ଭୁବନେଶ୍ୱର,୧୫।୭: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଟାଟା ପାଓ୍ବାର ଏବଂ ଇନ୍ଦିରା ଗାନ୍ଧୀ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଜିଆଇଟି), ସରାଙ୍ଗ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ପତ୍ର (ଏମ୍ଓୟୁ) ନିକଟରେ ସ୍ବାକ୍ଷର ହୋଇଯାଇଛି। ବିଶେଷକରି ଶିକ୍ଷା ଓ ନିଯୁକ୍ତି ହାସଲ କ୍ଷମତା ମଧ୍ୟରେ ରହିଥିବା ଅନ୍ତର ଦୂରକରିବା ଲାଗି ଉକ୍ତ ବୁଝାମଣା ହୋଇଥିବା ଉଭୟ ପକ୍ଷରୁ କୁହାଯାଇଛି। ଏପରିକି ଟାଟା ପାୱାର ଓ ଆଇଜିଆଇଟି ସରାଙ୍ଗର ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ଟାଟା ପାୱାରର କ୍ଲଷ୍ଟର ବ୍ୟବସାୟ ମୁଖ୍ୟ ଏଚ୍ଆର୍ (ଟି ଆଣ୍ଡ୍ ଡି) ସୁବୀର ବର୍ମା ଓ ଆଇଜିଆଇଟି, ସରାଙ୍ଗର ନିର୍ଦ୍ଦେଶକ ଡ.ସତ୍ୟବ୍ରତ ମହନ୍ତ ଉକ୍ତ ବୁଝାମଣା ପତ୍ରରେ ସ୍ବାକ୍ଷର କରିଥିଲେ। ଏ ସମ୍ପର୍କରେ ଟାଟା ପାୱାରର କ୍ଲଷ୍ଟର ମୁଖ୍ୟ ବିଜ୍ନେସ୍ ଏଚ୍ଆର୍ (ଟିଆଣ୍ଡ୍ଡି) ସୁବୀର ବର୍ମା କହିଛନ୍ତି, ବିଦ୍ୟୁତ୍ ଶକ୍ତି ଭଳି ଉଦୀୟମାନ କ୍ଷେତ୍ର ସମେତ ସବୁ ଶିଳ୍ପ କ୍ଷେତ୍ର ଅନିଶ୍ଚିତ ଆହ୍ବାନର ଦ୍ରୁତ ସମାଧାନ ଲାଗି ଯୋଗ୍ୟ ଓ ପ୍ରସ୍ତୁତ ରହିଥିବା ଶ୍ରମଶକ୍ତି ଉପଲବ୍ଧତା ଆବଶ୍ୟକ କରନ୍ତି। ସ୍ବତନ୍ତ୍ର ମଡ୍ୟୁଲ, ବାସ୍ତବ ସମୟ ଲାଇଭ୍ ପ୍ରକଳ୍ପ, ଫାକଲ୍ଟି ଓ ମେଣ୍ଟର ଭାବେ ବରିଷ୍ଠ ପ୍ରବନ୍ଧକ ପ୍ରଦାନ କରି ୬ମାସରେ ଓଡ଼ିଶାର ସ୍ଥାନୀୟ ଶିକ୍ଷିତ ଲୋକମାନଙ୍କୁ ଶିଳ୍ପ ପାଇଁ ପ୍ରସ୍ତୁତ କରିବା ଲାଗି ଆମ ବିଶେଷତା ପ୍ରଦାନ କରିବାକୁ ଆମେ ଚାହୁଛୁ।
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ
ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…
ଭୁବନେଶ୍ୱର ଫୁଲ ଦୋକାନ
ଫର୍ନସ ଏନ୍ ପେଟାଲ୍ସ ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ
କଳିଙ୍ଗ ଫିଟନେସ୍ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍ରେ ସବୁ ପ୍ରକାର…
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ
ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…
କଟକ ଦହିବରା ଆଳୁଦମ
ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ
ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…
ଶ୍ରେଷ୍ଠ ପାଞ୍ଚ ପୁରୀର ମଠ
ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…
ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ
ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

