କରୋନା କାଳରେ ପ୍ରେମିକାଙ୍କ ହାତ ଧରିବେ ସୁପରଷ୍ଟାର ନିଥୀନ: ସରିଲା ନିର୍ବନ୍ଧ

ସମଗ୍ର ବିଶ୍ୱ ତଥା ଦେଶରେ କରୋନା ଭୟ। ଏସବୁ ଭିତରେ ବିଭିନ୍ନ କଟକଣାକୁ ନେଇ ସାମାଜିକ କାମକୁ ବନ୍ଦ ରଖିବା ନଚେତ କୋଭିଡ ନିୟମ ମାନି କରିବାକୁ କୁହାଯାଇଛି। କିଛି ଲୋକେ ଏହି ସମୟକୁ ବିବାହ ଆଦି ପାଇଁ ଉଚିତ ମଣୁ ନ ଥିବା ବେଳେ କିଛି ତାହା ମାନୁ ନାହାନ୍ତି। ଏଭଳି ଏକ ସମୟରେ ତେଲୁଗୁ ଅଭିନେତା ନିଥିନ ପ୍ରେମିକା ଶାଳିନୀ କଣ୍ଡୁକୁରୀଙ୍କ ସହ ନିର୍ବନ୍ଧ କରିଛନ୍ତି। ବୁଧବାର ସମସ୍ତ ରୀତିନୀତି ଅନୁଯାୟୀ ନିଥୀନଙ୍କ ନିର୍ବନ୍ଧ ସରିଛି।

ନିର୍ବନ୍ଧ ସମୟର ଅନେକ ଫଟୋ ନିଥୀନ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହି ଉତ୍ସବରେ କେବଳ ପରିବାର ଏବଂ ନିକଟ ସମ୍ପର୍କୀୟ ଉପସ୍ଥିତ ଥିଲେ। ଖାସ୍‌ ଦିନରେ ନିଥୀନ ଧଳା ରଙ୍ଗର କୁର୍ତ୍ତା ପିନ୍ଧିଥିବା ବେଳେ ଶାଲିନୀ ନାଲି ରଙ୍ଗର ସିଲ୍କ ଶାଢ଼ୀ ପିନ୍ଧିଥିଲେ। ଉଭୟ ବେଶ ସୁନ୍ଦର ଦେଖାଯାଉଥିଲେ। କିଛି ଫଟୋରେ ନିର୍ବନ୍ଧ ମୁଦିକୁ ଦେଖାଇ ଉଭୟ ପୋଜ୍‌ ଦେଇଥିବା ବେଳେ କିଛିରେ ପରିବାର ଲୋକେ ନଜର ଆସୁଛନ୍ତି। ପ୍ରଶଂସକମାନେ ଏହାକୁ ନେଇ ନିଥୀନଙ୍କୁ ଶୁଭେଚ୍ଛା ଜଣାଉଛନ୍ତି। ଜୁଲାଇ ୨୬ରେ ଉଭୟଙ୍କ ବିବାହ ହେବ ବୋଲି ଜଣାପଡ଼ିଛି। କରୋନା ଯୋଗୁ ବହୁତ କମ୍‌ ଲୋକ ଏଥିରେ ସାମିଲ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ମାଣ ହେବ ତେଲୁଗୁ ଫିଲ୍ମ‘ଡିଅର କୋମରେଡ୍‌’ର ହିନ୍ଦୀ ରିମେକ୍‌, କରନ୍‌ ଜୋହର କିଣିଲେ ରାଇଟ୍ସ

ମୁମ୍ବାଇ: ବଲିଉଡ୍‌ରେ ରିମେକ୍‌ କିଛି ନୂଆ କଥା ନୁହେଁ। ବିଗତ ଦିନ ମାନଙ୍କରେ ଅନେକ ତାମିଲ, ତେଲୁଗୁ ଫିଲ୍ମକୁ ହିନ୍ଦୀ ଭାଷାରେ ରିମେକ୍‌ କରାଯାଇଛି। ଏହା...

ଫଟୋ ଶେୟାର କଲେ ଅନନ୍ୟା: ଦର୍ଶକେ କହିଲେ ବେଟର୍‌ ନୁହେଁ ହଟର୍‌

ମୁମ୍ବାଇ: ବଲିଉଡ୍‌ ଷ୍ଟାର କିଡ୍‌ ଅନନ୍ୟା ପାଣ୍ଡେ ଗୋଟିଏ ଫିଲ୍ମରେ କାମ କରିଥିବା ବେଳେ ତାଙ୍କର ପ୍ରଶଂସକଙ୍କ ସଂଖ୍ୟା କିନ୍ତୁ ବହୁତ ଅଧିକ। ସୋସିଆଲ ମିଡିଆରେ...

କେବଳ ବନ୍ଧୁତା

କ’ଣ କରିବେ ଦିଶା ପଟାନି-ଏଣୁ ମାରିଲେ ଗୋ ହତ୍ୟା ତେଣୁ ମାରିଲେ ବ୍ରହ୍ମ ହତ୍ୟା। ଅର୍ଥାତ୍‌ ସେ ଦୋଛକିରେ ପଡିଯାଇଛନ୍ତି। ଟାଇଗର ଶ୍ରଫଙ୍କ ସହ ତାଙ୍କ...

ବଲିଉଡରେ ବର୍ଷେ ପୂରିଲା

ମୁମ୍ବାଇ: ବଲିଉଡରେ ଅଭିନୟ ଜୀବନର ୧ବର୍ଷ ପୂରଣ କରିଛନ୍ତି ଅଭିନେତ୍ରୀ ଜାହ୍ନବୀ କପୁର ଏବଂ ଅଭିନେତା ଇଶାନ ଖଟ୍ଟର। ଦୁହେଁ ଅଭିନୟ କରିଥିବା ଧଡକ ଫିଲ୍ମର...

ସମୟାନୁବର୍ତ୍ତୀ ରଣବୀର

ରଣବୀର ସିଂଙ୍କୁ ନେଇ ଏବେ ବଲିଉଡ୍‌ରେ ଚର୍ଚ୍ଚା। ଏବେ ତାଙ୍କୁ ଏକାଥରେ ଦୁଇଟି ଜିନିଷ ପ୍ରତି ଧ୍ୟାନ ଦେବାକୁ ପଡୁଛି। ଗୋଟିଏ ହେଲା, ଫିଲ୍ମ ଶୁଟିଂ...

ପ୍ରଭାସଙ୍କ ବିବାହକୁ ନେଇ ଭବିଷ୍ୟବାଣୀ କଲେ ଜ୍ୟୋତିଷ

ସାଉଥ୍‌ ଅଭିନେତା ପ୍ରଭାସ ତାଙ୍କ ଦମଦାର ଅଭିନୟ ଏବଂ ଲୁକ୍‌କୁ ନେଇ ପ୍ରାୟତଃ ଚର୍ଚ୍ଚାରେ ରୁହନ୍ତି। ନିକଟରେ ତାଙ୍କ ବିବାହକୁ ନେଇ କିଛି ନା କିଛି...

କିଏ ସେହି ‘AU’, ଯାହାକୁ ୬୩ଥର କଲ କରିଥିଲେ ରିୟା

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତା ପ୍ରତିଦିନ ନୂଆ ନୂଆ ତଥ୍ୟ ଆସୁଛି। ଏହି ମାମଲାରେ ଛନ୍ଦି ହୋଇପଡିତତ୍ବା ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ କଲ୍‌...

ରାକେଶ ରୋଶନଙ୍କୁ ଆକ୍ରମଣ ଘଟଣାରେ ସମ୍ପୃକ୍ତ ସାର୍ପସୁଟର ଗିରଫ

ମୁମ୍ବାଇ,୧୦ ।୧୦: ବଲିଉଡ୍ ନିର୍ଦ୍ଦେଶକ ରାକେଶ ରୋଶନଙ୍କ ଉପରେ ୨୦୦୦ମସିହାରେ ଆକ୍ରମଣ କରିବା ଘଟଣାରେ ଗିରଫ ହୋଇ ପାରୋଲରେ ଥିବା ଜଣେ ସାର୍ପ ସୁଟର ପାରୋଲ...

Advertisement
Archives

Model This Week