Posted inଖେଳ

କଳିଙ୍ଗରେ ଟେନିସ ସେଣ୍ଟର ଉଦ୍‌ଘାଟିତ

ଭୁବନେଶ୍ୱର, ୩୦।୩ (କ୍ରୀଡ଼ା ପ୍ରତିନିଧି): ଓଡ଼ିଶା କ୍ରୀଡ଼ା ଇତିହାସରେ ଯୋଡ଼ିହୋଇଛି ଆଉ ଏକ ନୂଆଫର୍ଦ୍ଦ। କଳିଙ୍ଗ ଷ୍ଟାଡିୟମ ସ୍ପୋଟର୍‌ସ କମ୍ପ୍ଲେକ୍ସରେ ବୁଧବାର ଟେନିସ ସେଣ୍ଟର ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଇଟିଏଫ୍‌(ଅନ୍ତର୍ଜାତୀୟ ଟେନିସ୍‌ ଫେଡେରେଶନ)ଏସିଆନ ଟେନିସ୍‌ ଚାମ୍ପିୟନଶିପ୍‌ (୧୪ ବର୍ଷରୁ କମ୍‌) ଏପ୍ରିଲ ୪ରୁ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଏହାର ଲୋଗୋ ଏବଂ ଜର୍ସିକୁ ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଛନ୍ତି। ଏହା ବ୍ୟତୀତ ଉକ୍ତ କାର୍ଯ୍ୟକ୍ରମରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି। ”କଳିଙ୍ଗ ଷ୍ଟାଡିୟମ ସ୍ପୋଟର୍‌ସ କମ୍ପ୍ଲେକ୍ସ ଏକ ହବ୍‌ ଭାବେ ସବୁଆଡ଼େ ପ୍ରଶଂସିତ ଏବଂ ଏହା ଭବିଷ୍ୟତର ଉଦୀୟମାନ ପ୍ରତିଭାଙ୍କ ଲାଗି ପ୍ରିମିୟର ଟେନିସ୍‌ ଗ୍ରାଉଣ୍ଡରେ ପରିଣତ ହୋଇଛି। ଆମ ଇକୋ ସିଷ୍ଟମରେ ଟେନିସ ସେଣ୍ଟରର ଉନ୍ନତୀକରଣ କରାଯାଇଛି। ଆମ ଟେନିସ ଖେଳାଳିଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଏହା ସାହାଯ୍ୟ କରିବ। ଲୁକ୍କାୟିତ ପ୍ରତିଭାଙ୍କୁ ଖୋଜି ଏଠାରେ ଟ୍ରେନିଂ ଦିଆଯାଇ ପଦକ ଦାବିଦାର ବନାଯାଇ ପାରିବ“ ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ ପ୍ରକାଶ କରିଛନ୍ତି। ଉଦ୍‌ଘାଟନୀ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଉନ୍ନୟନ କମିଶନର ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି)ଭି.କେ. ପାଣ୍ଡିଆନ, କ୍ରୀଡ଼ା ଓ ଯୁବସେବା ସଚିବ ଆର. ଭିନିଲ କ୍ରିଷ୍ଣା, ଓଡ଼ିଶା ଟେନିସ ଆସୋସିଏଶନ ସଭାପତି ଅସିତ୍‌ ତ୍ରିପାଠୀ, ସମ୍ପାଦକ ସତ୍ୟଜିତ୍‌ ମହାନ୍ତି ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

କଳିଙ୍ଗରେ ଉଦ୍‌ଘାଟିତ ଟେନିସ୍‌ ସେଣ୍ଟର ଅନ୍ତର୍ଜାତୀୟ ଟେନିସ ଫେଡେରେଶନ ଦ୍ୱାରା ମାନ୍ୟତାପ୍ରାପ୍ତ। ଏଥିରେ ଏକ ସିନ୍ଥେଟିକ୍‌ ସେଣ୍ଟର କୋର୍ଟ ରହିଛି। ଗ୍ୟାଲେରିରେ ୧୪୦୦ ଦର୍ଶକ ବସି ଖେଳ ଦେଖିପାରିବେ। ଏହାବ୍ୟତୀତ ଜିମ୍ନାସିୟମ, ଖେଳାଳିଙ୍କ ଚେଞ୍ଜିଂ ରୁମ୍‌, ଅଡିଟୋରିୟମ, ଅଧିକାରୀଙ୍କ ପାଇଁ ରୁମ୍‌, ମିଡିଆ ରୁମ୍‌, ବ୍ରଡ୍‌କାଷ୍ଟ ପାଇଁ ରୁମ୍‌ ପ୍ରଭୃତି ରହିଛି। ୨୫ କୋଟି ଟଙ୍କା ବ୍ୟୟରେ ଏହି ସେଣ୍ଟରର ଉନ୍ନତୀକରଣ କରାଯାଇଛି। ଏହା ବ୍ୟତୀତ ୮ଟି ସିନ୍ଥେଟିକ୍‌ କୋର୍ଟବିଶିଷ୍ଟ କଳିଙ୍ଗ ଷ୍ଟାଡିୟମର ଟେନିସ କମ୍ପ୍ଲେକ୍ସ ଏବେ ଅନ୍ତର୍ଜାତୀୟ ଟେନିସ ଫେଡେରେଶନ ଏବଂ ଏସିଆନ ଟେନିସ ଫେଡେରେଶନ ସ୍ବୀକୃତ ମ୍ୟାଚ୍‌ ଆୟୋଜନ ପାଇଁ ପ୍ରସ୍ତୁତ।

ପ୍ରକାଶଯୋଗ୍ୟ, କବିର ହଂସ, ଦେବାଶିଷ ସାହୁ, ସୋହିନୀ ସଞ୍ଜୟ ମହାନ୍ତି ଓ ଆରାଧ୍ୟା ବର୍ମାଙ୍କ ପରି ରାଜ୍ୟର ଟେନିସ୍‌ ଖେଳାଳି ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ରାଜ୍ୟର ଟେନିସ୍‌ ଖେଳାଳିଙ୍କ ପ୍ରଦର୍ଶନ କିପରି ଅଧିକ ଉନ୍ନତ ହୋଇପାରିବ ସେଥିପାଇଁ ଓଡ଼ିଶା ଟେନିସ୍‌ ଆସୋସିଏଶନ(ଓଟିଏ) ଓ କ୍ରୀଡ଼ା ବିଭାଗ ରୋଡ୍‌ମ୍ୟାପ ପ୍ରସ୍ତୁତ ଉପରେ ଫୋକସ କରୁଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ବିଭିନ୍ନ କ୍ରୀଡ଼ାକ୍ଷେତ୍ରରେ ସଫଳତା ପାଇଁ ଖୋ ଖୋ ଖେଳାଳି ଅର୍ଚ୍ଚନା ମାଝି, ଆଥଲେଟ୍‌ ସ୍ବାଧୀନ ମାଝି, ଟେନିସ ଖେଳାଳି ଦେବାଶିଷ ସାହୁ ଓ ପାରା ଆଥଲେଟ୍‌ ଜୟନ୍ତୀ ବେହେରାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଉଦ୍‌ଘାଟନୀ ସମାରୋହ ପୂର୍ବରୁ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ୪୫ ଆଥଲେଟ୍‌ଙ୍କୁ ଆର୍ଥିକ ପୁରସ୍କାରରେ ସମ୍ମାନିତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

ଗିରଫ ପରେ ଜାମିନରେ ଖଲାସ ହେଲେ ଏହି ଗଲ୍‌ଫ ଖେଳାଳି, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା…

ଜୁପିଟର ଆଇଲାଣ୍ଡ, ୨୮ା୩: ବିଶିଷ୍ଟ ଗଲ୍‌ଫ ଖେଳାଳି ଟାଇଗର ଉଡ୍ସ ନିଶାଗ୍ରସ୍ତ ଅବସ୍ଥାରେ ଡ୍ରାଇଭିଂ କରିଥିବା ଅଭିଯୋଗରେ ପୋଲିସ ଦ୍ୱାରା ଗିରଫ ହେବାପରେ ଶୁକ୍ରବାର ବିଳମ୍ବିତ ରାତିରେ…

ବ୍ରହ୍ମବରଦା ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: ଏଏସ୍‌ଆଇଙ୍କ ସମେତ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ

ଧର୍ମଶାଳା, ୨୮।୩(ଶିିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ସରକାରଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ

ବଞ୍ଚୋ,୨୮ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଅନ୍ତର୍ଗତ ମରେଇଗାଁ ପଡ଼ିଆରେ କଂଗ୍ରେସ ଦଳର ଡାକରାରେ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି।…

୧୦ ମାସ ତଳେ ବିବାହ କରିଥିଲେ ଅନୁପମା, ବେକରେ ଦାଗ ଦେଖି ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ମହିପୁର ଗାଁରେ ଜଣେ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୧୦ ମାସ ତଳେ ବାହା ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri