ଭୁବନେଶ୍ୱର,୧୦ା୨(ସୌମ୍ୟରଞ୍ଜନ ରାଉତ):ଭାଲେଣ୍ଟାଇନ୍ସ ସପ୍ତାହର ତୃତୀୟ ଦିବସ ସୋମବାର ଚକୋଲେଟ୍ ଡେ’ରେ ପ୍ରେମୀଯୁଗଳ ପରସ୍ପରକୁ ଚକୋଲେଟ ଦେଇ ସମ୍ପର୍କରେ ମଧୁରତା ବୃଦ୍ଧି କରିଥିଲେ। ମଙ୍ଗଳବାର ଚତୁର୍ଥ ଦିବସକୁ ଟେଡି ଡେ’ ଭାବେ ପାଳନ କରିବେ ସେମାନେ। ପ୍ରେମିକା ଓ ପ୍ରେମିକ ପରସ୍ପରକୁ ଟେଡି ଦିଆନିଆ କରି ପ୍ରେମକୁ ଆହୁରି ମଜଭୁତ କରିବେ। କୁହାଯାଏ, ଟେଡି ଯେତେ ଦିନ ପାଖରେ ଥିବ, ସେତେ ଦିନ ଯାଏ ପ୍ରେମ ସମ୍ପର୍କ ଦୃଢ଼ ହୋଇରହିବ। ଟେଡି ବିୟର୍କୁ ପ୍ରେମ ଓ ଯତ୍ନର ପ୍ରତୀକ ଭାବେ ବିବେଚନା କରାଯାଏ। ତେଣୁ ଆଜିର ଦିନରେ ପ୍ରେମିକମାନେ ନିଜ ପ୍ରେମିକାକୁ ତାଙ୍କ ମନ ପସନ୍ଦ ରଙ୍ଗର ଟେଡି ବିୟର ଉପହାର ଦେଇଥାଆନ୍ତି। ବିଭିନ୍ନ ରଙ୍ଗର ଟେଡିକୁ ପ୍ରେମୀଯୁଗଳମାନେ ଉପହାର ପ୍ରଦାନ କରିଥାନ୍ତି।