ଭୁବନେଶ୍ୱର,୨୦।୯(ବ୍ୟୁରୋ): ରାଜ୍ୟରେ ଆଉ ୧୦ ମୁଣ୍ଡ ନେଇଛି କରୋନା। ମୃତକଙ୍କ ମଧ୍ୟରେ ବଲାଙ୍ଗୀରର ୪୦ ବର୍ଷୀୟ ପୁରୁଷ,କଟକର ୬୯ବର୍ଷୀୟ ବୃଦ୍ଧ, ୮୪ ବର୍ଷୀୟ ବୃଦ୍ଧ, ଗଞ୍ଜାମର ୬୮ବର୍ଷୀୟ ବୃଦ୍ଧ, କଳାହାଣ୍ଡିର ୬୫ ବର୍ଷୀୟ ବୃଦ୍ଧ, ଖୋର୍ଦ୍ଧାର ୯୨ବର୍ଷୀୟ ବୃଦ୍ଧ, ମୟୂରଭଞ୍ଜର ୮୦ବର୍ଷୀୟ ବୃଦ୍ଧ, ସମ୍ବଲପୁରରୁ ୫୩ ବର୍ଷୀୟ ବ୍ୟକ୍ତି, ପୁରୀ ଜିଲାର ୬୦ ବର୍ଷୀୟ ବୃଦ୍ଧ ଏବଂ ୫୪ ବର୍ଷୀୟ ବ୍ୟକ୍ତି ଅଛନ୍ତି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ରବିବାର ପୂର୍ବାହ୍ନରେ ଟୁଇଟ୍ କରି ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୭୦୧କୁ ବୃଦ୍ଧି ପାଇଛି।