ବାରବାଟୀ ଟିକେଟ୍‌କୁ ନେଇ ତନାଘନା

ଅନୁଗୋଳ ଅଫିସ, ୧୪।୬ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ରବିବାର କଟକ ବାରବାଟୀ ଷ୍ଟାଡିୟମରେ ଦ୍ୱିତୀୟ ଟି-୨୦ ମ୍ୟାଚ ଆୟୋଜିତ ହୋଇଯାଇଥିଲେ ମଧ୍ୟ ଅନୁଗୋଳ ଜିଲା କ୍ରିକେଟ ଆସୋସିଏଶନ (ଏଡିସିଏ)କୁ ମିଳିଥିବା ଟିକେଟ୍‌ ଓ ପାସ୍‌କୁ ନେଇ ଅସନ୍ତୋଷ ତେଜିବାରେ ଲାଗିଛି। ମିଳିଥିବା ଟିକେଟ ଓ ପାସ୍‌ ସମ୍ପର୍କରେ ସଂଘ ସଭାପତି ଓ ସମ୍ପାଦକ ଅବଗତ କରି ନ ଥିବାରୁ ଅସନ୍ତୁଷ୍ଟ ହୋଇ ଏଡିସିଏ କୋଷାଧ୍ୟକ୍ଷ ରଞ୍ଜନ କୁମାର ଧୀରସାମନ୍ତ ରବିବାର ରାତିରେ ତାଙ୍କ ପଦବୀରୁ ଇସ୍ତଫା ଦେଇଥିଲେ। ସୋମବାର ଏହାର ତର୍ଜମା ଆରମ୍ଭ ହୋଇଥିବାବେଳେ ନୂଆ ନୂଆ ଅଭିଯୋଗ ଆଗକୁ ଆସୁଛି। କେତୋଟି ଟିକେଟ୍‌ ଅମଲାପଡ଼ାର ଏକ ସ୍ପୋଟର୍‌ପ ଦୋକାନରେ ବିକ୍ରି କରାଯାଇଥିବା କୁହାଯାଉଛି। ଅନ୍ୟପକ୍ଷରେ ଏଡିସିଏ ସମ୍ପାଦକ ଭୁଲ ବୁଝାମଣା ହୋଇଥିବା ସ୍ବୀକାର କରିଛନ୍ତି। ସମାଧାନ ପାଇଁ ସନ୍ଧ୍ୟାରେ ଏକ ଜରୁରୀ ସାଧାରଣ ପରିଷଦ ବୈଠକ ଡକାଯାଇ ଟିକେଟ୍‌ ସମ୍ପର୍କରେ ଆଲୋଚନା କରାଯିବାର କାର୍ଯ୍ୟକ୍ରମ ଥିଲେ ମଧ୍ୟ ଶେଷ ମୁହୂର୍ତ୍ତରେ ତାହାକୁ ସ୍ଥଗିତ ରଖାଯାଇଥିବା ଜଣାପଡ଼ିଛି।
ବାରବାଟୀ ମ୍ୟାଚ ପାଇଁ ଅନୁଗୋଳ ଜିଲା କ୍ରିକେଟ ଆସୋସିଏଶନ୍‌ ଭାଗରେ ୨୩ଟି କମ୍ପ୍ଲିମେଣ୍ଟାରି ଟିକେଟ୍‌ ପଡ଼ିଥିଲା। ସେଥିରୁ ଓଲ୍ଡ ପାଭିଲିଅନ (୨ୟ ମହଲା) ୪ଟି, ସ୍ପେଶାଲ ଏନ୍‌କ୍ଲୋଜର ୬, ୬ନଂ ଗ୍ୟାଲେରି ୮ଟି, କ୍ଲବ ହାଉସ (୧ମ ମହଲା) ୨ଟି, ବିସିସିଆଇ ବକ୍ସ ୧ଟି ଓ ୭ନଂ. ଗ୍ୟାଲେରି ଟିକେଟ୍‌ ୨ଟି ରହିଥିଲା। ସେହିପରି ୧୧୩ଟି ଟିକେଟ୍‌ କିଣି ଆଣିବାର ବ୍ୟବସ୍ଥା ଥିଲା। ସେଥିରୁ ୧ ନଂ ଗ୍ୟାଲେରି ୧୦ଟି, ୨ ନଂ ଗ୍ୟାଲେରି ୧୦, ୩ନଂ. ଗ୍ୟାଲେରି ୧୦, ୪ ନଂ. ଗ୍ୟାଲେରି ୧୦, ୫ନଂ. ଗ୍ୟାଲେରି ୧୫, ୬ନଂ. ଗ୍ୟାଲେରି (ଖେଳାଳିଙ୍କ ଲାଗି କମ୍‌ ଦର ଉଦ୍ଦିଷ୍ଟ) ୫୦ଟି, ସ୍ପେଶାଲ ଏନକ୍ଲୋଜର ୪, ନିୟୁ ପାଭିଲିଅନ ୨ ଓ ଏସି ବକ୍ସ (ଗ୍ୟାଲେରି-୪) ୨ଟି ଟିକେଟ୍‌ ରହିଥିଲା। ଏହି ସମସ୍ତ ଟିକେଟ୍‌ ଅନୁଗୋଳ ଜିଲା କ୍ରିକେଟ ଆସୋସିଏଶନ୍‌ ଆଣିଥିଲା। କିନ୍ତୁ ନିଜ କର୍ମଚାରୀଙ୍କୁ ଟିକେଟ୍‌ ପ୍ରଦାନ କରାଗଲା ନାହିଁ। କମ୍ପ୍ଲିମେଣ୍ଟାରି ପାସ୍‌ ବାବୁମାନଙ୍କ ସହ କେତେଜଣ ପୁରୁଣା ଖେଳାଳିଙ୍କୁ ଦିଆଗଲା। ଅବଶିଷ୍ଟ ଟିକେଟ୍‌କୁ ସଂଘରେ ଥିବା ପ୍ରଭାବୀ ଗୋଷ୍ଠୀଙ୍କୁ ପ୍ରଦାନ କରାଗଲା। କିନ୍ତୁ ତଳିଆ କର୍ମଚାରୀ ଓ ପଦପଦବୀରେ ଥିବା ଅନ୍ୟ କର୍ମଚାରୀଙ୍କୁ ଏଥିରୁ ବଞ୍ଚିତ କରାଗଲା। ସେହିପରି ଜିଲାରେ ଥିବା ଖେଳାଳିଙ୍କ ନାମରେ ୫୦ଟି ଟିକେଟ୍‌ ଆସିଥିଲା। ହେଲେ ଜିଲାସ୍ତରରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପେସାଦାର କ୍ରିକେଟରମାନଙ୍କୁ ଏହା ପ୍ରଦାନ କରା ନ ଯାଇ ଗଳି କ୍ରିକେଟ୍‌ ଓ ଟେନିସ୍‌ ବଲ ଖେଳୁଥିବା ପିଲାଙ୍କୁ ଧରାଇ ଦିଆଗଲା। ବଳକା ଟିକେଟ୍‌ ଅମଲାପଡ଼ାର ଏକ ସ୍ପୋଟର୍‌ସ ଦୋକାନରେ ଚଢ଼ା ଦରରେ ବିକ୍ରି କରାଯାଇଥିବା ଅଭିଯୋଗ ହେଉଛି। ଏ ନେଇ କୋଷାଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବା ଧିରସାମନ୍ତ କହିଛନ୍ତି, ଆସୋସିଏଶନ୍‌ରୁ ଟଙ୍କାଟିଏ ବି ଟିକେଟ୍‌ କିଣା ଲାଗି ଖର୍ଚ୍ଚ ହୋଇନାହିଁ। ତଥାପି ଆସୋସିଏଶନ୍‌ର କର୍ମକର୍ତ୍ତାଙ୍କୁ ଟିକେଟ ପ୍ରଦାନ କରା ନ ଯାଇ ବ୍ଲାକ୍‌ରେ ବିକ୍ରି କରାଗଲା। ତେଣୁ ବାଧ୍ୟ ହୋଇ ଇସ୍ତଫା ଦେଇଛି। ଅଭିଯୋଗ ସମ୍ପର୍କରେ ଏଡିସିଏର ଜଣେ ବରିଷ୍ଠ କର୍ମକର୍ତ୍ତା କହିଛନ୍ତି, ଓଲ୍ଡ ପାଭିଲିଅନ୍‌ର ଗୋଟିଏ ଟିକେଟ୍‌ ଏସ୍‌ପିଙ୍କୁ ପ୍ରଦାନ କରାଯାଇଥିଲା। ପୂର୍ବତନ ରଣଜି ଖେଳାଳିଙ୍କୁ ୨ଟି, ଆସୋସିଏଶନ ସଦସ୍ୟଙ୍କୁ ଗୋଟିଏ ଦିଆଗଲା। ଜିଲାପାଳଙ୍କୁ କ୍ଲବ ହାଉସର ୨ଟି ଟିକେଟ୍‌ ପ୍ରଦାନ କରାଯାଇଥିଲା। ବିସିସିଆଇ ବକ୍ସରେ ଆସୋସିଏଶନ ସମ୍ପାଦକ ବସିଥିଲେ। ଜିଲା କ୍ରୀଡ଼ା ଅଧିକାରୀଙ୍କ ପାଇଁ ମଧ୍ୟ ଟିକେଟ୍‌ ବ୍ୟବସ୍ଥା କରାଯାଇଥିଲା। ତେଣୁ ଟିକେଟ୍‌ ଅଘଟ ପଡ଼ିଲା ବୋଲି ସମ୍ପୃକ୍ତ ବରିଷ୍ଠ କର୍ମକର୍ତ୍ତା ପ୍ରକାଶ କରିଛନ୍ତି। ପରମ୍ପରା ଅନୁଯାୟୀ ଜିଲାପାଳ, ଏସ୍‌ପି ଓ କ୍ରୀଡ଼ା ଅଧିକାରୀଙ୍କୁ ୫ଟି ଟିକେଟ୍‌ ପ୍ରଦାନ କରାଯାଉଥିବାରୁ ଅବଶିଷ୍ଟ ଟିକେଟ୍‌କୁ କର୍ମକର୍ତ୍ତାଙ୍କ ମଧ୍ୟରେ ବଣ୍ଟାଯାଇଥାଏ। ଚଳିତ ଥର ବୈଠକ ହୋଇ ନ ଥିବାରୁ ସମସ୍ୟା ହୋଇଛି। ଆସୋସିଏଶନ ସମ୍ପାଦକ ସାଗର ମିଶ୍ର କହିଛନ୍ତି, ସଭାପତି ଟିମ୍‌ ଦାୟିତ୍ୱରେ ରହିଲେ। ଟିକେ ଭୁଲ ବୁଝାମଣା ପାଇଁ ସମସ୍ୟା ହୋଇଛି। କିନ୍ତୁ ଯାହାକୁ ଯେତିକି ଟିକେଟ୍‌ ପ୍ରଦାନ କରାଯିବା କଥା ତାହା କରାଯାଇଛି। ବିକ୍ରି କରାଯାଇଥିବା ଅଭିଯୋଗର ତର୍ଜମା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ରଥଯାତ୍ରା ପାଇଁ କାଠ ଚିରା ଆରମ୍ଭ

କଟକ,୨୭।୩: ଶୁକ୍ରବାର ପବିତ୍ର ଶ୍ରୀରାମ ନବମୀ। ଗାଁଠୁ ସହର ସବୁଠି ଚଳଚଞ୍ଚଳ। ଏହି ପରିପ୍ରେକ୍ଷୀରେ ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ରଥ କାଠ ଚିରଟ ଆରମ୍ଭ ହୋଇଛି।…

ପୋତି ହୋଇଯାଉଛି ବିରୂପା ନଦୀଶଯ୍ୟା, ଜଳପଥ ନିର୍ମାଣ ପ୍ରସ୍ତାବ ସନ୍ଦୀହାନ

ଚଣ୍ଡିଖୋଲ,୨୭ା୩(ପ୍ରଦୀପ୍ତ କୁମାର ପୃଷ୍ଟି): ମହାନଦୀର ଶାଖା ନଦୀ ହେଉଛି ବିରୂପା ଓ ଗେଙ୍ଗୁଟି। ଦୀର୍ଘ ବର୍ଷ ହେବ ଏହି ନଦୀଖନନ ନ ହେବା ଦ୍ବାରା ନଦୀ ଶଯ୍ୟା…

ବଦଳିଲେ ବିଧାୟକ ରାମଚନ୍ଦ୍ର କାଡାମଙ୍କ ପ୍ରତିନିଧି, ଏହି ବ୍ୟକ୍ତିଙ୍କୁ ମିଳିଲା ଦାୟିତ୍ୱ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ପଟ୍ଟାଙ୍ଗି,୨୭।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ନିମନ୍ତେ ବିଧାୟକ ରାମଚନ୍ଦ୍ର କାଡାମଙ୍କ ପ୍ରତିନିଧି ଭାବେ ଗୁପ୍ତ ଶଙ୍କର ପଟ୍ଟନାୟକଙ୍କୁ ବିଧାୟକ କାଡାମ ମନୋନୀତ କରିଛନ୍ତି।…

ଏହି ମାସରେ ମଦ ଦୋକାନ ପାଇଁ ହେବ ଲଟେରୀ, ସୂଚନା ଦେଇ ଅବକାରୀ ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୨୭।୩: ଜିଲାପାଳଙ୍କ ଉପସ୍ଥିତିରେ ଏପ୍ରିଲରେ ମଦ ଦୋକାନ ପାଇଁ ଲଟେରୀ ହେବ। ଏନେଇ ଶୁକ୍ରବାର ସୂଚନା ଦେଉଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ମନ୍ତ୍ରୀ କହିଛନ୍ତି, ଆବଶ୍ୟକ…

ରାମନବମୀରେ ନନ୍ଦପୁର ଚଳଚଞ୍ଚଳ: ରାମ-ସୀତାଙ୍କ ବିବାହ ନୀତି ପରେ…

ନନ୍ଦପୁର,୨୭ା୩(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳ ରାମନବମୀ ପାଳନ ପାଇଁ ଚଳଚଞ୍ଚଳ ହୋଇପଡ଼ିଛି। ନନ୍ଦପୁର ଗଉଡ଼ ସାହି ସ୍ଥିତ ଐତିହାସିକ ରାମମନ୍ଦିର ଓ ରାମଲୀଳା…

ଗଞ୍ଜାମ ଆସୁଛନ୍ତି ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଡ. ପ୍ରବୀଣ ଭାଇ ତୋଗଡ଼ିଆ: ଦେବେ ଉଦ୍‌ବୋଧନ 

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ଗଞ୍ଜାମ ସହରକୁ ପ୍ରଥମ ଥର ପାଇଁ ଆସୁଛନ୍ତି ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧ୍ୟକ୍ଷ ତଥା ଅଗଣିତ ହିନ୍ଦୁ ମାନଙ୍କ ହୃଦୟର ମଣିଷ ଡ.…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri