶାଲ ଏନ୍‌କ୍ଲୋଜର ୬, ୬ନଂ ଗ୍ୟାଲେରି ୮ଟି, କ୍ଲବ ହାଉସ (୧ମ ମହଲା) ୨ଟି, ବିସିସିଆଇ ବକ୍ସ ୧ଟି ଓ ୭ନଂ. ଗ୍ୟାଲେରି ଟିକେଟ୍‌ ୨ଟି ରହିଥିଲା। ସେହିପରି ୧୧୩ଟି ଟିକେଟ୍‌ କିଣି ଆଣିବାର ବ୍ୟବସ୍ଥା ଥିଲା। ସେଥିରୁ ୧ ନଂ ଗ୍ୟାଲେରି ୧୦ଟି, ୨ ନଂ ଗ୍ୟାଲେରି ୧୦, ୩ନଂ. ଗ୍ୟାଲେରି ୧୦, ୪ ନଂ. ଗ୍ୟାଲେରି ୧୦, ୫ନଂ. ଗ୍ୟାଲେରି ୧୫, ୬ନଂ. ଗ୍ୟାଲେରି (ଖେଳାଳିଙ୍କ ଲାଗି କମ୍‌ ଦର ଉଦ୍ଦିଷ୍ଟ) ୫୦ଟି, ସ୍ପେଶାଲ ଏନକ୍ଲୋଜର ୪, ନିୟୁ ପାଭିଲିଅନ ୨ ଓ ଏସି ବକ୍ସ (ଗ୍ୟାଲେରି-୪) ୨ଟି ଟିକେଟ୍‌ ରହିଥିଲା। ଏହି ସମସ୍ତ ଟିକେଟ୍‌ ଅନୁଗୋଳ ଜିଲା କ୍ରିକେଟ ଆସୋସିଏଶନ୍‌ ଆଣିଥିଲା। କିନ୍ତୁ ନିଜ କର୍ମଚାରୀଙ୍କୁ ଟିକେଟ୍‌ ପ୍ରଦାନ କରାଗଲା ନାହିଁ। କମ୍ପ୍ଲିମେଣ୍ଟାରି ପାସ୍‌ ବାବୁମାନଙ୍କ ସହ କେତେଜଣ ପୁରୁଣା ଖେଳାଳିଙ୍କୁ ଦିଆଗଲା। ଅବଶିଷ୍ଟ ଟିକେଟ୍‌କୁ ସଂଘରେ ଥିବା ପ୍ରଭାବୀ ଗୋଷ୍ଠୀଙ୍କୁ ପ୍ରଦାନ କରାଗଲା। କିନ୍ତୁ ତଳିଆ କର୍ମଚାରୀ ଓ ପଦପଦବୀରେ ଥିବା ଅନ୍ୟ କର୍ମଚାରୀଙ୍କୁ ଏଥିରୁ ବଞ୍ଚିତ କରାଗଲା। ସେହିପରି ଜିଲାରେ ଥିବା ଖେଳାଳିଙ୍କ ନାମରେ ୫୦ଟି ଟିକେଟ୍‌ ଆସିଥିଲା। ହେଲେ ଜିଲାସ୍ତରରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପେସାଦାର କ୍ରିକେଟରମାନଙ୍କୁ ଏହା ପ୍ରଦାନ କରା ନ ଯାଇ ଗଳି କ୍ରିକେଟ୍‌ ଓ ଟେନିସ୍‌ ବଲ ଖେଳୁଥିବା ପିଲାଙ୍କୁ ଧରାଇ ଦିଆଗଲା। ବଳକା ଟିକେଟ୍‌ ଅମଲାପଡ଼ାର ଏକ ସ୍ପୋଟର୍‌ସ ଦୋକାନରେ ଚଢ଼ା ଦରରେ ବିକ୍ରି କରାଯାଇଥିବା ଅଭିଯୋଗ ହେଉଛି। ଏ ନେଇ କୋଷାଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବା ଧିରସାମନ୍ତ କହିଛନ୍ତି, ଆସୋସିଏଶନ୍‌ରୁ ଟଙ୍କାଟିଏ ବି ଟିକେଟ୍‌ କିଣା ଲାଗି ଖର୍ଚ୍ଚ ହୋଇନାହିଁ। ତଥାପି ଆସୋସିଏଶନ୍‌ର କର୍ମକର୍ତ୍ତାଙ୍କୁ ଟିକେଟ ପ୍ରଦାନ କରା ନ ଯାଇ ବ୍ଲାକ୍‌ରେ ବିକ୍ରି କରାଗଲା। ତେଣୁ ବାଧ୍ୟ ହୋଇ ଇସ୍ତଫା ଦେଇଛି। ଅଭିଯୋଗ ସମ୍ପର୍କରେ ଏଡିସିଏର ଜଣେ ବରିଷ୍ଠ କର୍ମକର୍ତ୍ତା କହିଛନ୍ତି, ଓଲ୍ଡ ପାଭିଲିଅନ୍‌ର ଗୋଟିଏ ଟିକେଟ୍‌ ଏସ୍‌ପିଙ୍କୁ ପ୍ରଦାନ କରାଯାଇଥିଲା। ପୂର୍ବତନ ରଣଜି ଖେଳାଳିଙ୍କୁ ୨ଟି, ଆସୋସିଏଶନ ସଦସ୍ୟଙ୍କୁ ଗୋଟିଏ ଦିଆଗଲା। ଜିଲାପାଳଙ୍କୁ କ୍ଲବ ହାଉସର ୨ଟି ଟିକେଟ୍‌ ପ୍ରଦାନ କରାଯାଇଥିଲା। ବିସିସିଆଇ ବକ୍ସରେ ଆସୋସିଏଶନ ସମ୍ପାଦକ ବସିଥିଲେ। ଜିଲା କ୍ରୀଡ଼ା ଅଧିକାରୀଙ୍କ ପାଇଁ ମଧ୍ୟ ଟିକେଟ୍‌ ବ୍ୟବସ୍ଥା କରାଯାଇଥିଲା। ତେଣୁ ଟିକେଟ୍‌ ଅଘଟ ପଡ଼ିଲା ବୋଲି ସମ୍ପୃକ୍ତ ବରିଷ୍ଠ କର୍ମକର୍ତ୍ତା ପ୍ରକାଶ କରିଛନ୍ତି। ପରମ୍ପରା ଅନୁଯାୟୀ ଜିଲାପାଳ, ଏସ୍‌ପି ଓ କ୍ରୀଡ଼ା ଅଧିକାରୀଙ୍କୁ ୫ଟି ଟିକେଟ୍‌ ପ୍ରଦାନ କରାଯାଉଥିବାରୁ ଅବଶିଷ୍ଟ ଟିକେଟ୍‌କୁ କର୍ମକର୍ତ୍ତାଙ୍କ ମଧ୍ୟରେ ବଣ୍ଟାଯାଇଥାଏ। ଚଳିତ ଥର ବୈଠକ ହୋଇ ନ ଥିବାରୁ ସମସ୍ୟା ହୋଇଛି। ଆସୋସିଏଶନ ସମ୍ପାଦକ ସାଗର ମିଶ୍ର କହିଛନ୍ତି, ସଭାପତି ଟିମ୍‌ ଦାୟିତ୍ୱରେ ରହିଲେ। ଟିକେ ଭୁଲ ବୁଝାମଣା ପାଇଁ ସମସ୍ୟା ହୋଇଛି। କିନ୍ତୁ ଯାହାକୁ ଯେତିକି ଟିକେଟ୍‌ ପ୍ରଦାନ କରାଯିବା କଥା ତାହା କରାଯାଇଛି। ବିକ୍ରି କରାଯାଇଥିବା ଅଭିଯୋଗର ତର୍ଜମା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଚିଟ୍‌ଫଣ୍ଡ ଜମାକାରୀଙ୍କ ପାଇଁ ବଡ଼ ଖବର: ମନମୋହନ କହିଲେ…

ଭୁବନେଶ୍ୱର,୨୨।୧୨: ଚିଟ୍‌ଫଣ୍ଡ ଜମାକାରୀଙ୍କ ପାଇଁ ଆସିଲା ବଡ଼ ଖବର। କ୍ଷୁଦ୍ର ଚିଟ୍‌ଫଣ୍ଡ ଜମାକାରୀଙ୍କୁ ଟଙ୍କା ଫେରସ୍ତ ନେଇ ଅର୍ଥ ବିଭାଗର ବିଜ୍ଞପ୍ତି ପ୍ରସଙ୍ଗରେ ଭାଜପା ଜିଲା...

ପୁଣି ଶ୍ରୀମନ୍ଦିର ଫଟୋ ଭାଇରାଲ୍‌: ଜଗନ୍ନାଥପ୍ରେମୀ ଅସନ୍ତୋଷ

ପୁରୀ,୨୨ା୧୨(ଅଜିତ୍‌ କୁମାର ମହାନ୍ତି): ପୁଣିଥରେ ଶ୍ରୀମନ୍ଦିର ଫଟୋ ଭାଇରାଲ୍‌ ହୋଇଛି। ଡ୍ରୋନ୍‌ ସହାୟତାରେ ଶ୍ରୀମନ୍ଦିରର ଫଟୋ ଭାଇରାଲ୍‌ ହୋଇଛି। ଫେସ୍‌ବୁକରେ ଏକ୍ସପ୍ଲୋର ଇଣ୍ଡିଆ ନାମକ ଏକ...

ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ, ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ

ସୁନ୍ଦରଗଡ଼, ବାଲେଶ୍ବର ୨୨/୧୨(ଜୟ ନାରାୟଣ ମେଣ୍ଡୁଳି/ବାଞ୍ଛାନିଧି ଦେ): ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆଜି ପୁଣି ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରିଛି...

୭ଦିନ ଜାରି ରହିବ ଶୀତ ଲହରି

ଭୁବନେଶ୍ୱର,୨୨ା୧୨(ବନ୍ଦନା ସେଠୀ): ରାଜ୍ୟରେ ଶୀତ ଲହରି ଜାରି ରହିବ। ଆସନ୍ତା ୭ଦିନ ପର୍ଯ୍ୟନ୍ତ ପାଣିପାଗର କୌଣସି ବିଶେଷ ପରିବର୍ତ୍ତନ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ...

ଅଭାବନୀୟ ଘଟଣା, ଶାଗ-ଚିକେନ ଖାଇ ଚାଲିଗଲା ୩ ଜଣଙ୍କ ଜୀବନ

ଅନୁଗୋଳ,୨୨ା୧୨: ଢେଙ୍କାନାଳ ସାମ୍ନାକୁ ଆସିଛି ଅଭାବନୀୟ ଘଟଣା । ଖାଦ୍ୟରେ ବିଷକ୍ରିୟା କାରଣରୁ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି...

ଶ୍ମଶାନରେ ଗୁଣିଆଙ୍କ ତନ୍ତ୍ର ସାଧନା: ପ୍ରେମିକାଙ୍କ ନାଁରେ ଭୁବନେଶ୍ୱରରେ ଯୁବକ କିଣିଥିଲେ ପ୍ଲଟ ଓ ଆଉ ଗାଡ଼ି, ଧରାଛୁଆଁ ନ ଦେବାରୁ…

ବାଲିକୁଦା,୨୨।୧୨(ତାପସ ସ୍ବାଇଁ): ବାଲିକୁଦା ବ୍ଲକ ମରିଚପୁର ଗ୍ରାମ୍ୟ ଶ୍ମଶାନରେ ଶନିବାର ବିଳମ୍ବିତ ରାତିରେ କୌଣସି ଗୁଣିଆ ତନ୍ତ୍ର ସାଧନା କରିଥିବା ସ୍ଥାନୀୟ ଲୋକେ ସନ୍ଦେହ କରିଛନ୍ତି।...

୨୫ରୁ ଧର୍ମଶାଳା ମହୋତ୍ସବ: ବ୍ୟବସାୟ ପାଇଁ ରସିଦ୍‌ ଆଣିବାକୁ ବ୍ୟବସାୟୀଙ୍କ ଅସମ୍ଭାଳ ଭିଡ଼

ଧର୍ମଶାଳା,୨୨ା୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲାର ଐତିହ୍ୟ ପରମ୍ପରା, ଧର୍ମଶାଳା ମହୋତ୍ସବ ଆସନ୍ତା ୨୫ ତାରିଖରେ ଧର୍ମଶାଳା ମହୋତ୍ସବର ପଡ଼ିଆରେ ଆରମ୍ଭ ହୋଇ ଜାନୁଆରୀ ୭ରେ...

ଘର ଆଗରେ ପଡ଼ିଛି ଅବସରପ୍ରାପ୍ତ ମହିଳା ଏଏନ୍‌ଏମ୍‌ଙ୍କ ମୃତଦେହ, ଏକାକୀର ସୁଯୋଗ ନେଇ…

ଭବାନୀପାଟଣା,୨୨ା୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଥାନା ଅନ୍ତର୍ଗତ ଗଡ଼ିଆଜୋର ଗ୍ରାମରୁ ସୋମବାର ସକାଳୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଘରେ ଏକାକୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri