ବର୍ଷରେ ଦୁଇଦିନ ଖୋଲେ ମୁଖ୍ୟ ସମାଧି ମନ୍ଦିର

ସୋନପୁର,୯।୬(ନି.ପ୍ର.): ସୁବର୍ଣ୍ଣପୁର ଜିଲା ସଦର ମହକୁମାଠାରୁ ପଶ୍ଚିମକୁ ୨୨ କିଲୋମିଟର ଗଲେ ଖଲିଆପାଲି ଗ୍ରାମରେ ରହିଛି ସନ୍ଥ କବି ଭୀମଭୋଇଙ୍କ ଆଶ୍ରମ। ଏହି ମହିମା ଆଶ୍ରମ ଥିଲା କବିଙ୍କ କର୍ମସ୍ଥଳ। ବହୁ ସ୍ଥାନ ବୁଲିବା ପରେ ଶେଷରେ କବି ଖଲିଆପାଲିକୁ ହିଁ ନିଜର ଅତି ପ୍ରିୟ ଓ ସର୍ବଶ୍ରେଷ୍ଠ ସ୍ଥାନ ବୋଲି ଗ୍ରହଣ କରି ନେଇଥିଲେ। ଭୀମଭୋଇଙ୍କ ଜନ୍ମ ତାରିଖ ଓ ସ୍ଥାନକୁ ନେଇ ଦ୍ୱନ୍ଦ୍ୱ ଥିବା ବେଳେ ଏହା ସତ୍ୟ ଯେ ଖଲିଆପାଲିକୁ ହିଁ ସାହିତ୍ୟ ସର୍ଜନାର ପ୍ରକୃଷ୍ଟ ସ୍ଥାନ ବୋଲି ବାଛି ନେଇଥିଲେ କବି। ଏହି ପବିତ୍ର ସ୍ଥାନରେ ସମାଧିସ୍ଥ ହୋଇଥିଲେ ସନ୍ଥ କବି ଭୀମଭୋଇ। ଖଲିଆପାଲି ଭୀମଭୋଇ ଆଶ୍ରମ ହେଉଛି ମହିମା ଧର୍ମର ପ୍ରାଣକେନ୍ଦ୍ର। ମନ୍ଦିରମାଳିନୀ ସୁବର୍ଣ୍ଣପୁର ଜିଲାର ଶୋଭା ଦ୍ୱିଗୁଣିତ କରୁଛି ଭୀମଭୋଇଙ୍କ ଏହି ସମାଧି ପୀଠ। ଗେରୁଆ ରଙ୍ଗରେ ମୁଖ୍ୟ ମନ୍ଦିର ସହ ଅନ୍ୟ ସମସ୍ତ ମନ୍ଦିରକୁ ଚିତ୍ରିତ କରାଯାଇଛି। ରଙ୍ଗ ବେରଙ୍ଗର ଫୁଲରେ ଭର୍ତ୍ତି ହୋଇଛି ଆଶ୍ରମ ପରିସରରେ ଥିବା ବଗିଚା।
ଏହି ଆଶ୍ରମରେ ରହିଛି ଭୀମଭୋଇଙ୍କ ସମାଧି ମନ୍ଦିର। ମୁଖ୍ୟ ମନ୍ଦିରର ପଛ ପାର୍ଶ୍ୱରେ ରହିଛି ଏକ ଶୂନ୍ୟ ମନ୍ଦିର। ମହିମା ଧର୍ମାବଲମ୍ବୀମାନେ ମୁଖ୍ୟତଃ ମୂର୍ତ୍ତି ପୂଜାରେ ବିଶ୍ୱାସ ନ କରି ଶୂନ୍ୟ ପରଂବ୍ରହ୍ମଙ୍କ ଉପାସନା କରିଥାନ୍ତି। ତେଣୁ ଏହି ଶୂନ୍ୟ ମନ୍ଦିରରେ ଶୂନ୍ୟ ବ୍ରହ୍ମଙ୍କୁ ଆଳତି କରାଯାଏ। ଏହି ମନ୍ଦିରରେ ସକାଳ ଏବଂ ସନ୍ଧ୍ୟାରେ ଆୟୋଜିତ ହୁଏ ସ୍ବତନ୍ତ୍ର ଆଳତି। ସନ୍ଥ ଭୀମଭୋଇ ୧୮୯୫ ମସିହା ମହାଶିବରାତ୍ରୀ ଦିନ ଏହି ସ୍ଥାନରେ ହିଁ ଇହଲୀଳା ସମ୍ବରଣ କରିଥିଲେ। ତାଙ୍କ ବ୍ୟବହୃତ କଠଉକୁ ଏଠାରେ ପୂଜା କରାଯାଉଛି। ପାଦୁକା ସେବା ପାଇଁ ଏଠି ରହିଛି ସ୍ବତନ୍ତ୍ର ମନ୍ଦିର। ସନ୍ଥ ଭୀମଭୋଇଙ୍କ ପାଦୁକା ପୂଜା ପାଇଁ ମଠରେ ରହିଛି ସ୍ବତନ୍ତ୍ର ନୀତି ନିୟମ। ଭୋର ୪ଟାରେ ଏଠାରେ ପାଦୁକା ଆଳତି ହୁଏ ା ସକାଳ ୭ଟାରେ କ୍ଷୀର ଭୋଗ, ମଧ୍ୟାହ୍ନରେ ଅନ୍ନ ଭୋଗ ଏବଂ ଫଳମୂଳ ଓ ଉଖୁଡା ଭୋଗ ଲଗାଯାଏ। ସନ୍ଧ୍ୟା ସମୟରେ ପାଦୁକା ମନ୍ଦିରରେ ଆଳତି କରାଯାଏ। ବର୍ଷରେ ମାତ୍ର ଦୁଇ ଦିନ ମାଘ ଚତୁର୍ଦ୍ଦଶୀ ଓ ପୂର୍ଣ୍ଣିମାରେ ଖୋଲାଯାଏ ମୁଖ୍ୟ ସମାଧି ମନ୍ଦିର। ରାଜ୍ୟ ତଥା ରାଜ୍ୟ ବାହାରୁ ଖଲିଆପାଲିକୁ ଛୁଟି ଆସନ୍ତି ଲକ୍ଷାଧିକ ଭକ୍ତ। ସନ୍ଥ ଭୀମଭୋଇଙ୍କ ସମାଧି ଦର୍ଶନ କରନ୍ତି ଶ୍ରଦ୍ଧାଳୁ । ମାଘ ଚତୁର୍ଦ୍ଦଶୀ ଓ ପୂର୍ଣ୍ଣିମାରେ ଏଠାରେ ମେଳା ଅନୁଷ୍ଠିତ ହୁଏ। ଏହାକୁ ମାଘ ମେଳା କୁହାଯାଏ। ବିବାହ, ବ୍ରତ ଆୟୋଜନ ପାଇଁ ଆବଶ୍ୟକ ହେଉଥିବା ସମସ୍ତ ସାମଗ୍ରୀ ଏହି ମେଳାରେ ମିଳିଥାଏ। ମନ୍ଦିର ପରିସରରେ ରହିଛି ଏକ ସୁନ୍ଦର ସଂଗ୍ରହାଳୟ ଏବଂ ପାଠାଗାର। ଏହି ସଂଗ୍ରହାଳୟରେ ସନ୍ଥ କବିଙ୍କ ରଚିତ ବହୁ ତାଳପତ୍ର ଗ୍ରନ୍ଥ ରହିଛି। ଭୀମଭୋଇ ବ୍ୟବହାର କରୁଥିବା ବହୁ ସାମଗ୍ରୀ ମଧ୍ୟ ଏଠାରେ ରଖାଯାଇଛି। ପୁସ୍ତକ ଆକାରରେ ପରିପ୍ରକାଶ ପାଇଥିବା ବହୁ କାବ୍ୟ କବିତା ଆଦି ଏହି ପାଠାଗାରରେ ରହିଛି। ସ୍ମୃତି ଚିନ୍ତାମଣି ଆଦି ଅନ୍ତ ଗୀତା, ବ୍ରହ୍ମ ନିରୂପଣ ଗୀତା, ଆଦି କବିଙ୍କ ରଚିତ ଗ୍ରନ୍ଥ ପାଠାଗାରରେ ଉପଲବ୍ଧ। ମଠ ପରିସରରେ ରହିଛି ଏକ ଭଜନ ମଣ୍ଡପ। ସନ୍ଧ୍ୟା ହୋଇଗଲେ ଏହି ଭଜନ ମଣ୍ଡପରୁ ଗୁଞ୍ଜରି ଆସେ ସନ୍ଥ କବିଙ୍କ ରଚିତ ଭଜନାବଳୀ। ଖଞ୍ଜଣୀର ତାଳେ ତାଳେ ଭକ୍ତିମୟ ପରିବେଶ ସୃଷ୍ଟି କରି ଦିଅନ୍ତି ମହିମା ଧର୍ମାବଲମ୍ବୀ ସାଧୁସନ୍ଥମାନେ। ଭଜନମଣ୍ଡପର କାନ୍ଥରେ ବି ସ୍ଥାନ ପାଇଛି ସନ୍ଥ କବିଙ୍କ ଭଜନାବଳୀର ମୁଖ୍ୟାଂଶ। ସୂର୍ଯ୍ୟାସ୍ତ ସମୟରେ ଏଠି ରହୁଥିବା ମହିମା ସନ୍ଥମାନଙ୍କ ସୂର୍ଯ୍ୟ ନମସ୍କାରର ଦୃଶ୍ୟ ଖୁବ୍‌ ମନଲୋଭା। ମହିମା ମଠରେ ଅଛନ୍ତି ପ୍ରାୟ ୫୦ଟି ଗାଈ। ୨୨ ଜଣ ସାଧୁ ଖଲିଆପାଲି ମହିମା ଆଶ୍ରମରେ ରହୁଛନ୍ତି। ମଠର ନୀତିକାନ୍ତି ସହ ଗୋସେବା ହେଉଛି ଏହି ସାଧୁସନ୍ଥଙ୍କ ମୁଖ୍ୟ କାର୍ଯ୍ୟ। ମହିମା ଆଶ୍ରମ ପରିସରରେ ଭୀମଭୋଇଙ୍କ ପରମ ଶିଷ୍ୟ ହରି ପଣ୍ଡା ଓ ବସୁ ପଣ୍ଡାଙ୍କ ସମାଧି ରହିଛି। ଏହା ବ୍ୟତୀତ କପିଳେଶ୍ୱର ବାବୁ, ମାତା ଶ୍ରୀୟା କୁମାରୀ ଲାବଣ୍ୟବତୀଙ୍କ ସମାଧି ମନ୍ଦିର ରହିଛି। ମହିମା ଖଲିଆପାଲି ଆଶ୍ରମ ରାଜ୍ୟର ପର୍ଯ୍ୟଟନ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ବହନ କରେ। ଏହି ଆଶ୍ରମକୁ ପବିତ୍ର କ୍ଷେତ୍ର ବୋଲି ଗ୍ରହଣ କରି ନେଇଛନ୍ତି ଦେଶ ବିଦେଶର ମହିମା ଧର୍ମାବଲମ୍ବୀମାନେ। ବିଶ୍ୱ ମାନବବାଦର ମନ୍ତ୍ର ପ୍ରଚାରିତ କରୁଛି ଖଲିଆପାଲି ମହିମା ମଠ। ସୋନପୁରର ମହିମା ଖଲିଆପାଲି ଆଶ୍ରମର ନିକଟସ୍ଥ ରେଳଷ୍ଟେଶନ ହେଲା ବଲାଙ୍ଗୀର ଓ ସମ୍ବଲପୁର। ବଲାଙ୍ଗୀର ଠାରୁ ଏହି ସ୍ଥାନର ଦୂରତା ୬୦ କିମି. ଓ ସମ୍ବଲପୁରରୁ ୭୫ କିଲୋମିଟର। ସୋନପୁର, ବଲାଙ୍ଗୀର ଓ ସମ୍ବଲପୁରରୁ ଏହି ଆଶ୍ରମକୁ ଟ୍ୟାକ୍ସି ସେବା ମଧ୍ୟ ଉପଲବ୍ଧ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri