ହିଞ୍ଜିଳିକାଟୁ, ୨୮।୩( ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ପିଏମଶ୍ରୀ ସରକାରୀ ବୃନ୍ଦାବନ ବିଦ୍ୟାଳୟରେ ଚାଲିଥିବା ଜନଗଣନା ତାଲିମର ତୃତୀୟ ପର୍ଯ୍ୟାୟରେ ତାଲିମ ବେଳେ ଶନିବାର କେନ୍ଦ୍ରରେ ଜଣେ ଶିକ୍ଷୟିତ୍ରୀ ଅସୁସ୍ଥ ହୋଇଡିଛନ୍ତି। ସେ ହେଲେ ବୁରୁପଡା ଭଗବତୀ ବିଦ୍ୟାଳୟର ଶିକ୍ଷୟିତ୍ରୀ ମିନତି କୁମାରୀ ପାଲ।
ସେ ତୃତୀୟ ପର୍ଯ୍ୟାୟ ତାଲିମ ପାଇଁ ବିଦ୍ୟାଳୟରେ ପହଞ୍ଚି ତାଲିମ ନେଉଥିବା ବେଳେ ହଠାତ୍ ଶନିବାର ଅଚେତ ହୋଇ ପଡିଥିଲେ। ମିନତିଙ୍କୁ ତୁରନ୍ତ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଯାଇଥିଲା। ଚିକିତ୍ସା ପରେ ସେ ସୁସ୍ଥ ହୋଇଥିଲେ। ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁ ଶିକ୍ଷୟିତ୍ରୀ ଜଣକ ଅସୁସ୍ଥ ହୋଇପଡିଥିବା କୁହାଯାଉଛି।

