ଭଡ଼ାଘରେ ବେକରେ ଶାଢ଼ି ଲଗାଇ ଝୁଲି ପଡ଼ିଲେ ମହିଳା, ଶିକ୍ଷକ ସ୍ବାମୀଙ୍କୁ…

ପାଇକମାଳ,୧୬ା୮(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ନୃସିଂହନାଥ ମନ୍ଦିର ଯିବା ରାସ୍ତାରେ ନରସିଂହ ପଡ଼ାରେ ଭଡ଼ା ଘରେ ରହୁ ଥିବା ଜଣେ ଯୁବତୀ ଶନିବାର ନିଜ ଶାଢ଼ିରେ ବେକରେ ଫାଶ ପକାଇ ଆତ୍ମହତ୍ୟା କରିଛି। ମୃତକ ହେଲେ ନୀଲିପମା ଦୀପ (୩୪)ମୃତକଙ୍କ ବାପା ହେମନ୍ତ ଦୁଆନଙ୍କ ଲିଖିତ ଅଭିଯୋଗ ପାଇକମାଳ ଥାନାରେ ଦେବା ପରେ ଥାନା କେସ୍‌ ନଂ ୧୩/୨୫ରେ ପାଇକମାଳ ପୋଲିସ ମୃତକଙ୍କ ସ୍ବାମୀ ଶିକ୍ଷକ ନିରଞ୍ଜନ ଦୀପ (୪୦)ଙ୍କୁ ପଚରାଉଚରା କରିଛି। ଏବଂ ବଲାଙ୍ଗୀରରୁ ସାଇଣ୍ଟିଫିକ ଟିମ୍‌ (SODFSL ) ଆସି ତଦନ୍ତ ପରେ ମୃତଦେହ ପଦ୍ମପୁର ପଠାଯାଇଛି। ଉଭୟ ସ୍ବାମୀ ସ୍ତ୍ରୀ ବହୁତ ଖୁସିରେ ନରସିଂହପଡ଼ାରେ ଏକ ଭଡ଼ା ଘରେ ଥିଲେ ବୋଲି ପଡ଼ୋଶୀ କହିଥିବା ବେଳେ ତାଙ୍କର ପୁଅ ପ୍ରଣୟ ଦୀପ (୧୬)ଓ ଝିଅ ପ୍ରତ୍ୟାଶା ଦୀପ (୧୪)ବାହାରେ ରହି ପାଠ ପଢ଼ୁଥିବା ଜଣାଯାଇଛି। ପାଇକମାଳ ଥାନା ଅଧକାରୀ କୈଳାସ ଚନ୍ଦ୍ର ପ୍ରଧାନଙ୍କୁ ପଚାରିବାରୁ ଅଧିକ ତଦନ୍ତ କରାଯାଉଛି ବୋଲି ଜଣାଇଛନ୍ତି।

ଆଜି ସନ୍ଧ୍ୟା ହୋଇଯାଇଥିବାରୁ ଆସନ୍ତାକାଲି ଅର୍ଥାତ୍‌ ରବିବାର ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି ଥାନାଧିକାରୀ କହିଛନ୍ତି।

Share
Tags: suicide