ଡିଲ କରୁଛନ୍ତି ଟାଟା-ବିଏସଏନଏଲ, ଉଭେଇଯିବ ଏୟାରଟେଲ, ଜିଓ!

ନୂଆଦିଲ୍ଲୀ,୧୬।୭: ପ୍ରାଇବେଟ ଟେଲିକମ କମ୍ପାନୀ ଏୟାରଟେଲ ଓ ଜିଓ ନିଜର ରିଚାର୍ଜ ପ୍ଲାନରେ ବୃଦ୍ଧି କରିବାରୁ ଲୋକେ ବିଏସଏନଏଲ ଆଡକୁ ମୁହାଁଉଛନ୍ତି। ଏପରିକି ବିଏସଏନଏଲ ମଧ୍ୟ ଏହି ସମୟରେ ଏକ ଶସ୍ତା ଯୋଜନା ଆରମ୍ଭ କରିଛି। ଯେଉଁଥିରେ ଗ୍ରାହକଙ୍କୁ ଆଶ୍ୱସ୍ତି ଦେବ ବୋଲି ଜଣାପଡିଛି।

ଏୟାରଟେଲ ଓ ଜିଓ ୟୁଜର୍ସ ରିଚାର୍ଜ ପ୍ଲାନ ବଢିବା ଦେଖି ନିଜର ସିମକୁ ବିଏସଏନଏଲରେ ପୋର୍ଟ କରୁଛନ୍ତି। ଏଥିସହ ଟାଟା କନସଲଟେନ୍ସି ସର୍ଭିସ ଓ ବିଏସଏନଏଲ ୧୫ ହଜାର କୋଟିର ଡିଲ କରିଥିବା ଶୁଣାଯାଉଛି ।

ଟିଡିଏସ ଓ ବିଏସଏନଏଲ ମିଳିତ ଭାବରେ ଭାରତର ପ୍ରାୟ ୧ ହଜାର ଗାଁରେ ୪ଜି ସେବାକୁ ରୋଲ ଆଉଟ କରୁଥିବାର ସୂଚନା ମିଳିଛି । ଯାହା ଆଗାମୀ ଦିନରେ ଇଣ୍ଟରନେଟ ସେବାକୁ ସଶକ୍ତ ଓ ସମୃଦ୍ଧ କରିବ । ଯଦି ଏଭଳି ହୁଏ ତେବେ ଜିଓ ଓ ଏୟାରଟେଲକୁ ବଡ଼ ଝଟକା ଲାଗି। ଟାଟା ଭାରତର ପ୍ରାୟ ୪ ଟି ରିଜନରେ ନିଜର ଡାଟା ସେଣ୍ଟର ତିଆରି କରୁଛି । ଯାହା ଭାରତରେ ୪ଜି ନେଟୱାର୍କ ତିଆରି କରିବାରେ ସହାୟତା ପ୍ରଦାନ କରିବ ।

ବିଏସଏନଏଲ ବୈଧତା ୩୬୫ ଦିନ ପାଇଁ ୨,୩୯୯ ଟଙ୍କା ରଖିଛି। ଏହି ଯୋଜନା ସହିତ ଆପଣ ପ୍ରତିଦିନ ୧୦୦ ମେସେଜ ଏବଂ ୨ ଜିବି ହାଇ ସ୍ପିଡ ଡାଟା ସହିତ ଅସୀମିତ କଲିଂ ମଧ୍ୟ ସୁବିଧା ପାଇବେ।


Enter your email to get our daily news in your inbox.

All Right Reserved By Dharitri.Com

୬.୬.୬.୬.୬.୬.୬…ମାତ୍ର ୨୦ ବଲ୍‌ରେ ଚମତ୍କାର କଲେ ଇଶାନ

ନୂଆଦିଲ୍ଲୀ,୫।୨: ଆଇସିସି ଟି-୨୦ ବିଶ୍ୱକପ ୨୦୨୬ ପାଇଁ ଟିମ ଇଣ୍ଡିଆ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଗତ ୪ ଫେବୃଆରୀ ରାତିରେ ଟି-୨୦ ବିଶ୍ୱକପ ଅଭ୍ୟାସ ମ୍ୟାଚରେ ଟିମ…

ଉଠିଲାଣି ୫୬ ଲକ୍ଷ, ପଡ଼ିରହିଛି ୭ ଲକ୍ଷ କୁଇଣ୍ଟାଲ

ଭବାନୀପାଟଣା,୫ା୨ (ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାରେ ଚଳିତ ଖରିଫ ଧାନ କିଣା ଆରମ୍ଭରୁ ଅବ୍ୟବସ୍ଥା ଲାଗିରହିଛି। ଧାନ କିଣାକୁ ୨ ମାସରୁ ଊଦ୍ଧର୍‌ବ ସମୟ ବିତିଯାଇଥିଲେ ମଧ୍ୟ…

ଛାତିଥରା…ଦୁଇ ଗାଁରେ 162 ଜଣଙ୍କୁ ହତ୍ୟା

ନୂଆଦିଲ୍ଲୀ,୫।୨: ପଶ୍ଚିମ ନାଇଜେରିଆର ଦୁଇଟି ଗାଁରେ ଆକ୍ରମଣ କରି ସଶସ୍ତ୍ର ଆତଙ୍କବାଦୀମାନେ ଅତି କମରେ ୧୬୨ ଜଣଙ୍କୁ ନିର୍ମମ ଭାବରେ ହତ୍ୟା କରିଛନ୍ତି। ବୁଧବାର ଦିନ ଜଣେ…

ଘର ଭାଙ୍ଗି ଧାନ, ଚାଉଳ ଖାଇଲେ ହାତୀପଲ

ନୂଆପଡ଼ା,୫ା୨ (ମକାରୁ ବେମାଲ):ନୂଆପଡ଼ା ଜିଲା ସୁନାବେଡା ଅଭୟାରଣ୍ୟ ଭିତରେ ବସବାସ କରୁଥିବା ଏକ ଗଁାର ୧୦ରୁ ଊର୍ଦ୍ଧ୍ୱ ଘରକୁ ହାତୀ ଭାଙ୍ଗିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ…

ମହାନଦୀ ଜଳ ବିବାଦ: ଓଡ଼ିଶା ଚାହୁଁଛି କେନ୍ଦ୍ର ମଧ୍ୟସ୍ଥତା

ଭୁବନେଶ୍ୱର,୫ା୨(ରବିନାରାୟଣ ଜେନା):ମହାନଦୀ ଜଳ ବିବାଦର ସମାଧାନ ପାଇଁ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ଏହା ଟ୍ରିବ୍ୟୁନାଲ ମାଧ୍ୟମରେ ସମାଧାନ ହେବା ସମୟସାପେକ୍ଷ। ତେଣୁ ମଧ୍ୟସ୍ଥ ଜରିଆରେ…

ଜୀବନ ରକ୍ଷା କରିବ ‘ହାର୍ଟଗାର୍ଡ’ ମାସ୍କ, ହୃଦଘାତ ପୂର୍ବରୁ ବାଜିବ ଆଲାର୍ମ

କଟକ,୫।୨(କୁମାରଶ୍ରୀ): ମୁହଁରେ ବନ୍ଧା ଯାଇଥିବା ମାସ୍କ ଜୀବନ ରକ୍ଷା କରିପାରିବ। ସମ୍ପୃକ୍ତ ବ୍ୟକ୍ତିଙ୍କ ହୃଦ୍‌ଘାତ ହେବା ପୂର୍ବରୁ ବାଜିବ ଆଲାର୍ମ। ଶାରୀରିକ ଅସୁସ୍ଥତାକୁ ସୂଚାଇ ମାସ୍କ ଜରିଆରେ…

ଭାରତରେ ‘ଡାଟା ସେଣ୍ଟର’ ଆଣିବ ନିଯୁକ୍ତିର ସୁଅ: ଇଣ୍ଟରନେଟ୍ ଯୁଗ ପରି ଆସିବ ବିପ୍ଳବ

ନୂଆଦିଲ୍ଲୀ,୪ା୨: ଭାରତରେ ନିଯୁକ୍ତିର ବନ୍ୟା ସୃଷ୍ଟି କରିବ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI)। ଆଗାମୀ ଦିନରେ ‘ଡାଟା ସେଣ୍ଟର’ଗୁଡ଼ିକ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ପୂର୍ବରୁ ଦେଶରେ…

୨୪ ବର୍ଷ ଦେଶସେବା କରି ଘରକୁ ଫେରିଲେ ଯବାନ: ବାଜବାଣ, ନାଚଗୀତରେ ଦୁଲୁକିଲା ଦାଣ୍ଡ

କେନ୍ଦୁଝର,୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ୨୪ ବର୍ଷ ଧରି ଦେଶସେବା କରି ଅବସର ପରେ ଗାଁକୁ ଫେରିଲେ ଯବାନ। ଏଥିପାଇଁ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri