କଟକ ସଦର,୨୫ା୮(ସୁଶାନ୍ତ କୁମାର ଜେନା): ୪୨ ମୌଜା ଅନ୍ତର୍ଗତ ଏକ ଉଚ୍ଚ ବିଦ୍ୟାଳୟରେ ପ୍ରାର୍ଥନା କ୍ଲାସ୍ରେ ପିଲାମାନେ ଆଣ୍ଠେଇବା ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଶନିବାର ସକାଳେ ପ୍ରାର୍ଥନା କ୍ଲାସ ଚାଲିଥିବା ବେଳେ ଅନେକ ପିଲାଙ୍କୁ ବିଦ୍ୟାଳୟ ପରିସରରେ ଆଣ୍ଠେଇ ଥିବା ବେଳେ ଶିକ୍ଷୟିତ୍ରୀ ଓ ଶିକ୍ଷକମାନେ ସେଠାରେ ଉପସ୍ଥିତ ରହିଥିବା ଦେଖାଯାଉଛି। ରବିବାର ଥିବାରୁ ସମ୍ପୃକ୍ତ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ଥିଲା। ବିଦ୍ୟାଳୟକୁ ସରକାର ଦଣ୍ଡମୁକ୍ତ ଅଞ୍ଚଳ ବୋଲି ଘୋଷଣା କରିଥିବା ବେଳେ ପିଲାଙ୍କୁ ଆଣ୍ଠେଇ ଦେଇ ସର୍ବସମ୍ମୁଖରେ ଅପମାନିତ କରିବା ଘଟଣାକୁ ଅଭିଭାବକ ମହଲରେ ନିନ୍ଦା କରାଯାଇଛି।