ତହସିଲଦାରଙ୍କ ସରକାରୀ ଗାଡ଼ି ଜବତ: ସିଲ୍‌ କରିବାକୁ ଯିବାବେଳେ…

ଢେଙ୍କାନାଳ,୧୧।୧୨ (ରତନ ନାୟାର): ଜମି ଅଧିଗ୍ରହଣ ବାବଦ କ୍ଷତିପୂରଣ ପ୍ରଦାନ ନିମନ୍ତେ ଅଦାଲତଙ୍କ ନିର୍ଦ୍ଦେଶକୁ ଅବମାନନା କରି ଢେଙ୍କାନାଳ ସଦର ତହସିଲଦାର ସ୍ବାଧୀନ କୁମାର ବେହେରା ଅଡ଼ୁଆରେ ପଡ଼ିଛନ୍ତି। ଅଦାଲତଙ୍କ ନିର୍ଦ୍ଦେଶ ଅନୁଯାୟୀ ବୁଧବାର ତହସିଲଦାର ବେହେରା ବ୍ୟବହାର କରୁଥିବା ସରକାରୀ ଗାଡ଼ିକୁ ଜବତ କରାଯାଇଛି। ଏଥିସହ ତହସିଲଦାରଙ୍କ ପ୍ରକୋଷ୍ଠରେ ଥିବା ଚୌକି, ଟେବୁଲ ଓ କମ୍ପ୍ୟୁଟରକୁ ସିଲ୍‌ କରିବାକୁ ଯିବାବେଳେ ତହସିଲଦାର ସମୟ ମାଗିଥିଲେ। ପରେ ତହସିଲଦାର ଅଦାଲତରେ ହାଜର ହୋଇ ଜଣେ ଜମିହରା ପ୍ରଜାଙ୍କ କ୍ଷତିପୂରଣ ପ୍ରଦାନରେ ଅହେତୁକ ବିଳମ୍ବରୁ ସୁଧ ବାବଦ ଅର୍ଥ ୧୨ଲକ୍ଷ ୧ହଜାର ୯୦୮ ଟଙ୍କାକୁ ଚେକ୍‌ ମାଧ୍ୟମରେ ପ୍ରଦାନ କରିବା ପରେ ତାଙ୍କୁ ଆଶ୍ୱସ୍ତି ମିଳିଥିଲା। ପରେ ଜବତ ହୋଇଥିବା ସରକାରୀ ଗାଡିକୁ ମୁକୁଳାଇ ଦିଆଯାଇଥିଲା।
ଘଟଣାରୁ ଜଣାପଡ଼ିଛି ଯେ, ଢେଙ୍କାନାଳ ସହର ବାଜିଚୌକ ନିକଟସ୍ଥ ସିମିଳିଆ ଫ୍ଲାଇଓଭର ବ୍ରିଜ ପାଇଁ ୨୦୧୨ରେ ଜମି ଅଧିଗ୍ରହଣ ହୋଇଥିଲା। ଉକ୍ତ ଅଞ୍ଚଳରେ ସ୍ବର୍ଗତ ସତ୍ୟବାଦୀ ବେହେରାଙ୍କ ଖାତା ନଂ. ୩୧୩୨, ପ୍ଲଟ ନଂ.୧୯୪୧ରେ ୧୨ ଡେସିମିଲ ଜାଗା ଜମି ଅଧିଗ୍ରହଣ ହୋଇଥିଲା। ଜମି ଅଧିଗ୍ରହଣ ବାବଦକୁ ସତ୍ୟବାଦୀ ବେହେରାଙ୍କ ପରିବାର ୭ଲକ୍ଷ ୫୧ହଜାର ୩୧୬ଟଙ୍କା କ୍ଷତିପୂରଣ ପାଇବା ପାଇଁ ଧାର୍ଯ୍ୟ ହୋଇଥିଲା। କିନ୍ତୁ ପରିବାରର ଅନ୍ୟ ସମ୍ପର୍କୀୟମାନଙ୍କ ମଧ୍ୟରେ ଆପୋଷ ସମାଧାନ ନ ହେବାରୁ ଏ ସଂକ୍ରାନ୍ତରେ ଢେଙ୍କାନାଳ ସିନିୟର ସିଭିଲ ଜଜ୍‌ଙ୍କ ଅଦାଲତରେ ଏଲ୍‌ଏ କେସ୍‌ ନଂ. ୧୨୩/୨୦୧୩ରେ ଏକ ମାମଲା ରୁଜୁ ହୋଇଥିଲା। ଇତିମଧ୍ୟରେ ସଦ୍ୟବାଦୀଙ୍କ ମୃତ୍ୟୁ ହୋଇଯାଇଛି। ପରିବାର ସଦସ୍ୟ ବହୁବାର ଦୌଡ଼ିବା ପରେ ୧୫।୨।୨୦୨୪ରେ ସେମାନଙ୍କୁ କ୍ଷତିପୂରଣ ବାବଦକୁ ୬ ଲକ୍ଷ ୭୪ ହଜାର ୬୨୪ ଟଙ୍କା ମିଳିଥିଲା। ହେଲେ କ୍ଷତିପୂରଣ ପ୍ରଦାନରେ ଅହେତୁକ ବିଳମ୍ବ ଯୋଗୁ ୬୦ହଜାର ୯୧୬ ଟଙ୍କା ସୁଧ ଜମିହରା ପ୍ରଜାଙ୍କୁ ପ୍ରଦାନ ପାଇଁ ଅଦାଲତଙ୍କ ନିର୍ଦ୍ଦେଶ ରହିଥିଲା। ସୁଧ ପ୍ରଦାନରେ ମଧ୍ୟ ଅହେତୁକ ବିଳମ୍ବ ଯୋଗୁ ମୋଟ ସୁଧ ବାବଦକୁ ୧୨ଲକ୍ଷ ୧୫ହଜାର ୭୦୮ଟଙ୍କା ପ୍ରଦାନ ପାଇଁ ନିର୍ଦ୍ଦେଶ ପ୍ରଦାନ କରାଯାଇଥିଲା। କିନ୍ତୁ ତହସିଲଦାର ଏହା ପ୍ରଦାନ ନ କରିବାରୁ ତାଙ୍କ ନାମରେ ୧୫/୨୦୨୫ରେ ଏକ ମାମଲା ରୁଜୁ ହୋଇ ଅଦାଲତରେ ହାଜର ହେବା ପାଇଁ ନୋଟିସ ଜାରି ହୋଇଥିଲା। ତହସିଲ୍‌ଦାର ହାଜର ହେବା ସତ୍ତ୍ୱେ ନିର୍ଦ୍ଦେଶ ମୁତାବକ ସୁଧ ଅର୍ଥ ପ୍ରଦାନ କରି ନ ଥିଲେ। ଅଦାଲତ ନିର୍ଦ୍ଦେଶକୁ ଅବମାନନା କରିଥିବାରୁ ତାଙ୍କର ସମ୍ପତ୍ତି ବାବଦରେ ସରକାରୀ କାର୍ଯ୍ୟରେ ବବହାର କରୁଥିବା ଓଡି୦୬-ଏଲ୍‌-୨୨୧୧ ବୋଲେରୋ ଗାଡି, ତାଙ୍କ ସରକାରୀ କାର୍ଯାଳୟର ପ୍ରକୋଷ୍ଠରେ ଥିବା ଚୌକି, ଟେବୁଲ ଓ କମ୍ପ୍ୟୁଟରକୁ ଜବତ କରିବା ପାଇଁ ଅଦାଲତଙ୍କ ନିର୍ଦ୍ଦେଶ ମୁତାବକ କର୍ମଚାରୀମାନେ ଢେଙ୍କାନାଳ ସଦର କାର୍ଯ୍ୟାଳୟରେ ପହଞ୍ଚତ୍ ପ୍ରଥମେ ଗାଡ଼ିକୁ ସିଲ୍‌ କରିଥିଲେ। ଏହାପରେ ତହସିଲଦାର ଅଦାଲତରେ ହାଜର ହୋଇ ସୁଧଅର୍ଥ ପ୍ରଦାନ ବାବଦକୁ ଚେକ୍‌ରେ ୧୨ଲକ୍ଷ ୧ହଜାର ୯୦୮ଟଙ୍କା ପ୍ରଦାନ କରିବା ପରେ ଅଦାଲତଙ୍କ ନିର୍ଦ୍ଦେଶ ମୁତାବକ ସିଲ୍‌ ହୋଇଥିବା ଗାଡ଼ି ମୁକୁଳିଥିଲା। ବକେୟା ଅର୍ଥ ପ୍ରଦାନ ଓ ଏସଂକ୍ରାନ୍ତରେ ଶୁଣାଣି ନିମନ୍ତେ ୧୨ତାରିଖରେ ଅଦାଲତଙ୍କ ପକ୍ଷରୁ ତାରିଖ ଧାର୍ଯ୍ୟ ହୋଇଛି। ଅଭିଯୋଗକାରୀମାନଙ୍କ ପକ୍ଷରୁ ଆଇନଜୀବୀ ବନବିହାରୀ ପଣ୍ଡା ମାମଲା ପରିଚାଳନା କରୁଥିଲେ। ଏ ସଂକ୍ରାନ୍ତରେ ସତ୍ୟବାଦୀଙ୍କ ପୁଅ ପ୍ରମୋଦ କହିଛନ୍ତିି, ବହୁ ବିଳମ୍ବରେ ହେଲେ ମାଧ୍ୟ ଆମ ହକ୍‌ ଆମକୁ ମିଳିଛି। ସଦର ତହସିଲଦାର ସ୍ବାଧୀନ କୁମାର ବେହେରା କହିଛନ୍ତି, ଜମି ଅଧିଗ୍ରହଣରେ କ୍ଷତିପୂରଣ ବାବଦକୁ ଅର୍ଥ ଅଭିଯୋଗକାରୀ ପାଇ ସାରିଥିଲେ। ଆଉକିଛି ଟଙ୍କା ବାକିଥିଲା। ଏହା ପ୍ରଦାନରେ ବିଳମ୍ବ ହୋଇଥିଲା, ଯାହାକିଛି ସରକାରୀ ପ୍ରୋସେସରେ ବିଳମ୍ବ ହୋଇଛି। କାହାକୁ ଦୋଷାରୋପ କରିବାକୁ ଚାହଁୁନାହିଁ। ଅପରାହ୍ନରେ ସୁଧ ପ୍ରଦାନ ବାବଦକୁ ନିର୍ଦ୍ଦେଶ ଅନୁୂଯାୟୀ ୧୨ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ପ୍ରଦାନ କରାଯାଇଛି ବୋଲି ତହସିଲଦାର କୁହନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ୯ ଜିଲା ଦେଇ ଯିବ ଖଡ଼ଗପୁର-ବିଜୟୱାଡା ଏକ୍ସପ୍ରେସୱେ

ଭୁବନେଶ୍ୱର,୧୬।୩: ଓଡ଼ିଶା ପାଇଁ ଏକ ବଡ଼ ଖବର। ରାଜ୍ୟରେ ଗଡ଼ିବ ବିକାଶର ଗାଡ଼ି। ପଶ୍ଚିମବଙ୍ଗର ଖଡ଼ଗପୁରରୁ ଆନ୍ଧ୍ରପ୍ରଦେଶର ବିଜୟୱାଡାକୁ ସଂଯୋଗ କରୁଥିବା ହାଇସ୍ପିଡ୍ କରିଡର ଏବେ ଓଡ଼ିଶାର…

ଦୀର୍ଘ ସାଢେ ୫ ଘଣ୍ଟା ପରେ ଜାତୀୟ ରାଜପଥରେ ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

ପଟ୍ଟାଙ୍ଗି,୧୬।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଆନ୍ଧ୍ର ଓଡ଼ିଶା ସୀମାନ୍ତ ରାଜପଥ ଦୀର୍ଘ ସମୟ ଧରି ଅବରୋଧ ରହିଥିଲା । ତେବେ ଉକ୍ତ…

ଭଡା ଘରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ, ହତ୍ୟା ସନ୍ଦେହ କଲେ ପରିବାର

ଭବାନୀପାଟଣା,୧୬।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ସ୍ଥିତ ଇରିଗେସନ କଲୋନୀ ୭ ନଂ ଲେନର ଏକ ଭଡା ଘରୁ ସୋମବାର ସନ୍ଧ୍ୟାରେ ଜଣେ ଯୁବତୀଙ୍କ…

ବିଜେଡି-କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ଏହି ୧୧ ବିଧାୟକ, କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନରେ ବିଜେଡି ଓ କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ୧୧ ବିଧାୟକ। କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ। ଗୋଟେ ଚୁଟ୍‌କିରେ ବଦଳିଗଲା…

ହାଇସ୍କୁଲ ପରିଚାଳନା କମିଟି ଗଠନ ପାଇଁ ବସିଥିଲା ସଭା: ଆସିଲେନି ବିଧାୟକ, ସ୍ଥଗିତ ରହିଲା…

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବି. ତୁରୁବୁଡ଼ି ପଞ୍ଚାୟତ ହାଇସ୍କୁଲ ପରିଚାଳନା କମିଟି ଗଠନ ନିମନ୍ତେ ସୋମବାର ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

ପଲିଥିନ ତଳେ ୫ ପ୍ରାଣୀଙ୍କ ବିତୁଛି ଜୀବନ: ବ୍ଲକ ଅଧ୍ୟକ୍ଷ, ଜିଲା ପରିଷଦଙ୍କ ନିଜ ପଞ୍ଚାୟତରେ ଏଭଳି ଚିତ୍ର

ଥୁଆମୂଳ ରାମପୁର,୧୬।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡ ଜିଲା ଥୁଆମୂଳ ରାମପୁର ବ୍ଲକ ଅଧୀନସ୍ଥ ଗୁଣୁପୁର ଗ୍ରାମପଞ୍ଚାୟତରୁ ଆସିଛି ଏକ ଲଜ୍ଜାଜନକ ତଥ୍ୟ। ଯେଉଁ ପଞ୍ଚାୟତ ବ୍ଲକ ଅଧ୍ୟକ୍ଷ…

‘ଏହି ୩ ବିଧାୟକ ଏଭଳି କାମ କରିବେ ବୋଲି କେବେ ଭାବିନଥିଲି, ଛେଳି,ମେଣ୍ଢା ଭଳି ବିକ୍ରି ହୋଇଗଲେ’…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ତେବେ କ୍ରସ୍‌ ଭୋଟିଂକୁ ନେଇ ପିସିସି ସଭାପତି ଭକ୍ତ ଚରଣ…

ଗୋଟେ ଚୁଟ୍‌କିରେ ବଦଳିଗଲା ରାଜ୍ୟ ସଭା ଗଣିତ: କ’ଣ ଭାବିଥିଲେ, କ’ଣ ହେଲା…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ଭାଜପାର ମନମୋହନ ସାମଲ ଓ ସୁଜିତ କୁମାର ବିଜୟୀ ହୋଇଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri