Posted inଜାତୀୟ

ନିର୍ବାଚନ ବର୍ଜନ କରିବାକୁ ଧମକ ଦେଲେ ତେଜସ୍ବୀ ଯାଦବ

ନୂଆଦିଲ୍ଲୀ,୨୪।୭: ବିରୋଧୀ ଦଳ ବିହାରରେ ଚାଲିଥିବା SIRକୁ ଦୃଢ଼ ବିରୋଧ କରୁଛି। ବିରୋଧୀ ଦଳ ନେତା ତେଜସ୍ବୀ ଯାଦବ ଚଳିତ ବର୍ଷ ବିହାରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ବର୍ଜନ ଘୋଷଣା କରିଛନ୍ତି। ତେଜସ୍ବୀ ଯାଦବ ଗଣମାଧ୍ୟମକୁ କହିଛନ୍ତି, ଆମେ ନିର୍ବାଚନ ବର୍ଜନ ଉପରେ ଆଲୋଚନା କରିବୁ। ଏହି ବିକଳ୍ପ ଆମ ପାଇଁ ଖୋଲା ଅଛି।

SIR ସମ୍ପର୍କରେ ତେଜସ୍ବୀ ଯାଦବ କହିଛନ୍ତି,ଯେତେବେଳେ ସବୁକିଛି ସ୍ଥିର ହୋଇସାରିଛି ଯେ ବେଇମାନୀ ଖୋଲାଖୋଲି ଭାବରେ କରିବାକୁ ପଡିବ।ଲକ୍ଷ ଲକ୍ଷ ଲୋକଙ୍କ ନାମ ଭୋଟର ତାଲିକାରୁ ବାଦ ଦେବାକୁ ପଡିବ ଏବଂ ଏହି ଲକ୍ଷ ଲକ୍ଷ ଭୋଟର ଯେଉଁମାନେ ମୋଦି ଜିଙ୍କୁ ଭୋଟ ଦେଇଥିଲେ, ଅନେକ ସରକାରକୁ ନିର୍ବାଚିତ କରିଥିଲେ, ସେତେବେଳେ ଏହା ଠିକ ଥିଲା, ଏବେ ହଠାତ୍‌ ବେଇମାନୀ କେଉଁଠି ଭୁଲ ହେଲା? ଏହି ପ୍ରଶ୍ନ ପଚରାଯାଉଛି। ସରକାରଙ୍କ ଲୋକମାନେ ଆଜି ନିଜେ କହୁଥିଲେ, ଆମେ ଠକେଇ ଦ୍ୱାରା ନିର୍ବାଚିତ ହୋଇଛୁ ଏବଂ ପୁଣି ଠକେଇ ଦ୍ୱାରା ନିର୍ବାଚିତ ହେବୁ, ତେଣୁ ଯେତେବେଳେ ଆମକୁ ବେଇମାନୀ କରିବାକୁ ପଡିବ, ସେତେବେଳେ ଆମେ ନିର୍ବାଚନ ବର୍ଜନ କରିବାକୁ ବିଚାର କରିପାରିବା।

ଏକ ପ୍ରଶ୍ନରେ, RJD ନେତା କହିଛନ୍ତି, ଆମେ ସମସ୍ତ ଦଳର (ମହାଗଠବନ୍ଧନର) ଲୋକଙ୍କ ସହ କଥା ହେବୁ। ଯଦି ଜନତା ଭୋଟ ନ ଦିଅନ୍ତି ତେବେ ଗଣତନ୍ତ୍ରର ଅର୍ଥ କ’ଣ? ସେ କହିଛନ୍ତି, ଯଦି ଆପଣ ଲୋକମାନେ ଚଣ୍ଡିଗଡ଼ ଭଳି କାମ କରନ୍ତି… ତେବେ ଏହାର ଅର୍ଥ କ’ଣ ହେବ? ତେଣୁ ଆମେ ଏହାକୁ ଗମ୍ଭୀରତାର ସହିତ ନେଇ ନିର୍ବାଚନ ବର୍ଜନ କରିବା ବିଷୟରେ ଆଲୋଚନା କରିବୁ। ଏହି ବିକଳ୍ପ ଆମ ପାଇଁ ଖୋଲା ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri