Posted inଜାତୀୟ

ମନ୍ତ୍ରୀ ହେବା ପାଇଁ ପହଞ୍ଚିଲେ ନେତା, ମୋଦିଙ୍କ ବାସଭବନରେ ଚାଲିଛି ଚା ପାର୍ଟି

ନୂଆଦିଲ୍ଲୀ, ୯ା୬: ନରେନ୍ଦ୍ର ମୋଦି ଆଜି ଲଗାତାର ଦେଶର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ । ସା ୭.୧୫ ମିନିଟ୍‌ରେ ଏନେଇ ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ମୋଦିଙ୍କ ସହିତ ତାଙ୍କର କ୍ୟାବିନେଟ୍‌ ମନ୍ତ୍ରୀମାନେ ମଧ୍ୟ ଶପଥ ଗ୍ରହଣ କରିବା ନେଇ ସୂଚନା ରହିଛି। ସେଥିପାଇଁ ଶପଥ ଗ୍ରହଣ ପୂର୍ବରୁ ମୋଦି ସମ୍ଭାବ୍ୟ ମନ୍ତ୍ରୀମାନଙ୍କୁ ଚା ପାର୍ଟି ପାଇଁ ଡକାଇଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ଆବାସରେ ମନ୍ତ୍ରୀ ପଦ ମିଳିବାକୁ ଥିବା ୪୧ ନେତା ପହଞ୍ଚିଛନ୍ତି । ସେମାନଙ୍କ ମଧ୍ୟରେ ଅମିତ ଶାହା, ଜେପି ନଡ୍ଡା, ବି.ଏଲ ଭର୍ମା, ପଙ୍କଜ ଚୌଧରୀ, ଶିବରାଜ ସିଂ ଚୌହାନ, ଅନ୍ନପୂର୍ଣ୍ଣା ଦେବୀ, ଅର୍ଜୁନ ରାମ ମେଘୱାଲ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ମନୋହର ଲାଲ ଖଟ୍ଟର, ନିତିନ ଗଡ଼କରୀ, ନିତ୍ୟାନନ୍ଦ ରାୟ, ହର୍ଷ ମଲହୋତ୍ରା, ଭାଗୀରଥ ଚୌଧରୀ, ଏଚ୍‌ ଡି କୁମାରସ଼୍ବାମୀ, କିରଣ ରିଜ୍ଜୁ, ଜିତିନ ପ୍ରସାଦ, ରବନୀତ ସିଂ ବିଟୁ, ରାଜନାଥ ସିଂ, ରାଓ ଇନ୍ଦ୍ରଜିତ ସିଂ, ଅଜୟ ତାମତା, ଜିତନ ରାମ ମଝୀ, ଚିରାଗ ପାସୱାନ, ର୍ନିମଳା ସୀତାରମଣ, ସର୍ବାନନ୍ଦ ସୋନୋୱାଲ, ଜି କିଶାନ ରେଡ୍ଡୀ, ପୀୟୁଷ ଗୋୟଲ, ଜୟନ୍ତ ସିଂ ଚୌଧରୀ, ଧର୍ମେନ୍ଦ୍ର ପ୍ରଧାନ, ବିନ୍ଦ ସଞ୍ଜୟ, ଶ୍ରୀପଦ ନାୟକ, ଜିତେନ୍ଦ୍ର ସିଂ, ହରଦୀପ ପୁରୀ, ଶୋଭା କରଣ୍ଡଲାଜେ, ମାନସୁଖ ମାଣ୍ଡଭୀୟ, ଲଲାନ ସିଂ, ଶାନ୍ତନୁ ଠାକୁର, ରାମଦାସ ଆଥୱାଲେ, ରାମ ମୋହନ ନାଇଡୁ, ସି ପେନ୍ନାସାନି, ରାମନାଥ ଠାକୁର, ପ୍ରତାପ ରାଓ ଯାଦବ ଆଦି ପହଞ୍ଚିଛନ୍ତି ।

ଏହା ପୂର୍ବରୁ ସକାଳୁ ମୋଦି ରାଜଘାଟ ଏବଂ ସଦୈବ ଅଟଳ ପହଞ୍ଚିଥିଲେ ଯ ସେଠାରେ ସେ ଗାନ୍ଧିଜୀ ଏବଂ ଅଟଳ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ପରେ ସେ ସହିଦ ମେମୋରିଲା ନିକଟରେ ପହଞ୍ଚି ଶହିଦ୍‌ଙ୍କୁ ପ୍ରଣାମ କରିଥିଲେ । ମୋଦିଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ପାଇଁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

SIR ଡ୍ୟୁଟିରେ ଥିବା ବିଚାରପତିଙ୍କୁ ସୁରକ୍ଷା ଦେବା ପାଇଁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ

ନୂଆଦିଲ୍ଲୀ/କୋଲକାତା,୨ା୪: ପଶ୍ଚିମବଙ୍ଗରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (SIR) ପାଇଁ ନିଯୁକ୍ତ ନ୍ୟାୟିକ ବିଚାରପତିମାନଙ୍କ ପ୍ରତି ସୃଷ୍ଟି ହୋଇଥିବା ବିପଦକୁ ସୁପ୍ରିମକୋର୍ଟ ଗୁରୁବାର ଗମ୍ଭୀର ଭାବରେ…

ରାଘବ ଚଢାଙ୍କୁ ବଡ଼ ଝଟକା , ଉପନେତା ପଦରୁ ହଟାଇଲା AAP

ନୂଆଦିଲ୍ଲୀ,୨।୪: ଆମ ଆଦମୀ ପାର୍ଟି (ଏଏପି) ରାଘବ ଚଢାଙ୍କୁ ଏକ ବଡ଼ ଝଟ୍‌କା ଦେଇଛି। ଦଳ ରାଜ୍ୟ ସଭା ସଚିବାଳୟକୁ ଚିଠି ଲେଖି ତାଙ୍କୁ ଗୃହର ଉପନେତା…

SIR ଅଧିକାରୀଙ୍କୁ ବନ୍ଧକ ରଖିବା ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ କଠୋର ଆଭିମୁଖ୍ୟ: ମମତା ବାନାର୍ଜୀ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ

ନୂଆଦିଲ୍ଲୀ,୨।୪: ପଶ୍ଚିମବଙ୍ଗରେ ଏକ ସ୍ବତନ୍ତ୍ର ସଘନ ସମୀକ୍ଷା (SIR) କରିବାକୁ ଯାଇଥିବା ଅଧିକାରୀମାନଙ୍କୁ ବନ୍ଧକ ରଖିବା ମାମଲାରେ ସୁପ୍ରିମକୋର୍ଟ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହି ମାମଲାରେ…

ଭାରତକୁ ବନ୍ଧୁତାର ହାତ ବଢାଇଲା ଏହି ଦେଶ: ପାକିସ୍ତାନ ଛାନିଆ

ନୂଆଦିଲ୍ଲୀ,୨।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହୋଇଛି। ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ୩୦ ଦିନରୁ ଅଧିକ ସମୟ ବିତିଗଲାଣି। କୌଣସି ପକ୍ଷ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ; ୧୩୦୦୦ କମିଲା….

ନୂଆଦିଲ୍ଲୀ,୨।୪: ଆଜି ସୁନା ଏବଂ ରୂପା ବଜାରରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି । ଯାହା ନିବେଶକ ଏବଂ କ୍ରେତା ଉଭୟଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri