କେନ୍ଦ୍ରୀୟ ବଜେଟ ଉପରେ ଟିକସଦାତାଙ୍କ ନଜର

ଭୁବନେଶ୍ୱର,୩୧ା୧(ଅନୁରାଧା ମହାରଣା): ୨୦୨୫ ଫେବୃଆରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରିବେ। ଏହି ବଜେଟ ଉପରେ ସମଗ୍ର ଦେଶର ନଜର ରହିଥିବାବେଳେ କରଦାତାମାନେ ଅନେକ ଆଶା ବାନ୍ଧିଛନ୍ତି। ୨୦୨୩-୨୪ ଆର୍ଥିକ ବର୍ଷରୁ ସରକାର ନୂତନ ଟିକସ ବ୍ୟବସ୍ଥାକୁ ଡିଫଲ୍ଟ ଟ୍ୟାକ୍ସ ବ୍ୟବସ୍ଥା କରିଥିଲେ। ଏ ପର୍ଯ୍ୟନ୍ତ ପ୍ରାୟ ୭୨% ଟିକସଦାତା ନୂତନ ଆୟକର ବ୍ୟବସ୍ଥା ଗ୍ରହଣ କରିଛନ୍ତି। ୨୦୨୪-୨୫ ପାଇଁ ମୋଟ ୭.୨୮ କୋଟି ଆଇଟିଆର ମଧ୍ୟରୁ ୫.୨୭ କୋଟି ଆଇଟିଆର ନୂତନ ବ୍ୟବସ୍ଥା ଅଧୀନରେ ଦାଖଲ କରାଯାଇଥିଲା। ୨୦୨୩-୨୪ ଆର୍ଥିକ ବର୍ଷରୁ ବେତନ ଆୟ ଉପରେ ୫୦,୦୦୦ରୁ ୭୫,୦୦୦ ଟଙ୍କାକୁ ବୃଦ୍ଧିକରି ଏହି ପରିବର୍ତ୍ତନକୁ ଅଧିକ ଉତ୍ସାହିତ କରାଯାଇଥିଲା। ମାତ୍ର ଟିକସଦାତାମାନେ ନୂତନ ଏବଂ ପୁରୁଣା ବ୍ୟବସ୍ଥାକୁ ନେଇ ଦ୍ୱନ୍ଦ୍ୱରେ ଅଛନ୍ତି ଏବଂ ଏଥିରେ କିଛି ପରିବର୍ତ୍ତନ ଚାହଁୁଛନ୍ତି। ପୁରୁଣା ଟିକସ ବ୍ୟବସ୍ଥାରେ ଗତ ୧୦ ବର୍ଷ ମଧ୍ୟରେ କୌଣସି ବିଶେଷ ପରିବର୍ତ୍ତନ ହୋଇନାହିଁ। ତେଣୁ ଏହି ବ୍ୟବସ୍ଥାରେ ଟିକସଦାତା ଅନେକ ପରିବର୍ତ୍ତନ ହେବ ବୋଲି ଚିନ୍ତା କରୁଛନ୍ତି। ଯେହେତୁ ସରକାର ନୂତନ ଟିକସ ବ୍ୟବସ୍ଥା ଲାଗୁ କରିଛନ୍ତି, ଏହାର ଉନ୍ନତି ଉପରେ ସମ୍ପୂର୍ଣ୍ଣ ଗୁରୁତ୍ୱ ଦିଆଯାଇଛି। ଏଥିରୁ ଜଣାପଡୁଛି, ସରକାର ନୂତନ ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦେଉଛନ୍ତ। ଫଳରେ ଲୋକମାନେ ଅଧିକରୁ ଅଧିକ ସରଳ ଟିକସ ବ୍ୟବସ୍ଥା ଆଡ଼କୁ ଯାଇପାରିବେ। ବଜେଟ ୨୦୨୫ରୁ ସେମାନଙ୍କର ପ୍ରଥମ ଆଶା ହେଉଛି ପୁରୁଣା ଟିକସ ବ୍ୟବସ୍ଥାରେ ଉପଲବ୍ଧ ୮୦ସି ଟିକସ ଛାଡ଼ ସୀମାକୁ ୧.୫ ଲକ୍ଷରୁ ୨ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା। ଏହା ବ୍ୟତୀତ ସ୍ବାସ୍ଥ୍ୟ ବୀମା ଉପରେ ଧାରା ୮୦ସି ଅନୁଯାୟୀ ଉପଲବ୍ଧ ୨୫ ହଜାର ଟଙ୍କା ରିହାତିକୁ ୪୦ ହଜାର ଟଙ୍କା (ବରିଷ୍ଠ ନାଗରିକଙ୍କ ପାଇଁ ୫୦ ହଜାରରୁ ୭୫ ହଜାର ଟଙ୍କା)କୁ ବୃଦ୍ଧି କରିବାକୁ ଦାବି ରହିଛି। ଟିକସଦାତାମାନେ ଆଶା କରୁଛନ୍ତି, ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ବର୍ତ୍ତମାନର ୨୦% ଟିକସ ୧୫%କୁ ହ୍ରାସ ପାଇବ ଏବଂ ୧୫ ଲକ୍ଷରୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଛାଡ଼ ୩୦%ରୁ ୨୦%କୁ ହ୍ରାସ ପାଇବ। ସେହିଭଳି ବାର୍ଷିକ ଆୟ ୨୦ ଲକ୍ଷରୁ ଅଧିକ ଆୟ ଉପରେ ୩୦% ଟିକସ ଲାଗୁ କରିବାକୁ ଦାବି ରହିଛି। ଏହା ମଧ୍ୟବିତ୍ତ ତଥା ବେତନପ୍ରାପ୍ତ କରଦାତାଙ୍କୁ ଯଥେଷ୍ଟ ଆଶ୍ୱସ୍ତି ପ୍ରଦାନ କରିପାରିବ। ଏହା ଗ୍ରାହକଙ୍କ ଖର୍ଚ୍ଚରେ ବୃଦ୍ଧି ସହ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଟିକସଦାତାଙ୍କ ମଧ୍ୟ ଆଶା ରହିଛି, ଏହି ବଜେଟରେ ସରକାର ପୁରୁଣା ଟିକସ ବ୍ୟବସ୍ଥାରେ ୭୫ ହଜାର ଟଙ୍କା ଷ୍ଟାଣ୍ଡାର୍ଡ ରିହାତିକୁ ୧ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ଉଚିତ। ଏହା ଅତ୍ୟାବଶ୍ୟକ ବୃତ୍ତିଗତ ଖର୍ଚ୍ଚକୁ ଧ୍ୟାନରେ ରଖିବାକୁ ଅନୁମତି ଦେଇଥାଏ। କାରଣ ଅନ୍ୟ କୌଣସି ନିର୍ଦ୍ଦିଷ୍ଟ ଟିକସ ଛାଡ଼ ଅନ୍ୟଥା ଉପଲବ୍ଧ ନୁହେଁ। ତେଣୁ ସମସ୍ତ ଟିକସଦାତା ମାନକ ରିହାତି ବୃଦ୍ଧି ଦ୍ୱାରା ଉପକୃତ ହୋଇପାରିବେ। ପୁରୁଣା ଟିକସ ବ୍ୟବସ୍ଥା ଅନୁଯାୟୀ, ଗୃହଋଣ ସୁଧ ଉପରେ ବାର୍ଷିକ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିହାତି ଦିଆଯାଉଥିବାବେଳେ ଏହି ବ୍ୟବସ୍ଥାକୁ ୩ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ଦାବି ରହିଛି। ସମ୍ପ୍ରତି ଗୃହଋଣର ମୂଳ ପରିମାଣ ଉପରେ ଧାରା ୮୦ସି ଅନୁଯାୟୀ ୧.୫ ଲକ୍ଷ ଟଙ୍କା ରିହାତି ମଧ୍ୟ ଦିଆଯାଇଛି। ଏହିପରି ସୁଧ ଉପରେ ରିହାତି ବୃଦ୍ଧିକରି ମୋଟ ଛାଡ଼ ପରିସର ୪.୫ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇବ। ପୁରୁଣା ଟିକସ ବ୍ୟବସ୍ଥା ଅନୁଯାୟୀ ୨.୫ ଲକ୍ଷ ଟଙ୍କା ସିଧାସଳଖ ଟିକସ ଛାଡ଼ ଦିଆଯାଉଛି, ଅର୍ଥାତ୍‌ ବାର୍ଷିକ ୨.୫ ଲକ୍ଷ ଟଙ୍କା ରୋଜଗାର ଉପରେ କୌଣସି ଟିକସ ନାହିଁ। ଏହି ପ୍ରତ୍ୟକ୍ଷ ଟିକସ ଛାଡ଼କୁ ୩ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ଦାବି ରହିଛି। ଯଦି ଏହା ଘଟେ ତେବେ ଜଣଙ୍କର ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର ଉପରେ ଆଦୌ ଟିକସ ଦେବାକୁ ପଡ଼ିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଟି୨୦ ଜିତିଲା ଭାରତ, ୨-୧ରେ ସିରିଜ୍‌ ଆଗୁଆ

ଇନ୍ଦୋର,୧୧ା୧୦: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ଅର୍ଶଦୀପ ସିଂଙ୍କ ଘାତକ ବୋଲିଂ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୧୪ ରନରେ…

ଚାଲିଥିଲା ବଡ଼ଧରଣର ଜୁଆ ଆଡ୍ଡା: ମାଡ଼ି ବସିଲା ପୋଲିସ, ୭୦ ଅଟକ

ପାରଳାଖେମୁଣ୍ଡି,୧୧।୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦେବୀତି ଗ୍ରାମରେ ଚାଲିଥିବା ଏକ ବଡ଼ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

ଗଣ୍ଡ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌, ଏକତା, ସଂଗଠନକୁ ସୁଦୃଢ଼ କରିବାକୁ ଆହ୍ବାନ

କୋକସରା,୧୧।୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ଧାନ ମଣ୍ଡି ପରିସରରେ କୋକସରା ବ୍ଲକ ଗଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ…

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ଓ୍ବେଷ୍ଟଇଣ୍ଡିଜ୍‌ ଆଗରେ ୨୨୪ ରନ୍‌ର ଟାର୍ଗେଟ ରଖିଲା ଭାରତ

ଇନ୍ଦୋର,୧୧ା୧୦: ହୋଲ୍କର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ…

‘କୃଷି, ଏକତା ଅଘରିଆଙ୍କ ଶକ୍ତି’

ବଲାଙ୍ଗୀର,୧୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୮୪ ଘର ଅଘରିଆ ସମାଜ ପକ୍ଷରୁ ରବିବାର ସ୍ଥାନୀୟ କୋଶଳ କଳା ମଣ୍ଡଳରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି। ଅଘରିଆ ସମାଜର…

CJP ବିକ୍ଷୋଭ ମଧ୍ୟରେ ବଡ଼ ଘୋଷଣା କଲେ ରାହୁଲ, କହିଲେ କାଲି ପୂରା ଭାରତ…

ନୂଆଦିଲ୍ଲୀ,୧୧।୧୦: ସୁପ୍ରିମକୋର୍ଟ ଯାଏ ମାର୍ଚ୍ଚ କରିବା ସହ ଭାରତର ପ୍ରଧାନ ବିଚାରପତି (CJI)ଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି କଂଗ୍ରେସ ଏମପି ରାହୁଲ ଗାନ୍ଧୀ। ସୋମବାର…

କୋର୍ଟରେ ଜାମିନ ନାମଞ୍ଜୁର ଜେଲ ଗଲେ ଅଭିଯୁକ୍ତ, ଜାଣନ୍ତୁ କ’ଣ ଥିଲା ମାମଲା…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ପିଣ୍ଟୁ ସାହୁଙ୍କୁ ରବିବାର ଦିଗପହଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?