ଭୁବନେଶ୍ୱର,୧୧।୩: କଟକ ଜିଲା କଣ୍ଟାପଡ଼ା ତହସିଲଦାରଙ୍କ ବିପୁଳ ସମ୍ପତ୍ତି ଠାବ କଲା ଭିଜିଲାନ୍ସ ଟିମ୍ । ଚଢ଼ାଉ ସମୟରେ ତହସିଲଦାର ପ୍ରସନ୍ନ ସାମନ୍ତରାୟଙ୍କ ୨ଟି ବହୁତଳ କୋଠା ସହିତ ୭ଟି ଦାମୀ ପ୍ଲଟ ଜବତ କରାଯାଇଛି। ଭୁବନେଶ୍ୱର କେଶୁରାରେ ତାଙ୍କର ୨ଟି ୩ ମହଲା କୋଠା ରହିଛି।
ଅନ୍ୟପକ୍ଷେ -ତହସିଲଦାରଙ୍କ ଭୁବନେଶ୍ବରରେ ୭ଟି ଦାମୀ ପ୍ଲଟ ରହିଛି। ରେଡ ବେଳେ ଘରୁ ନଗଦ ୨ ଲକ୍ଷ ୧୫ ହଜାର ଟଙ୍କା ଜବତ ହୋଇଛି। ତେବେ ବ୍ୟାଙ୍କ ଜମା ଓ ବୀମା ରାଶିର ଯାଞ୍ଚ କରୁଛି ଭିଜିଲାନ୍ସ।
ବୁଧବାର ସକାଳୁ ସକାଳୁ ତହସିଲଦାର ପ୍ରସନ୍ନ ସାମନ୍ତରାୟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ଚାଲିଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ ଚାଲିଛି। କଟକ, ଭୁବନେଶ୍ୱର, ପୁରୀ ଓ କେନ୍ଦ୍ରାପଡ଼ାରେ ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଛି।