ଟାଟା ଷ୍ଟିଲ୍‌କୁ ଡିଇଆଇ-ଲାଇଟ୍‌ହାଉସ୍‌ ମାନ୍ୟତା

ନୂଆଦିଲ୍ଲୀ,୨୮।୧: ଟାଟା ଗ୍ରୁପ୍‌ର ସହଯୋଗୀ କମ୍ପାନୀ ଟାଟା ଷ୍ଟିଲ୍‌କୁ ନିକଟରେ ଆଉ ଏକ ଜାତୀୟସ୍ତରର ସମ୍ମାନ ପ୍ରଦାନ କରାଯାଇଛି। ବିଶେଷକରି ବିଶ୍ୱ ଅର୍ଥନୈତିକ ଫୋରମ (ଡବ୍ଲ୍ୟୁଇଏଫ୍‌) ପକ୍ଷରୁ ଟାଟା ଷ୍ଟିଲ୍‌କୁ ଗ୍ଲୋବାଲ ଡାଇଭର୍ସିଟି ଇକ୍ୱିଟି ଆଣ୍ଡ୍‌ ଇନ୍‌କ୍ଲୁଜନ (ଡିଇଆଇ) ଲାଇଟ୍‌ହାଉସ୍‌ ୨୦୨୩ ମାନ୍ୟତା ପ୍ରଦାନ କରାଯାଇଛି। ଏପରିକି ସୁଇଜରଲାଣ୍ଡର ଡାଭୋସ୍‌ଠାରେ ଆୟୋଜିତ ବିଶ୍ୱ ଅର୍ଥନୈତିକ ଫୋରମ୍‌-୨୦୨୩ ପରିପ୍ରେକ୍ଷୀରେ ପ୍ରକାଶ ପାଇଥିବା ଗ୍ଲୋବାଲ ପ୍ୟାରିଟି ଆଲାଏନ୍ସ ଡାଇଭର୍ସିଟି,ଇକ୍ୱିଟି ଆଣ୍ଡ ଇନ୍‌କ୍ଲୁଜନ୍‌ ଲାଇଟ୍‌ହାଉସ୍‌ ୨୦୨୩ ପାଇଁ ଚୟନ କରାଯାଇଥିବା ୮ଟି କେସ୍‌ ଷ୍ଟଡି ମଧ୍ୟରୁ କାର୍ଯ୍ୟ କ୍ଷେତ୍ରରେ ଲିଙ୍ଗଗତ ବିବିଧତାରେ ଉନ୍ନତି ଆଣିବା ଦିଗରେ କମ୍ପାନୀର ଉଦ୍ୟମ ଥିଲା ଅନ୍ୟତମ। ଏ ସମ୍ପର୍କରେ ଟାଟା ଷ୍ଟିଲ୍‌ର ଏମ୍‌ଡି ଓ ସିଇଓ ଟି.ଭି.ନରେନ୍ଦ୍ରନ କହିଛନ୍ତି,ମାନୁଫାକଚରିଂ କ୍ଷେତ୍ରରେ ବିଶେଷ ଖଣି ଧାତବ ଓ ଖଣି କ୍ଷେତ୍ରରେ ଏକ ବିବିଧ କର୍ମଶକ୍ତିର ବିକାଶ ଓ ତାହାକୁ ସମୃଦ୍ଧ କରିବାରେ ଆମେ ସାମ୍ନା କରୁଥିବା ସାଂସ୍କୃତିକ ଓ ସାମାଜିକ ପ୍ରତିବନ୍ଧକ ସମେତ ବିଭିନ୍ନ ପ୍ରକାର ଆହ୍ବାନ ରହିଛି। ଏପରିକି କର୍ମଶକ୍ତିରେ ବିବିଧତା କ୍ଷେତ୍ରରେ ଆମେ ଯେଉଁ ସଫଳତା ହାସଲ କରିଛୁ, ତାହା ହେଉଛି ଅତ୍ୟନ୍ତ ପ୍ରଭାବଶାଳୀ କାର୍ଯ୍ୟକ୍ରମ ଓ ସମାଧାନ ଜରିଆରେ କାର୍ଯ୍ୟକାରୀ କରାଯାଇଥିବା ବିଭିନ୍ନ ବ୍ୟବସ୍ଥିତ ଅଭିଯାନର ଫଳ। ଆମ କର୍ମଚାରୀ ଏବଂ ବିଶେଷକରି ଶ୍ରମିକ ସଂଘ ଯେଉଁମାନେ ଉତ୍ସାହର ସହ ଅଂଶଗ୍ରହଣ କରିଛନ୍ତି ଏବଂ ଏହି ଯାତ୍ରାରେ ଉଲ୍ଲେଖନୀୟ ଯୋଗଦାନ ପ୍ରଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

UPI ନେଣଦେଣରେ PPI ଚାର୍ଜ କ’ଣ? କାହାର ଲାଭ-କାହାର କ୍ଷତି ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୪: ଆଜିକାଲି ସମୟରେ ୟୁପିଆଇ ନେଣଦେଣ ସାମାନ୍ୟ କଥାରେ ପରିଣତ ହୋଇଗଲାଣି। ରାସ୍ତାକଡ଼ ବୁଲା ବେପାରୀଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ମଲ୍‌ରେ ମଧ୍ୟ ଏହାର...

୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ କଲା ICICI, ପ୍ରଭାବିତ ହୋଇଥିଲେ ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୨୬।୪: ବେସରକାରୀ ବ୍ୟାଙ୍କ ଆଇସିଆଇସିଆଇ ୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ୍‌ କରିଦେଇଛି। ନିକଟରେ କାର୍ଡଗୁଡ଼ିକ ଜାରି କରାଯାଇଥିବା ବେଳେ ଭୁଲ ୟୁଜର୍ସ ଥିବା ମାମଲା...

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ଅନେକ ଦିନର ହ୍ରାସ ପରେ ବଦଳିଲା ଟ୍ରେଣ୍ଡ, ପୁଣି ବୃଦ୍ଧି ପାଇଲା ସୁନା ଏବଂ ରୂପା ମୂଲ୍ୟ

ନୂଆଦିଲ୍ଲୀ,୨୬।୪: ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଶୁକ୍ରବାର ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇଛି। ବଜାରରେ ସୁନା...

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri