Posted inଖେଳ

ଗଛରେ ଚଢ଼ି ଏଭଳି କିଛି ଦୃଶ୍ୟ କଏଦ କରିଥିଲେ ପ୍ରଶଂସକ, Video ସାମ୍ନାକୁ ଆସିବା ପରେ…

ନୂଆଦିଲ୍ଲୀ,୫।୭: ଟି୨୦ ବିଶ୍ୱକପ୍‌ ଜିତିବା ପରେ ଭାରତରେ ଉତ୍ସବର ମାହୋଲ ଦେଖିବାକୁ ମିଳୁଛି। ଏହି କ୍ରମରେ ଖେଳାଳିମାନେ ସ୍ବଦେଶକୁ ଫେରି ରୋଡ ଶୋ’ କରି ପ୍ରଶଂସକଙ୍କ ସହ ଖୁସି ବାଣ୍ଟିଛନ୍ତି। ଦିଲ୍ଲୀରୁ ନେଇ ବମ୍ବେ ଯାଇ ପ୍ରଶଂସକମାନେ ଖେଳାଳିଙ୍କ ଝଲକ ପାଇବାକୁ ରାସ୍ତାରେ ଭିଡ ଜମାଇଥିଲେ। ନରିମନ ପଏଣ୍ଟରୁ ଓ୍ବାଙ୍ଖଡେ ଷ୍ଟାଡିୟମ ଯାଏ ଓପନ୍‌ ବସ୍‌ରେ ‘ବିଜେତା ପରେଡ’ କରିବା ସମୟରେ ହଜାର ହଜାର ସଂଖ୍ୟାରେ ପ୍ରଶଂସକ ଉପସ୍ଥିତ ରହିଥିଲେ। ହେଲେ ଜଣେ ପ୍ରଶଂସକ ସମସ୍ତଙ୍କ ଧ୍ୟାନ ଆକର୍ଷିତ କରିଥିଲେ। କାରଣ ସେ ଖେଳାଳିଙ୍କୁ ପାଖରୁ ଦେଖିବା ପାଇଁ ଗଛ ଉପରେ ଚଢ଼ି ଯାଇଥିଲେ। ସେ ନିଜର ଫୋନ୍‌ରେ କ’ଣ ଭିଡିଓ କରୁଥିଲେ ତାର ଭିଡିଓ ଏବେ ସାମ୍ନାକୁ ଆସିଛି।

ଭାଇରାଲ ଭିଡିଓରେ ଦେଖାଯାଉଛି ଯେ ବିଜେତା ଭାବେ ଶୋ’ କରୁଥିବା ବେଳେ ପ୍ରଶଂସକଜଣଙ୍କ ସମସ୍ତଙ୍କୁ ଅତି ପାଖରୁ ଦେଖିପାରିଥିଲେ। ପ୍ରଥମେ ବିରାଟ କୋହଲି ତାଙ୍କୁ ଦେଖିଥିଲେ। ଏହାପରେ ସେ ରବିନ୍ଦ୍ର ଜାଡେଜାଙ୍କୁ ତାଙ୍କ ଆଡକୁ ଦେଖିବାକୁ କହିଥିଲେ। ପରେ ଜାଡେଜା ତାଙ୍କୁ ଦେଖି ହାତ ହଲାଇଥିଲେ। ଏହି ସମୟରେ ଭାରତୀୟ ଖେଳାଳିଙ୍କ ପ୍ରତିକ୍ରିୟା ଏବେ ସମସ୍ତଙ୍କ ମନ ଜିଣୁଛି।

ପ୍ରଶଂସକଜଣଙ୍କ ଗଛରେ ଚଢ଼ିଥିବା ଦେଖି ସମସ୍ତ ଖେଳାଳି ଚକିତ ହୋଇଥିଲେ। ଏହି ସମୟରେ ରୋହିତ ତାଙ୍କୁ ଡାଳରୁ ଓହ୍ଲାଇବାକୁ କହିଥିଲେ। ଏବେ ଏ ସମସ୍ତ ଭିଡିଓ ବେଶ ଭାଇରାଲ ହେଉଛି। ଭିଡରେ ବି ସେ ବାରି ହୋଇପଡ଼ିଲେ ବୋଲି ଅନେକ କହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri