ପ୍ରାଥମିକ ବିଦ୍ୟାଳୟରେ ଶନିବାର ସକାଳେ ପାଠ ପଢ଼ା ଚାଲିଥିବା ବେଳେ ଏକୁଟିଆ ଥିବା ସୁଯୋଗ ନେଇ ଶିକ୍ଷକ ଲିଙ୍ଗରାଜ ପଞ୍ଚମ ଶ୍ରେଣୀର ଛାତ୍ରୀଙ୍କୁ ଏକ ଚକୋଲେଟ ଦେଇ ଅସଦାଚରଣ କରିଥିଲେ। ସ୍କୁଲ ଛୁଟି ପରେ ଛାତ୍ରୀଜଣଙ୍କ ବାପାମା’ଙ୍କୁ ଏନେଇ ଜଣାଇଥିଲେ। ଅଭିଭାବକ ଆସି ଏହାକୁ ବିରୋଧ କରିବା ସହ ରମ୍ଭା ଥାନା ହୁମ୍ମା ଫାଣ୍ଡି ଅଧିକାରୀ ସତ୍ୟଜିତ ବେଣିଆଙ୍କ ନିକଟରେ ଅଭିଯୋଗ କରିଥିଲେ। ପୋଲିସ ଅଭିଯୁକ୍ତ ଶିକ୍ଷକ ଲିଙ୍ଗରାଜ ମହାଙ୍କୁଡ଼ଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ମାମଲା ରୁଜୁ କରିଥିଲା। ଏହାପରେ ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରାଯାଇଥିବା ଏସ୍ଆଇ ସତ୍ୟଜିତ ବେଣିଆ ସୂଚନା ଦେଇଛନ୍ତି। ଅପରପକ୍ଷେ ଅଭିଯୁକ୍ତ ଶିକ୍ଷକ ନିଜ ଉପରେ ଲାଗିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି।