ଯାହା ବି କିଛି ଥିଲା, ସେତେକ ବି ଗଲା: ବିଜେଡିକୁ ତଥାଗତଙ୍କ ତାଚ୍ଛଲ୍ୟ

ଭୁବନେଶ୍ୱର,୯।୯: ଚାଲିଛି ଉପରାଷ୍ଟ୍ରପତି ନିର୍ବାଚନ। ଏହି ସମୟରେ ବିଜେଡିକୁ ତେର୍ଚ୍ଛା ବାଣ ମାରି ଚର୍ଚ୍ଚାକୁ ଆସିଛନ୍ତି ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟର ସମ୍ପାଦକ ତଥାଗତ ସତପଥୀ। ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି ଭୋଟ ନ ଦେବା ପାଇଁ ନିଷ୍ପତ୍ତି ନେବା ପ୍ରସଙ୍ଗରେ ସେ ବିଜୁ ଜନତା ଦଳକୁ ଟାର୍ଗେଟ୍‌ କରିଛନ୍ତି । ଏପରିକି ବିଜେଡିକୁ ପଲିଟିକାଲ ସୁଇସାଇଡ ବୋଲି କହିଛନ୍ତି । ଯାହା ବି କିଛି ରାଜନୈତିକ ଅସ୍ତିତ୍ୱ ବଞ୍ଚିଥିଲା ସେତେକ ବି ଗଲା ବୋଲି କହି ତାଚ୍ଛଲ୍ୟ କରିଛନ୍ତି ତଥାଗତ। ଏଥିପାଇଁ ସେ ଏକ ଜାପାନିଜ ଶବ୍ଦ hara kiri-ed ର ବ୍ୟବହାର କରିଛନ୍ତି । ଯାହାର ଅର୍ଥ ନିଜକୁ ନିଜେ ଶେଷ କରିବା। ଅର୍ଥାତ୍‌ ବର୍ତ୍ତମାନର ରାଜନୈତିକ ସ୍ଥିତି ଅନୁସାରେ ଏହାକୁ ପଲଟିକାଲ ସୁଇସାଇଡ ବୋଲି ତଥାଗତ ସତପଥୀ ଉଲ୍ଲେଖ କରିଛନ୍ତି। ଏହାସହ ବିଜେଡି ଲୋଗୋକୁ ଛାଡି ବାକି ଫଟୋରେ କଳା ବୋଳି ଏକ ଫଟୋକୁ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରିଛନ୍ତି।