ଭୁବନେଶ୍ବର,୬।୧: ଗତ କିଛି ଦିନର ବ୍ୟବଧାନ ପରେ ପୁଣି ଖସିଲା ରାତି ତାପମାତ୍ରା । ରାଜ୍ୟରେ ଅନେକ ସ୍ଥାନରେ ପାରଦ ହ୍ରାସ ପାଇଛି । ବିଭିନ୍ନ ସ୍ଥାନରେ ୨ରୁ ୪ ଡିଗ୍ରୀ ଯାଏଁ ପାରଦ କମିଥିବା ବେଳେ ଭୁବନେଶ୍ବରରେ ୨ ଡିଗ୍ରୀ ପର୍ଯ୍ୟନ୍ତ ଖସିଲା ତାପମାତ୍ରା । କିଛି ଦିନ ହେବ ଭୁବନେଶ୍ବର କୁହୁଡି ଆସ୍ତରଣ ଭିତରେ ରହିଥିବା ବେଳେ ଆଜି ସକାଳୁ ପାରଦ ହ୍ରାସ ସାଙ୍ଗକୁ ଅସ୍ତବ୍ୟସ୍ତ କରୁଛି ଥଣ୍ଡା ପବନ । ଆସନ୍ତା ୪ ଦିନ ଯାଏଁ ରାଜ୍ୟରେ ଶୀତ ଲହରି ଜାରି ରହିଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।


