Posted inଜାତୀୟ

ମୋଦି ସରକାରଙ୍କ ପାଇଁ ବଢିଲା ଟେନସନ, ବାଚସ୍ପତି ପଦ ପାଇଁ ତୃତୀୟ ପକ୍ଷ ପ୍ରାର୍ଥୀ ଦେବାକୁ ହେଉଛନ୍ତି ସଜବାଜ

ନୂଆଦିଲ୍ଲୀ,୨୫।୬: ୧୮ ତମ ଲୋକ ସଭାର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହୋଇଯାଇଛି। ଆରମ୍ଭ ଦିନରୁ ହିଁ ବିରୋଧୀ ଓ ସରକାରଙ୍କ ମଧ୍ୟରେ ଟଣାଓଟରା ଲାଗି ରହିଛି। ସ୍ବାଧୀନ ଭାରତରେ ପ୍ରଥମ ଥର ବାଚସ୍ପତି ନିର୍ବାଚନ ହେବାକୁ ହେବାକୁ ଯାଉଛି। ଯାହାକୁ ନେଇ ଜାତୀୟ ରାଜନୀତି ରୋଚକ ମୋଡରେ ପହଞ୍ଚିଛି। ବିରୋଧୀ ଇଣ୍ଡିଆ ମେଣ୍ଟଙ୍କୁ ଉପ ବାଚସ୍ପତି ପାଇଁ ମୋଦି ସରକାର ମନା କରି ଦେବାରୁ ଏବେ ବାଚସ୍ପତି ପଦ ପାଇଁ ପ୍ରାର୍ଥୀ ଉତାରିଛନ୍ତି ବିରୋଧୀ। କୁହାଯାଉଛି ଏଥର ବାଚସ୍ପତି ପଦକୁ ନେଇ ଘମାଘୋଟ ଲଢେଇ ଦେଖିବାକୁ ମିଳିବ।

ଏହି ପଦବୀ ପାଇଁ ଶେଷ ଥର ପାଇଁ ବାଚସ୍ପତି ଥିବା ୩ଥରର ଏମପି ଓମ ବିର୍ଲାଙ୍କୁ ଭାଜପା ପୁନଃ ମନୋନୀତ କରିଛି। କଂଗ୍ରେସ ଏହି ପଦ ପାଇଁ କେ ସୁରେଶଙ୍କୁ ମଇଦାନକୁ ଉତାରିଛି। ଶାସକ ଦଳ ଏହି ପଦ ପାଇଁ ବିରୋଧୀଙ୍କ ସମର୍ଥନ ପାଇଁ ଚେଷ୍ଟା କରି ନ ଥିବାବେଳେ ଚାପା ଅସନ୍ତୋଷ ଏବେ ବଡ଼ ବିବାଦ ଭାବରେ ମୁଣ୍ଡ ଟେକିଛି। ଯଦି ଆମେ ନିରେଖେଇ ଦେଖିବା, ତେବେ ସଂସଦରେ ଏନଡିଏ ସ୍ଥିତି ଦୃଢ ଥିବାବେଳେ ଇଣ୍ଡିଆ ମେଣ୍ଟ ମଧ୍ୟ କମର କଷିଛି।

ସବୁଠାରୁ ବଡ଼ କଥା ହେଉଛି, ବାଚସ୍ପତି ନିର୍ବାଚନରେ ଏନଡିଏ ଏବଂ ଇଣ୍ଡିଆ ମେଣ୍ଟ ବ୍ୟତୀତ ଏବେ ତୃତୀୟ ପକ୍ଷ ପ୍ରାର୍ଥୀ ଦେବାକୁ ସଜବାଜ ଆରମ୍ଭ କରିଛନ୍ତି। ସେମାନେ ଏହି ଦୁଇ ଦଳ ଭିତରୁ କାହାକୁ ସମର୍ଥନ କରିବେ ନା ନିଜ ଆଡୁ ପ୍ରାର୍ଥୀ ଓହ୍ଲାଇବେ ତାକୁ ନେଇ ସମସ୍ତଙ୍କ ନଜର ରହିଛି। ଏହାକୁ ନେଇ ପ୍ରତ୍ୟକ୍ଷ ନୁହେଁ ପରୋକ୍ଷ ଭାବରେ ଏନଡିଏ ସରକାରଙ୍କୁ ବଡ଼ ଝଟ୍‌କା ଲାଗିପାରେ।

ଲୋକସଭାରେ ଭୋଟର ସମୀକରଣ କ’ଣ ହେବ ତାହା ଦେଖିବା ବାକି ରହିଲା। କୁହାଯାଉଛି ଏହା କେବଳ ବାଚସ୍ପତ ନିର୍ବାଚନ ହୋଇଥାଇପାରେ କିନ୍ତୁ ଏହା ମୋଦି ସରକାରଙ୍କ ପାଇଁ ସବୁଠୁ ବଡ ଅଗ୍ନି ପରୀକ୍ଷା ହେବ। ମଙ୍ଗଳବାର ବାଚସ୍ପତି ପଦ ପାଇଁ ନାମାଙ୍କନ ତାରିଖ। ବୁଦବାର ନିର୍ବାଚନ ପାଇଁ ମତଦାନ ହେବ। ଶପଥ ନେଇଥିବା ସଦସ୍ୟମାନେ ଏଥିରେ ଅଂଶଗ୍ରହଣ କରିପାରିବେ।

୫୪୩ ସଦସ୍ୟ ବିଶିଷ୍ଟ ଲୋକ ସଭାରେ ଭାଜପାର ୨୪୦ଟି ଆସନ ଅଛି କିନ୍ତୁ ଏନଡିଏର ମୋଟ ୨୯୩ ଜଣ ସଦସ୍ୟ ଅଛନ୍ତି। ଯେଉଁଥିରେ ଟିଡିପି ଏବଂ ଜେଡିୟୁରେ ୨୮ଜଣ ସଦସ୍ୟ ଅଛନ୍ତି। ଅର୍ଥାତ ସରକାର ଚଳାଇବା ପାଇଁ ମୋଦିଙ୍କୁ ଏହି ଦୁଇ ଦଳ ଉପରେ ସମ୍ପୂର୍ଣ୍ଣ ନିର୍ଭର କରିବାକୁ ପଡିବ। ବାଚସ୍ପତି ନିର୍ବାଚନରେ ମଧ୍ୟ ଏନଡିଏରେ ଏହି ଦୁଇ ଦଳର ଭୂମିକା ଅଧିକ ଗୁରୁତ୍ୱପୂର୍ଣ୍ଣ ରହିବ।

ସେହିପରି ଲୋକ ସଭାରେ ଇଣ୍ଡିଆ ମେଣ୍ଟର ୨୩୪ଟି ଆସନ ରହିଛି ଯେଉଁଥିରେ ସବୁଠାରୁ ବଡ ଦଳ ହେଉଛି କଂଗ୍ରେସ। ଏବଂ ଦ୍ୱିତୀୟ ବୃହତ୍ତମ ଦଳ ହେଉଛି ସମାଜବାଦୀ ପାର୍ଟି। ଯଦିଓ ସରକାରଙ୍କ ଉପରେ ଚାପ ପକାଇବା ପାଇଁ ଏହି ସହଯୋଗୀ ଦଳର ସଂଖ୍ୟା ଗରିଷ୍ଠତା ଶକ୍ତି ଅଛି, ତଥାପି ସରକାରଙ୍କୁ କିଛି କରିବା ପାଇଁ ବନ୍ଦ କରିବା ପର୍ଯ୍ୟାପ୍ତ ନୁହେଁ।

ତେବେ ଏଠାରେ ସବୁଠାରୁ ଗେମ ଚେଞ୍ଜର ହେଉଛନ୍ତି ଲୋକ ସଭାର ୧୫ ଜଣ ସଦସ୍ୟ। ଯେଉଁମାନେ ଏନଡିଏ କିମ୍ବା ଇଣ୍ଡିଆକୁ ବଳ ଯୋଗାଇ ପାରନ୍ତି। ତେବେ ଏହି ୧୫ଜଣ ସଦସ୍ୟରେ ଥିବା YSR ଏନଡିଏକୁ ସମର୍ଥନ କରିବ ନାହିଁ କାରଣ ଆନ୍ଧ୍ରର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଦଳ ଟିଡିପି ମୋଦି ସରକାରଙ୍କ ଏନଡିଏରେ ରହିଛି। କିନ୍ତୁ ମୋଦିଙ୍କ ଶେଷ କାର୍ଯ୍ୟକାଳରେ YSR କଂଗ୍ରେସ ପ୍ରତ୍ୟେକ ପଦକ୍ଷେପରେ ଶାସକ ଦଳ ସହିତ ଛିଡା ହୋଇଥିବା ଦେଖିବାକୁ ମିଳିଥିଲା।

ଅକାଳି ଦଳ ନିଶ୍ଚିତ ଭାବରେ ଶାସକ ଦଳ ସହିତ ଯାଇପାରିବ। ଏଥିସହ ୭ଜଣ ସ୍ବାଧୀନ ଏମପି ମଧ୍ୟ ଅଛନ୍ତି। ଯେଉଁମାନଙ୍କୁ ୧୪ଦିନ ମଧ୍ୟରେ ନିଷ୍ପତ୍ତି ନେବାକୁ ପଡିବ ସେମାନେ କୌଣସି ଦଳରେ ଯୋଗଦେବେ ନା ନିଜର ସ୍ଥିତି ବଜାୟ ରଖିବେ। ଅନ୍ୟମାନେ କୌଣସି ମେଣ୍ଟରେ ନାହାନ୍ତି।

ତେବେ ରାଜନୈତିକ ମହଳରେ ଚର୍ଚ୍ଚା ହେଉଛି କି, ଏବେ ଲୋକ ସଭା ନିର୍ବାଚନ ଠାରୁ ବାଚସ୍ପତି ନିର୍ବାଚନ ଅଧିକ ରୋଚକ ମୋଡ ନେବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟପ୍ରାଚ୍ୟ ସଙ୍କଟ ମଧ୍ୟରେ ବଡ଼ କଥା କହିଦେଲେ ମୋଦି; LPGକୁ ପ୍ରାଥମିକତା, ତେଲକୁ ନେଇ କହିଲେ…

ନୂଆଦିଲ୍ଲୀ,୨୩।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ସମ୍ପର୍କରେ ଲୋକସଭାରେ ଅଭିଭାଷଣ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଅଭିଭାଷଣରେ କହିଛନ୍ତି, ପଶ୍ଚିମ ଏସିଆରେ…

ନନ୍ଦପୁର ପୋଲିସକୁ ସଫଳତା, ସମ୍ବାଇ ଜଙ୍ଗଲରୁ ମିଳିଲା ଗୁଣ୍ଠାପୁଟରୁ ଚୋରି ବୋଲେରୋ

ନନ୍ଦପୁର,୨୩।୩(ତୁଷାର କାନ୍ତ ମହାନ୍ତି): ଗାଡ଼ି ଚୋରି ଘଟଣାରେ କୋରାପୁଟ ଜିଲା ନନ୍ଦପୁର ଥାନା ପୋଲିସକୁ  ସଫଳତା ମିଳିଛି । ଗତ ୧୫ ତାରିଖ ରବିବାର ରାତ୍ର ଗୁଣ୍ଠାପୁଟ…

ଘରେ ବିଲେଇ ରଖିବାକୁ ନେଇ ଘରେ ହେଉଥିଲା ଯୁକ୍ତିତର୍କ, ଜିଦିରେ ଜୀବନ ହାରିଦେଲେ ଡାକ୍ତର

ନୂଆଦିଲ୍ଲୀ,୨୩।୩: ହାଇଦ୍ରାବାଦର ଆଲୱାଲ ଅଞ୍ଚଳରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ୨୩ ବର୍ଷୀୟା ଏମବିବିଏସ ଡାକ୍ତର ବିଲେଇ ପାଇଁ ଆତ୍ମହତ୍ୟା କରିଛନ୍ତି ।…

ଉତ୍କଟ ହେବାକୁ ଯାଉଛି ଗ୍ୟାସ ସଙ୍କଟ, ୧୪.୨ କିଲୋଗ୍ରାମ ସିଲିଣ୍ଡରରେ ଆଗକୁ ମିଳିବ ମାତ୍ର ଏତିକି କିଲୋ ଗ୍ୟାସ! ପ୍ରସ୍ତୁତ ହେଲାଣି ‘ପ୍ଲାନ ବି’

ନୂଆଦିଲ୍ଲୀ,୨୩।୩: ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ ହେତୁ ହର୍ମୁଜ ପ୍ରଣାଳୀ ଅବରୋଧ ହେବା ଯୋଗୁ ଭାରତର ତୈଳ ଏବଂ ଗ୍ୟାସ ଯୋଗାଣ ଗୁରୁତର ଭାବରେ ବାଧାପ୍ରାପ୍ତ…

ଭାଜପାରେ ଯୋଗଦେବେ କି ରାଘବ ଚଢା: ସବୁ ଖୋଲି କହିଦେଲେ ସଂଜୟ ସିଂହ

ନୂଆଦିଲ୍ଲୀ,୨୩।୩: ଆମ ଆଦମୀ ପାର୍ଟି (ଆପ)ର ଏମ୍‌ପି ରାଘବ ଚଢା ଦଳ ଛାଡ଼ିବେ ବୋଲି ଜୋରସୋରରେ ଚର୍ଚ୍ଚା ଛାଲିଛି। ଦଳୀୟ କାର୍ଯ୍ୟକ୍ରମଗୁଡ଼ିକରେ ତାଙ୍କର ଦୀର୍ଘ ଅନୁପସ୍ଥିତି, ମଦ…

ଆଦିବାସୀ ସାଧ୍ବୀ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଯାନୀ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ଫୁଲବାଣୀ,୨୩।୩ (ରାକେଶ କୁମାର ରାଉତ): ଆଦିବାସୀ ସାଧ୍ବୀ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଯାନୀ ଅସୁସ୍ଥ । ତାଙ୍କୁ ପ୍ରଥମେ ଖଜୁରୀପଡା ମେଡିକାଲରେ ଭର୍ତ୍ତି କରାଯିବା ପରେ ଫୁଲବାଣୀ ଜିଲା…

୨୮ ଯାଏ ଝଡ଼ବର୍ଷା: ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୨୩ା୩ (ବନ୍ଦନା ସେଠୀ):ଗତ କିଛିଦିନ ଧରି ବିଭିନ୍ନ ସ୍ଥାନରେ ଲାଗି ରହିଥିବା ଝଡ଼ବର୍ଷାର ପ୍ରଭାବ କମିଥିଲେ ହେଁ କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା…

ରେଳ ଲାଇନ ପାର୍ ହେଉଥିବା ବେଳେ ମହିଳାଙ୍କୁ ପିଟିଦେଲା ଟ୍ରେନ, ତାପରେ…

କୋରାପୁଟ,୨୩।୩ ( ଅମିତାଭ ବେହେରା ): କୋରାପୁଟ ସହରର ଉପକଣ୍ଠରେ ସୋମବାର ସକାଳେ ଏକ ଦୁଃଖଦ ଘଟଣା ଘଟିଛି । ରେଳ ଧକ୍କାରେ ଜଣେ ମହିଳାଙ୍କ ଜୀବନ ଚାଲିଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri