Posted inଜାତୀୟ

ଟାଟା ଟ୍ରଷ୍ଟର ନୂଆ ଚେୟାରମ୍ୟାନଙ୍କ ନାଁ ଘୋଷଣା: ଜାଣନ୍ତୁ ସେ କିଏ…

ନୂଆଦିଲ୍ଲୀ,୧୧।୧୦: ନୋଏଲ ଟାଟାଙ୍କୁ ଟାଟା ଟ୍ରଷ୍ଟର ନୂତନ ଚେୟାରମ୍ୟାନ କରାଯାଇଛି। ରତନ ଟାଟାଙ୍କ ମୃତ୍ୟୁ ପରେ ଏହି ଦାୟିତ୍ୱ ନୋଏଲଙ୍କୁ ଦିଆଯାଇଛି। ରତନ ଟାଟାର ସମ୍ଭାବ୍ୟ ଉତ୍ତରାଧିକାରୀମାନଙ୍କ ମଧ୍ୟରେ ନୋଏଲ ଟାଟା ସବୁଠାରୁ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ଭାବରେ ବିବେଚନା କରାଯାଉଥିଲା। ଶେଷରେ କଳ୍ପନାଜଳ୍ପନାର ଅନ୍ତ ଘଟିଛି।
ନାଭାଲ ଟାଟାଙ୍କ ଦ୍ୱିତୀୟ ପତ୍ନୀ ସିମୋନଙ୍କଠାରୁ ଜନ୍ମ ହୋଇଥିବା ନୋଏଲ ଟାଟା ହେଉଛନ୍ତି ରତନ ଟାଟାଙ୍କର ସାବତ ଭାଇ। ଏହି ପାରିବାରିକ ବନ୍ଧନ ଉତ୍ତରାଧିକାରୀ ଦୃଷ୍ଟିରୁ ନୋଏଲ ଟାଟାକୁ ଏକ ନମ୍ବର ସ୍ଥାନରେ ଥିଲେ। ନୋଏଲ ଟାଟାଙ୍କ ତିନି ସନ୍ତାନ ମାୟା ଟାଟା, ନେଭିଲ ଟାଟା ଏବଂ ଲିଆ ଟାଟା ମଧ୍ୟରେ ଟାଟା ଟ୍ରଷ୍ଟ ସହ ସମ୍ପୃକ୍ତ ଅଛନ୍ତି। ଏମାନଙ୍କ ବ୍ୟତୀତ ରତନ ଟାଟାଙ୍କର ଏକ ସାନ ଭାଇ ଜିମି ଟାଟା ମଧ୍ୟ ଅଛନ୍ତି, ଯିଏ ଟାଟା ଗ୍ରୁପର କାର୍ଯ୍ୟକଳାପରୁ ସର୍ବଦା ଦୂରେଇ ଥାନ୍ତି।

ବିଶିଷ୍ଟ ଶିଳ୍ପପତି ତଥା ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ରତନ ଟାଟାଙ୍କ ବୁଧବାର ବିଳମ୍ବିତ ରାତିରେ ପରଲୋକ ହୋଇଛି। ତାଙ୍କୁ ୮୬ ବର୍ଷ ହୋଇଥିଲା। ବୟସାଧିକ କାରଣରୁ ସ୍ବାସ୍ଥ୍ୟଗତ ସମସ୍ୟା ଦେଇ ଗତି କରୁଥିବା ରତନଙ୍କୁ କିଛିଦିନ ତଳେ ଦକ୍ଷିଣ ମୁମ୍ବାଇର ବ୍ରିଚ୍‌କାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେତେବେଳେ ତାଙ୍କ ମୃତ୍ୟୁକୁ ନେଇ ଗୁଜବ ସୃଷ୍ଟି ହେବାରୁ ରତନ ତାହାକୁ ବିଶ୍ୱାସ ନ କରିବା ପାଇଁ ଲୋକଙ୍କୁ ପରାମର୍ଶ ଦେଇଥିଲେ। ବୁଧବାର ରତନଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଇନ୍‌ଟେନ୍‌ସିଭ୍‌ କେୟାର ୟୁନିଟ୍‌ (ଆଇସିୟୁ)ରେ ଭର୍ତ୍ତି କରାଯିବା ପରେ ତାଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତା ବଢ଼ିଥିଲା। ତେବେ ବିଳମ୍ବିତ ରାତିରେ ତାଙ୍କ ପରଲୋକ ହୋଇଥିବା ଟାଟା ଗ୍ରୁପ୍‌ ପକ୍ଷରୁ ସୂଚନା ଦିଆଯାଇଥିଲା।

୧୯୩୭ ଡିସେମ୍ବର ୨୮ରେ ବ୍ରିଟିଶ୍‌ ଇଣ୍ଡିଆର ବମ୍ବେ ପ୍ରେସିଡେନ୍ସିରେ ଶିଳ୍ପପତି ନାଭାଲ ହେରମୁସ୍‌ଜୀ ଟାଟାଙ୍କ ଔରସରୁ ରତନ ଟାଟା ଜନ୍ମଗ୍ରହଣ କରିଥିଲେ। ମୁମ୍ବାଇର ଚାମ୍ପିୟନ୍‌ ସ୍କୁଲରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିଲେ। ଏହାପରେ ସେ ଶିମ୍‌ଲାସ୍ଥିତ ବିଶପ୍‌ ଜନ୍‌ କୋନ୍ନୋନ ସ୍କୁଲ ଏବଂ ୧୯୫୫ରେ ନ୍ୟୁୟର୍କସ୍ଥିତ ରିଭରଡେଲ୍‌ କଣ୍ଟ୍ରି ସ୍କୁଲରେ ଅଧ୍ୟୟନ କରିଥିଲେ। ରତନ ୧୯୯୦ରୁ ୨୦୧୨ ଓ ୨୦୧୬ରୁ ୨୦୧୭ ପର୍ଯ୍ୟନ୍ତ ୨ ଥର ଟାଟା ଗ୍ରୁପ୍‌ର ଅଧ୍ୟକ୍ଷ ଦାୟିତ୍ୱ ସମ୍ଭାଳିଥିଲେ। ରତନ ଟାଟା ଆଜୀବନ ଅବିବାହିତ ଥିଲେ। ୨୦୧୧ରେ ସେ କହିଥିଲେ, ତାଙ୍କୁ ୪ ଥର ବିବାହ ସୁଯୋଗ ମିଳିଥିଲା। କିନ୍ତୁ ପ୍ରତ୍ୟେକ ଥର ସେ କୌଣସି ନା କୌଣସି କାରଣରୁ ଭୟଭୀତ ହୋଇ ବିବାହକୁ ଏଡ଼ାଇ ଦେଇଥିଲେ। ରତନ ଜଣେ ସରଳ, ଅମାୟିକ ଓ ପରୋପକାରୀ ବ୍ୟକ୍ତି ଥିଲେ। ସେ ବ୍ୟବସାୟିକ ପରିଚାଳନା ସହ ଅନେକ ଦାତବ୍ୟ ଅନୁଷ୍ଠାନ ଗଢ଼ି ଜନସେବାରେ ନିଜକୁ ସମର୍ପିତ କରିଥିଲେ। ଏଥିପାଇଁ ସେ ବହୁ ପୁରସ୍କାର ଓ ସମ୍ମାନର ଅଧିକାରୀ ହୋଇଥିଲେ। ୨୦୦୦ରେ ରତନଙ୍କୁ ପଦ୍ମଭୂଷଣ ଓ ୨୦୦୮ରେ ଭାରତ ସରକାରଙ୍କ ଦ୍ୱିତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମବିଭୂଷଣ ଉପାଧିରେ ଭୂଷିତ କରାଯାଇଥିଲା। ଏହାବାଦ୍‌ ୨୦୦୬ରେ ମହାରାଷ୍ଟ୍ର ଭୂଷଣ ଓ ୨୦୨୧ରେ ଆସାମ ବୈଭବ ପୁରସ୍କାର ପ୍ରଦାନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ ହେଲେ ଆଦିତ୍ୟ: ଖେଳିଗଲା ଖୁସିର ଲହରୀ

ଗୁଡାରି, ୨୧/୯ (ପ୍ରମୋଦ କୁମାର ପତି): ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଆଦିତ୍ୟ ନାରାୟଣ ଗୌଡ଼ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ…

ମଙ୍ଗଳବାର ସୁଦ୍ଧା ଗଭୀର ଅବପାତ: ଘଣ୍ଟା ପ୍ରତି ଏତିକି କି.ମି. ବେଗରେ ପବନ, ୨୪ ଘଣ୍ଟାରେ… 

ଭୁବନେଶ୍ୱର, ୨୧।୯(ବନ୍ଦନା ସେଠୀ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ଲଘୁଚାପ ଆହୁରି ଘନୀଭୂତ ହୋଇ ସୋମବାର ସକାଳ ୮ଟା ୩୦ରେ ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ…

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?