Posted inଖେଳ

ଚିନ୍ତାରେ ଟିମ ଇଣ୍ଡିଆର ପ୍ରଶଂସକ, ହୋଟେଲରେ ଫସି ରହିଛନ୍ତି ଖେଳାଳି, ଫଟୋ ଶେୟାର କଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୧।୭: ଆଇସିସି ଟି -୨୦ ବିଶ୍ୱକପ ଜିତିବା ପରେ ଭାରତୀୟ କ୍ରିକେଟ ଦଳ ଘରକୁ ଫେରିବାରେ ବିଳମ୍ବ ହେଉଛି। ବାରବାଡୋସରେ ଖରାପ ପାଗ ଯୋଗୁଁ ସମସ୍ତ ବିମାନ ବାତିଲ କରାଯାଇଛି। ଏହି କାରଣରୁ ଭାରତୀୟ ଦଳର ଖେଳାଳି ଏବଂ କର୍ମଚାରୀମାନେ ହୋଟେଲ ରୁମରେ ବନ୍ଦ ହୋଇ ରହିଛନ୍ତି। ଟିମ ଇଣ୍ଡିଆକୁ ଭାରତ ଫେରିବା ପାଇଁ ଅପେକ୍ଷା କରିଥିବା ପ୍ରଶଂସକମାନେ ଚିନ୍ତିତ ଅଛନ୍ତି। କ୍ୟାପଟେନ ରୋହିତ ଶର୍ମା ସମସ୍ତଙ୍କ ସହ ଏକ ଫଟୋ ଶେୟାର କରି ବାରବାଡୋସରେ ଦଳର ସୁସ୍ଥତାର ବାର୍ତ୍ତା ଜଣାଇଛନ୍ତି।

ଆଇସିସି ଟି -୨୦ ବିଶ୍ୱକପ ଜିତିବା ପରେ ଟିମ ଇଣ୍ଡିଆ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ ପହଞ୍ଚି ପାରି ନାହିଁ। ବାରବାଡୋସରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏକ ରୋମାଞ୍ଚକର ଫାଇନାଲ ଜିତି ଭାରତ ଟ୍ରଫିକୁ କବଜା କରିଥିଲା। ପାଣିପାଗ ବିଭାଗ ଦ୍ୱାରା ଜାରି ହୋଇଥିବା ସାଇକ୍ଲୋନ ଚେତାବନୀ ଯୋଗୁଁ ବାରବାଡୋସର ସମସ୍ତ ବିମାନବନ୍ଦର ବନ୍ଦ ରହିଛି। ଏହି କାରଣରୁ ସମସ୍ତ ବିମାନ ମଧ୍ୟ ବାତିଲ ହୋଇଛି। ତେଣଉ ଭାରତୀୟ ଖେଳାଳି ସେଠାରେ ବାଧ୍ୟ ହୋଇ ଅଟକି ରହିଛନ୍ତି। ଭାରତୀୟ ଦଳର ପ୍ରଶଂସକମାନେ ଖେଳାଳିଙ୍କୁ ନେଇ ଚିନ୍ତିତ ଅଛନ୍ତି। ଏହି ସମୟରେ ଅଧିନାୟକ ରୋହିତ ଶର୍ମା ଇନଷ୍ଟାଗ୍ରାମରେ ତାଙ୍କ ଫଟୋ ଶେୟାର କରି ସମସ୍ତଙ୍କ ଚିନ୍ତା ଦୂର କରଛନ୍ତି। ହିଟ ମ୍ୟାନ ବିଛଣାରେ ଶୋଇଥିବାର ଏକ ଫଟୋ ପୋଷ୍ଟ କରି ଗୁଡମର୍ଣ୍ଣିଂ ଲେଖିଥିଲେ। ବର୍ତ୍ତମାନ ରୋହିତ ଶର୍ମାଙ୍କର ଶୁଭ ସକାଳ ଥିବାରୁ ତାଙ୍କ ପ୍ରଶଂସକମାନେ ମଧ୍ୟ ଆଶ୍ୱସ୍ତ ହୋଇଛନ୍ତି। ବିପଦପୂର୍ଣ୍ଣ ଝଡ଼ର ଭୟ ଯୋଗୁଁ ଭାରତୀୟ ଦଳର ଖେଳାଳିମାନେ ହୋଟେଲରେ ରହିଛନ୍ତି। ପିଟିଆଇ ଖବର ଅନୁଯାୟୀ ପାଗ ସୁଧାରିବା ପାଇଁ ଅପେକ୍ଷା କରି ପ୍ରାୟ ୭୦ଜଣ ସଦସ୍ୟ ଝଡ଼ ଯୋଗୁଁ ଅଟକି ଯାଇଛନ୍ତି। ପାଣିପାଗରେ ପରିବର୍ତ୍ତନ ହେବା ମାତ୍ରେ ସମସ୍ତ ସଦସ୍ୟଙ୍କୁ ଚାର୍ଟର ଫ୍ଲାଇଟ ଦ୍ୱାରା ବାରବାଡୋସରୁ ବ୍ରିଜଟାଉନକୁ ସ୍ଥାନାନ୍ତର କରାଯିବ। ଏହାପରେ ଟିମ ଇଣ୍ଡିଆ ଏବଂ ତାଙ୍କ ସହିତ ଥିବା କୋଚିଂ ଦଳ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?