୧୭ ବର୍ଷର ରେକର୍ଡ ଭାଙ୍ଗିଲା ଟିମ୍‌ ଇଣ୍ଡିଆ, ବଢ଼ିଲା ବିଶ଼୍ବକପ୍‌ର ଆଶା

ନୂଆଦିଲ୍ଲୀ, ୨୩।୬: ଟି-୨୦ ବିଶ଼୍ବକପ୍‌ ଟାଇଟଲ ହାତେଇବା ଆଶା ଏବେ ଟିମ୍‌ ଇଣ୍ଡିଆର ବଢ଼ିଛି । କାରଣ ଟିମ୍‌ ଇଣ୍ଡିଆର ପ୍ରଦର୍ଶନ ଜବରଦସ୍ତ ରହିଛି । ଗୋଟିଏ ମ୍ୟାଚ୍‌ରେ ସର୍ବାଧିକ ଛକ୍କା ମାରି ୧୭ ବର୍ଷର ରେକର୍ଡ ଭାଙ୍ଗିଛି ଦଳ । ବଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ଛକ୍କା ବର୍ଷା ଦେଖିବାକୁ ମିଳିଥିଲା । ଏହି ମ୍ୟାଚ୍‌ରେ ୨୦୦୭ ଟି-୨୦ ବିଶ଼୍ବ କପ୍‌ରେ ମାରିଥିବା ସବୁଠାରୁ ଅଧିକ ଛକ୍କାର ରେକର୍ଡ ଭାଙ୍ଗିଛି ।

୨୦୦୭ ମସିହାରେ ଟି-୨୦ ବିଶ଼୍ବ କପ୍‌ରେ ଇଂଲଣ୍ଡ ବିପକ୍ଷରେ ଡବରନ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ ୧୧ ଛକ୍କା ମାରି ରେକର୍ଡ କରିଥିଲା । ଗତକାଲି ପର୍ଯ୍ୟନ୍ତ ଏହା ଟି-୨୦ ବିଶ଼୍ବକପ୍‌ରେ ସବୁଠାରୁ ଅଧିକ ଛକ୍କା ମାରିଥିବା ମ୍ୟାଚ୍‌ ରହିଥିଲା । କିନ୍ତୁ ବର୍ତ୍ତମାନ ଅର୍ଥାତ ୧୭ ବର୍ଷ ପରେ ଟିମ୍‌ ଇଣ୍ଡିଆ ନିଜ ରେକର୍ଡ ଭାଙ୍ଗି ନୂଆ ରେକର୍ଡ କରିଛି । ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ୧୩ ଛକ୍କା ମାରିଛି । ବଡ଼ କଥା ହେଉଛି କି ଯେଉଁ ବର୍ଷ ସର୍ବାଧିକ ଛକ୍କା ମାରି ରେକର୍ଡ କରିଥିଲା ଟିମ୍‌ ଇଣ୍ଡିଆ ସେହି ବର୍ଷ ଟ୍ରଫି ମଧ୍ୟ ହାତେଇ ଥିଲା । ତେବେ ଚଳିତ ଟୁର୍ଣ୍ଣାମେଣ୍ଟରେ ନୂଆ ରେକର୍ଡ ହୋଇଥିବାରୁ ଟ୍ରଫି ହାତେଇବା ନେଇ ଆଶା କରାଯାଉଛି ।

ସୂଚନା ଥାଉକି, ଗତକାଲି ଖେଳାଯାଇଥିବା ଭାରତ-ବାଂଲାଦେଶ ମ୍ୟାଚ୍‌ରେ ୫୦ ରନରେ ଜିତି କ୍ରମାଗତ ବିଜୟ ହାସଲ କରିଛି ଭାରତ। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅର୍ଦ୍ଧଶତକ ବଳରେ ଦଳ ୨୦ ଓଭରରେ ୫ ୱିକେଟ୍‌ ହରାଇ ୧୯୬ ରନ୍‌ କରିଥିଲା।

ଜବାବରେ ବାଂଲାଦେଶ ୨୦ ଓଭରରେ ୮ ୱିକେଟ୍‌ ହରାଇ ୧୪୬ ରନ୍‌ କରିଥିଲା। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପକ୍ଷରୁ ରୋହିତ ଶର୍ମା(୨୩) ଓ ବିରାଟ କୋହଲି(୩୭) ପ୍ରଥମ ୱିକେଟ୍‌ରେ ୩୯ ରନ୍‌ ଯୋଡିଥିଲେ। ୩ ନମ୍ବରରେ ବ୍ୟାଟିଂ କରିଥିବା ରିଷଭ ପନ୍ତ ୩୬ ରନ୍‌ କରିଥିଲେ। ଶିବମ ଦୁବେ କ୍ରିଜ୍‌ରେ ଯୋଗ ଦେଇ୨୪ ବଲ୍‌ରୁ ୩୪ ରନ୍‌ କରି ଆଉଟ ହୋଇଥିଲେ।

ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା୨୭ ବଲ୍‌ ଖେଳି ୫୦ ରନ୍‌ କରିବା ସହ ଶେଷ ଯାଏ ଅପରାଜିତ ରହିଥିଲେ। ହାର୍ଦ୍ଦିକଙ୍କ ଇନିଂସରେ ୪ ଚୌକା ଓ ୩ ଛକା ସାମିଲ ଥିଲା। ବାଂଲାଦେଶ ପକ୍ଷରୁ ତାଞ୍ଜିମ ହସନ ଶକିବ ଓ ରିଶଦ ହୋସେନ୍‌ ୨ଟି ଲେଖାଏ, ଶାକିବ ଅଲ ହସନ ଗୋଟିଏ ୱିକେଟ୍‌ ନେଇଥିଲେ। ୧୯୭ ରନ୍‌ ଲକ୍ଷ୍ୟରେ ବାଂଲାଦେଶ ପ୍ରଥମ ୪ ଓଭରରେ ୩୫ ରନ୍‌ କରିଥିଲା।

ବାଂଲାଦେଶ ପକ୍ଷରୁ ଅଧିନାୟକ ନଜମୁଲ ହୋସେନ ଶନ୍ତୋ ୪୦, ତାଞ୍ଜିଦ ହସନ ୨୯ ଓ ରିଶଦ ହୋସେନ ୨୪ ରନ୍‌ କରିଥିଲେ। କୁଲଦୀପ ଯାଦବଙ୍କ ସ୍ପିନ ଯାଦୁ ଦେଖିବାକୁ ମିଳିଥିଲା। ମାତ୍ର ୧୯ ରନ୍‌ ଦେଇ କୁଲଦୀପ ୩ ବାଂଲାଦେଶୀ ବ୍ୟାଟରଙ୍କୁ ଆଉଟ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଯଶପ୍ରୀତ ବୁମ୍‌ରା ଓ ଅର୍ଶଦୀପ ସିଂ ଦୁଇଟି ଲେଖାଏ, ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ୱିକେଟ୍‌ ନେଇଥିଲେ। ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ହାର୍ଦ୍ଦିକଙ୍କୁ ପ୍ଲେୟର ଅଫ୍‌ ଦ ମ୍ୟାଚ୍‌ ଘୋଷଣା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରାଜପଥ ଉପରେ ଗଦା ହୋଇଛି କୁଢ଼କୁଢ଼ ପ୍ଲାଷ୍ଟିକ୍‌, ଗୋରୁ ଖାଇ ହେଉଛନ୍ତି ଅସୁସ୍ଥ

ଦାରିଙ୍ଗବାଡ଼ି,୨୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପରେ ଅନ୍ୟତମ ବଜାର ହେଉଛି ସିମନବାଡ଼ି। ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ ହେଉଥିବା ୫୯ ନଂ ଜାତୀୟ ରାଜପଥ କଡ଼ରେ...

ଭାବପ୍ରବଣ କରିଦେବ ଖବର! ମାଲିକଙ୍କ ମୃତଦେହ ପାଖରେ ରାତିସାରା ବସି ରହିଲା ପୋଷା କୁକୁର, ଅନ୍ତିମ ସଂସ୍କାର ପାଇଁ ୪ କିଲୋମିଟର…

ନୂଆଦିଲ୍ଲୀ,୨୧ା୧: ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲାରେ ମଣିଷ ଏବଂ ପଶୁମାନଙ୍କ ମଧ୍ୟରେ ଏକ ଅନନ୍ୟ ସମ୍ପର୍କକୁ ଦର୍ଶାଉଥିବା ଏକ ଭିଡିଓ ଇଣ୍ଟରନେଟରେ ଦ୍ରୁତ ଗତିରେ ଭାଇରାଲ ହେଉଛି...

ଏହି ମୋଗଲ ଶାସକ ପ୍ରତିଦିନ ପିଉଥିଲେ ଗଙ୍ଗାଜଳ, କାରଣ ଜାଣିଲେ…

ଗଙ୍ଗାକୁ ବିଶ୍ୱର ସବୁଠାରୁ ପବିତ୍ର ନଦୀ ବୋଲି ବିବେଚନା କରାଯାଏ। ଭାରତରେ ଗଙ୍ଗାକୁ ମାତା ବୋଲି କୁହାଯାଏ। ଧାର୍ମିକ ବିଶ୍ୱାସ ଅନୁଯାୟୀ, ଗଙ୍ଗାରେ ସ୍ନାନ କରିବା...

ଆଜି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି୨୦: ସୂର୍ଯ୍ୟକୁମାରଙ୍କ ଉପରେ ସମସ୍ତଙ୍କ ନଜର

ନାଗପୁର,୨୧ା୧: ସ୍ଥାନୀୟ ବିଦର୍ଭ କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ବୁଧବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ।...

ଗଛରେ ଚଢ଼ି କାଠ କାଟୁଥିଲେ ଶ୍ରମିକ, ହଠାତ୍‌ ଘଟିଲା ଏମିତି…

କେନ୍ଦ୍ରାପଡ଼ା,୨୧ା୧(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ନିକିରାଇ ଥାନା ଅନ୍ତର୍ଗତ ପାଳକଣା ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଜଣେ ଶ୍ରମିକ ଚାକୁଣ୍ଡା ଗଛରେ ଚଢ଼ି କାଠ...

ଅଧିକାରୀଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ, ସମୟସୀମା ମଧ୍ୟରେ…

ଭୁବନେଶ୍ୱର,୨୧ା୧: ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। କେନ୍ଦ୍ର ସରକାରଙ୍କ ଚିଠିକୁ ଗୁରୁତ୍ୱ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।...

ଜେଡି ଭାନ୍ସ ଆମେରିକାକୁ ଏମିତି ଖବର ଦେଲେ ଯେ ଖୁସି ହୋଇଗଲା ହ୍ବାଇଟ ହାଉସ, ଜାଣନ୍ତୁ କ’ଣ…

ଓ୍ବାଶିଂଟନ,୨୧।୧: ଆମେରିକାର ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ଏବଂ ତାଙ୍କ ପତ୍ନୀ ଉଷା ଭାନ୍ସ ଜୁଲାଇ ଶେଷ ଭାଗରେ ସେମାନଙ୍କର ଚତୁର୍ଥ ସନ୍ତାନ ଆଶା କରୁଛନ୍ତି। ଭାନ୍ସ...

କାର୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ପିକ୍‌ଅପ୍‌: ୩ ଗୁରୁତର

ବାରିପଦା,୨୧ା୧: ଏନ୍‌ଏଚ୍‌ ୧୬ ଦରକୋଳି ଛକରେ ସିରିଜ ଦୁର୍ଘଟଣା ଘଟିଛି। ଏକ କାର୍‌କୁ ଗୋଟିଏ ପିକ୍‌ଅପ୍‌ ଧକ୍କା ଦେଇଥିବାବେଳେ ପରେ ଟ୍ରକ୍‌କୁ ଧକ୍କା ଦେଇଥିଲା ପିକ୍‌ଅପ୍‌।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri