ଏମ୍‌କେସିଜିରେ ଖୋଲିବ ଟିବି ଆଣ୍ଡ ଚେଷ୍ଟ ପିଜି

ବ୍ରହ୍ମପୁର ଅଫିସ,୧୪ା୧୧: ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମ୍‌କେସିଜି) ମେଡିକାଲ କଲେଜ ଓ ହସ୍ପିଟାଲର ଟିବି ଆଣ୍ଡ ଚେଷ୍ଟ ବିଭାଗରେ ଖୁବ୍‌ଶୀଘ୍ର ପିଜି ପାଠ୍ୟକ୍ରମ ଆରମ୍ଭ ହେବ। ଏନେଇ ଶନିବାର ଏମ୍‌ସିଆଇ (ମେଡିକାଲ କାଉନସିଲ ଅଫ ଇଣ୍ଡିଆ)ର ଜଣେ ପ୍ରତିନିଧି ଏମ୍‌କେସିଜିକୁ ଦିନିକିଆ ପରିଦର୍ଶନରେ ଆସିଛନ୍ତି। ଆନ୍ଧ୍ରପ୍ରଦେଶର ଭାଇଜାକ ମେଡିକାଲ କଲେଜର ଟିଭି ଓ ଚେଷ୍ଟ ବିଭାଗର ପ୍ରଫେସର ବିଜୟ କୁମାର ଶନିବାର ଏମ୍‌କେସିଜି ମେଡିକାଲର ବିଭିନ୍ନ ୱାର୍ଡ ପରିଦର୍ଶନ କରି ଭିତ୍ତିଭୂମି ଯାଞ୍ଚ କରିଛନ୍ତି। ସେ ମେଡିକାଲର ଟିଭି ୱାର୍ଡ, ପାଥୋଲୋଜି, ଏକ୍ସ-ରେ, ଲାବୋରେଟୋରି, ଆଉଟଡୋର, ଇନ୍‌ଡୋର ପରିଦର୍ଶନ ବେଳେ ତାଙ୍କ ସହ ଏମ୍‌କେସିଜି ଅଧୀକ୍ଷକ ପ୍ରଫେସର ସନ୍ତୋଷ କୁମାର ମିଶ୍ର ଓ ଅଧ୍ୟକ୍ଷ ପ୍ରଫେସର ଅବନୀକାନ୍ତ ମିଶ୍ର ଉପସ୍ଥିତ ଥିଲେ। ଏମ୍‌କେସିଜିରେ ପିଜି ପାଠ୍ୟକ୍ରମ ଆରମ୍ଭ କରିବା ପୂର୍ବରୁ ସେଥିପାଇଁ ଆବଶ୍ୟକ ପ୍ରଫେସର ତଥା ଡାକ୍ତରଙ୍କ ସମେତ ଭିତ୍ତିଭୂମି ଯାଞ୍ଚ କରାଯାଉଛି ବୋଲି ଅଧ୍ୟକ୍ଷ ତଥା ଡିନ୍‌ ପ୍ରଫେସର ଅବନୀକାନ୍ତ ମିଶ୍ରଙ୍କ ଠାରୁ ସୂଚନା ମିଳିଛି।

ଏଠାରେ ଟିବି ଆଣ୍ଡ ଚେଷ୍ଟ ବିଭାଗ ରହିଥିଲେ ମଧ୍ୟ ପିଜି ପାଠ୍ୟକ୍ରମ ନ ଥିଲା। କରୋନା ପରେ ପିଜି ପାଠ୍ୟକ୍ରମ ଖୋଲିବାକୁ ଏମ୍‌କେସିଜି କର୍ତ୍ତୃପକ୍ଷ ଏମ୍‌ସିଆଇ ନିକଟରେ ଆବେଦନ କରିଥିଲେ। ଏମ୍‌ସିଆଇର ଏକ ପ୍ରତିନିଧି ଭିତ୍ତିଭୂମି ଯାଞ୍ଚ କରିବାକୁ ଶନିବାର ଆସିଛନ୍ତି। ଏମ୍‌କେସିଜି ଟିବି ଆଣ୍ଡ ଚେଷ୍ଟ ବିଭାଗରେ ବର୍ତ୍ତମାନ ଜଣେ ପ୍ରଫେସର, ଜଣେ ଆସୋସିଏଟ ପ୍ରଫେସର ଓ ୨ ଜଣ ଆସିଷ୍ଟାଣ୍ଟ ପ୍ରଫେସର ରହିଛନ୍ତି। ସେହିକ୍ରମରେ ଏଠାରେ ୨ଟି ପିଜି ସିଟ୍‌ ପାଇଁ ଏମ୍‌ସିଆଇ ପକ୍ଷରୁ ଅନୁମତି ମିଳିବ ବୋଲି ଏମ୍‌କେସିଜି କର୍ତ୍ତୃପକ୍ଷ ଆଶା ରଖିଛନ୍ତି। ଚଳିତବର୍ଷ ଶେଷସୁଦ୍ଧା ଏମ୍‌ସିଆଇ ପକ୍ଷରୁ ଅନୁମତି ମିଳିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଚାଲିଥିଲା ପୂଜା, ହଠାତ ବନ୍ଧୁକ ଧରି ଗୁଳି ଚଳାଇଲେ ନାବାଳକ, ଚୂଡ଼ାମଣି ସାମୁଦ୍ରିକ ଥାନା କର୍ମଚାରୀ…

ବାସୁଦେବପୁର, ୨୫।୩(ନାରାୟଣ ପ୍ରସାଦ ବାରିକ): ବାସୁଦେବପୁର ବ୍ଲକ ଶାଶୁ ଭୁଆସୁଣୀ ଗ୍ରାମରେ ବୁଧବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ନାବାଳକଙ୍କ ଦ୍ୱାରା ହୋଇଥିବା ଗୁଳି…

ମାନବିକତା ଭୁଲିଲେ ‘ମୋ ବସ’ ଚାଳକ: ହର୍ନ ମାରିଲେ, ନ ଉଠିବାରୁ ଚଢ଼ାଇ ଦେଲେ…

ଗଞ୍ଜାମ, ୨୫।୩ (ବିଦ୍ୟାଧର ସାହୁ): ଦିନକୁ ଦିନ ‘ମୋ ବସ’ (ଲକ୍ଷ୍ମୀ) ଚାଳକଙ୍କ ମନମୁଖୀ ଗାଡ଼ିଚାଳନା ଓ ଔଦ୍ଧତ୍ୟ ବଢ଼ିବାରେ ଲାଗିଛି। ସାଧାରଣ ଯାତ୍ରୀଙ୍କୁ ହଇରାଣ କରିବା…

ଭେଲିଡେସନ ଆକ୍ଟ ବିରୁଦ୍ଧରେ ଗର୍ଜିଲେ ଅବସରପ୍ରାପ୍ତ କର୍ମଚାରୀ ସଂଘ: ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ଭଞ୍ଜନଗର,୨୫।୩(ବାବୁଲା ପ୍ରଧାନ)- ଗଞ୍ଜାମ  ଜିଲା ଭଞ୍ଜନଗର ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଙ୍ଘ ପେନସନର୍ସ ଭେଲିଡେସନ ଆକ୍ଟ ୨୦୨୫ କୁ ବିରୋଧ କରିଛି। ଉକ୍ତ ଆକ୍ଟ ବିରୁଦ୍ଧରେ…

ସିଡିଏମଓଙ୍କ ମହାନୀୟତା: ଦୁର୍ଘଟଣାଗ୍ରସ୍ତଙ୍କ ପାଇଁ ସାଜିଲେ ଦେବଦୂତ, ନିଜେ ଠିଆ ହୋଇ ପଠାଇଲେ ମେଡିକାଲ୍

ଗଜପତି, ୫।୩(ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଶାନ୍ତନୁ କୁମାର ପାଢୀଙ୍କ ମହାନୀୟତା ଦେଖିବାକୁ ମିଳିଛି । ଦୁର୍ଘଟଣାରେ ଗୁରୁତର ହୋଇ ଛଟପଟ ହେଉଥିବା…

ଥୁଆମୂଳ ରାମପୁରରେ କଲାପତରିଆ ବାଘ ଆତଙ୍କ: ମୁଖ୍ୟ ରାସ୍ତାରେ ମୁହାଁମୁହିଁ ହେଲେ କାର ଚାଳକ, Video ଭାଇରାଲ

ଥୁଆମୂଳ ରାମପୁର, ୨୫/୦୩ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ତଳଆମ୍ବ ପଦର ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଏକ କଲାପତରିଆ ବାଘ ବୁଲୁଥିବା ଖବର…

ଥାନା ସମ୍ମୁଖରେ ଯୁବକଙ୍କୁ ଆକ୍ରମଣ ଘଟଣା, ୪ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ…

ବରଗଡ଼,୨୫।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ସମ୍ମୁଖ ହାଟପଦାରେ ମଙ୍ଗଳବାର ସନ୍ଧ୍ୟାରେ ସଂଘଟିତ ଆକ୍ରମଣ ଘଟଣାର ୪ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ,…

ଅବସରପ୍ରାପ୍ତ ପ୍ରାଧ୍ୟାପକଙ୍କ ପରଲୋକ, ଅଞ୍ଚଳରେ ଶୋକର ଛାୟା 

ଦିଗପହଣ୍ଡି,୨୫।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜର ଅବସରପ୍ରାପ୍ତ ପ୍ରାଧ୍ୟାପକ ଉଜ୍ଜଳ ପଣ୍ଡାଙ୍କ ୬୬ ବର୍ଷ ବୟସରେ ପରଲୋକ ହୋଇଛି । ସେ…

ଛତ୍ରପୁରରେ ଆରମ୍ଭ ହେଲା ୨୧ ଦିନିଆ ଦଣ୍ଡନାଚ, ମେରୁ ସଂକ୍ରାନ୍ତିରେ….

ଛତ୍ରପୁର,୨୫ା୩(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲାର ଏକ ପ୍ରସିଦ୍ଧ ପର୍ବ ଦଣ୍ଡଯାତ୍ରା । ଏହି ଯାତ୍ରାରେ ଶିବ ଓ କାଳୀଙ୍କୁ ପୂଜା କରାଯାଇଥାଏ । ଏହି ଯାତ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri