ଚଳିତ ଆର୍ଥିକ ବର୍ଷରେ ୨୦,୦୦୦ କୋଟିର ପୁଞ୍ଜି ନିବେଶ କରିବ ଟାଟା ପାଓ୍ବାର

ଭୁବନେଶ୍ୱର,୧୮।୭ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଟାଟା ଗ୍ରୁପ୍‌ର ଅଗ୍ରଣୀ କମ୍ପାନୀ ଟାଟା ପାଓ୍ବାର (ଭାରତର ଅନ୍ୟତମ ଅଗ୍ରଣୀ ସମନ୍ବିତ ଶକ୍ତି କମ୍ପାନୀ ଟାଟା ପାୱାର)ର ୧୦୫ ତମ ବାର୍ଷିକ ସାଧାରଣ ବୈଠକ (ଏଜିଏମ୍‌) ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏପରିକି କମ୍ପାନୀ ପକ୍ଷରୁ ୨୦୨୩-୨୪ ଆର୍ଥତ୍କ ବର୍ଷ ପାଇଁ ଅଂଶୀଦାରମାନଙ୍କ ଏଜିଏମ୍‌ ମଧ୍ୟ ଆୟୋଜନ କରିଛି। ଏହି ପରିପ୍ରେକ୍ଷୀରେ ଟାଟା ପାୱାରର ଅଧ୍ୟକ୍ଷ ନଟରାଜନ ଚନ୍ଦ୍ରଶେଖରନ ଅଂଶୀଦାରମାନଙ୍କୁ ଦେଇଥିବା ଅଭିଭାଷଣରେ କହିଛନ୍ତି, କମ୍ପାନୀର ସୁଦୃଢ଼ ଆର୍ଥିକ ଓ ପରିଚାଳନାଗତ ପ୍ରଦର୍ଶନ,ନିରନ୍ତର ଅଭିବୃଦ୍ଧି, ଆର୍ଥତ୍କ ସଚେତନତା ଏବଂ ପ୍ରକଳ୍ପ କାର୍ଯ୍ୟକାରିତା ଉତ୍କର୍ଷ ଦିଗରେ ଏହାର ପ୍ରତିବଦ୍ଧତାର ସଙ୍କେତ।

ଏ ସମ୍ପର୍କରେ ଟାଟା ପାୱାରର ଅଧ୍ୟକ୍ଷ ଏନ୍‌. ଚନ୍ଦ୍ରଶେଖରନ କହିଛନ୍ତି, ଟାଟା ପାୱାର ଚଳିତ ଆର୍ଥତ୍କ ବର୍ଷରେ ୨୦,୦୦୦କୋଟି ଟଙ୍କାର ପୁଞ୍ଜିନିବେଶ କରିବାକୁ ଯୋଜନା ରଖିଛି। ଏହା ୨୦୨୩-୨୪ ଆର୍ଥିକ ବର୍ଷରେ ନିବେଶ କରାଯାଇଥିବା ୧୨,୦୦୦କୋଟି ଟଙ୍କାଠାରୁ ଅଧିକ। ଏହାର ଏକ ବଡ଼ ଅଂଶ କମ୍ପାନୀର ଅକ୍ଷୟ ଶକ୍ତି ପୋର୍ଟଫୋଲିଓକୁ ତ୍ୱରାନ୍ବିତ କରିବା ଏବଂ ସଞ୍ଚରଣ ଏବଂ ବିତରଣ ବ୍ୟବସାୟରେ ସନ୍ତୁଳନ ରକ୍ଷା କରିବାରେ ଖର୍ଚ୍ଚହେବ। ସରକାରଙ୍କ ନୀତି ଅନୁଯାୟୀ ଏହି ସୁଯୋଗ ସୃଷ୍ଟି ହେଲେ ସରକାର ଅନ୍ୟ ରାଜ୍ୟରେ ନୂତନ ବିତରଣ ସମ୍ପ୍ରସାରଣ ସୁଯୋଗ ବ୍ୟତୀତ ଆବଶ୍ୟକ ଅନୁମତି ଦେବା ପରେ କମ୍ପାନୀ କ୍ଷୁଦ୍ର ମଡ୍ୟୁଲାର ଆଣବିକ ରିଆକ୍ଟରରେ ଅଂଶଗ୍ରହଣ କରିବାକୁ ସୁଯୋଗର ଅନୁସନ୍ଧାନ କରିବ।

କମ୍ପାନୀ ବିଶେଷକରି ବାଣିଜି୍ୟକ ଏବଂ ଶିଳ୍ପ ଉପଭୋକ୍ତାଙ୍କୁ ୨୪ ଘଣ୍ଟିଆ ଅକ୍ଷୟ ଶକ୍ତି ଯୋଗାଇବା ଉପରେ ଧ୍ୟାନଦେବା ସହ ଭାରତର ସବୁଜ ଶକ୍ତି ପରିବର୍ତ୍ତନର ନେତୃତ୍ୱ ନେବା ପାଇଁ ଭଲ ସ୍ଥିତିରେ ରହିଛି। ଅପରପକ୍ଷରେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନା ଯୋଗୁ ବଜାର ଅଂଶ ବୃଦ୍ଧି ଲକ୍ଷ୍ୟ ରଖି ରୁଫ୍‌ଟପ୍‌ ସୌରଶକ୍ତିରେ ଅଭିବୃଦ୍ଧି ଘଟିଛି। ବର୍ତ୍ତମାନର ୧୨.୫ନିୟୁତ ଉପଭୋକ୍ତାଙ୍କଠାରୁ ବିତରଣ ବ୍ୟବସାୟ ସମ୍ପ୍ରସାରଣ ମାଧ୍ୟମରେ ୫୦ନିୟୁତ ଉପଭୋକ୍ତାଙ୍କ ନିକଟରେ ପହଞ୍ଚତ୍ବାକୁ ଲକ୍ଷ୍ୟ ରଖାଯାଇଛି।

କମ୍ପାନୀର ସମନ୍ବିତ ରାଜସ୍ବ ୧୦% ବୃଦ୍ଧି ପାଇ ୬୧,୫୪୨କୋଟି ଟଙ୍କାରେ ପହଞ୍ଚତ୍ଛି। ଟିକସ ପରବର୍ତ୍ତୀ ଲାଭ (ପିଏଟି) ୧୨% ବୃଦ୍ଧି ପାଇ ୪,୨୮୦କୋଟି ଟଙ୍କାରେ ପହଞ୍ଚତ୍ଛି। କମ୍ପାନୀ ଏହାର ବାଲାନ୍ସ ଶିଟ୍‌କୁ ସୁଦୃଢ଼ କରିବା ପାଇଁ ପ୍ରୟାସ ଜାରି ରଖିଛି ଏବଂ ଏହାର ଅଭିବୃଦ୍ଧି ଯୋଜନାକୁ ପାଣ୍ଠି ଯୋଗାଇବା ପରେ ମଧ୍ୟ ଇକ୍ୱିଟି ୧ରୁ କମ୍‌ ନିଟ୍‌ ଋଣ ବଜାୟ ରଖିଛି। ଉଭୟ ଆଗରୁ କାର୍ଯ୍ୟକ୍ଷମ ଥିବା ଏବଂ ଏବେ ଚାଲୁ ରହିଥିବା ପ୍ରକଳ୍ପରୁ ବର୍ତ୍ତମାନର ୯ ଗିଗାୱାଟ୍‌ରୁ ୫ ବର୍ଷ ମଧ୍ୟରେ ୧୫ଗିଗାୱାଟ ସ୍ବଚ୍ଛ ଶକ୍ତି ପୋର୍ଟଫୋଲିଓ ପାଇଁ ଲକ୍ଷ୍ୟ ରଖାଯାଇଛି। ତାମିଲନାଡୁଠାରେ ନୂତନ ୪.୩ ଗିଗାୱାଟ ସୌର ସେଲ୍‌ ଏବଂ ମଡ୍ୟୁଲ ଉତ୍ପାଦନ କାରଖାନା ସ୍ଥାପନ କରାଯିବ। ୫୩୦ରୁ ଅଧିକ ସହରରେ ୫,୫୦୦ସାର୍ବଜନୀନ ଓ କ୍ୟାପ୍ଟିଭ୍‌ ଚାର୍ଜର ଏବଂ ୮୬,୦୦୦ରୁ ଅଧିକ ହୋମ୍‌ ଚାର୍ଜର୍‌ ଲଗାଯାଇଛି। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନା ଅଧୀନରେ ‘ଘର ଘର ସୌର’ କାର୍ଯ୍ୟକ୍ରମ ମାଧ୍ୟମରେ ଘରକୁ ସୌରଶକ୍ତି ଯୋଗାଇବା ପାଇଁ କମ୍ପାନୀ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି। ବର୍ତ୍ତମାନ ସୁଦ୍ଧା ୨ଗିଗାୱାଟରୁ ଅଧିକ ରୁଫ୍‌ଟପ୍‌ ସୌରଶକ୍ତି ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି ଏବଂ ୨,୮୦୦କୋଟି ଟଙ୍କାର ବରାଦ ବୁକିଂ ରହିଛି। ଏହାର ପ୍ରଦର୍ଶନକୁ ଆଧାରକରି କମ୍ପାନୀର ନିର୍ଦ୍ଦେଶକ ମଣ୍ଡଳୀ ୧ଟଙ୍କାର ଇକ୍ୱିଟି ଶେୟାର ପିଛା ୨ଟଙ୍କା ଲାଭାଂଶ ଦେବାକୁ ସୁପାରିସ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାବଧାନ! ୧ ଏପ୍ରିଲରୁ ବଦଳିଲା UPIର ପ୍ରକ୍ରିୟା, ପେମେଣ୍ଟ ଉପରେ ଲାଗିଲା…

ନୂଆଦିଲ୍ଲୀ,୧।୪: ଯଦି ଆପଣ ଚା ଦୋକାନ ଠାରୁ ଆରମ୍ଭ କରି ସପିଂ ମଲ ପର୍ଯ୍ୟନ୍ତ ସବୁଠି ପେମେଣ୍ଟ ପାଇଁ PhonePe, Google Pay, କିମ୍ବା Paytm ଭଳି…

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

୧ ଏପ୍ରିଲରୁ ATM ରୁ ଟଙ୍କା ଉଠାଇବା ହେବ ମହଙ୍ଗା! HDFC ରୁ PNB ପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୩୧।୩: ୧ ଏପ୍ରିଲ, ୨୦୨୬ ଠାରୁ, HDFC ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏବଂ ବନ୍ଧନ ବ୍ୟାଙ୍କ ସେମାନଙ୍କର ATM ନିୟମରେ ପରିବର୍ତ୍ତନ କରିବେ। ଏଥିରେ ମାଗଣା…

ଆଜି ରାତି ୧୨ଟା ସୁଦ୍ଧା ଶେଷ କରନ୍ତୁ ଏହି ୩ କାମ, ନଚେତ୍‌ ଆସନ୍ତାକାଲିଠୁ ବନ୍ଦ ହୋଇଯିବ ଆପଣଙ୍କର…

ନୂଆଦିଲ୍ଲୀ,୩୧।୩: ଆଜି ମାର୍ଚ୍ଚ ୩୧, ୨୦୨୬ ଆର୍ଥିକ ବର୍ଷର ଶେଷ ଦିନ। ଯଦି ଆପଣଙ୍କର ଏକ ବ୍ୟାଙ୍କ ଆକାଉଣ୍ଟ ଅଛି କିମ୍ବା ଆପଣ ଷ୍ଟକ ବଜାରରେ ନିବେଶ…

ହର୍ମୁଜ ଶକ୍ତି ସଙ୍କଟ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ସରକାର: ଏବେ ଗହମ-ଚାଉଳ ସହିତ ମିଳିବ…

ନୂଆଦିଲ୍ଲୀ,୩୦।୩: ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ଆକ୍ରମଣ ପରେ, ଇରାନ ହର୍ମୁଜ ପ୍ରଣାଳୀକୁ ବନ୍ଦ କରିଦେଇଛି। ଏହା ଭାରତ ସମେତ ବିଶ୍ୱକୁ ଶକ୍ତି ଯୋଗାଣକୁ ପ୍ରଭାବିତ…

୨୫ ବର୍ଷ ମଧ୍ୟରେ ଯାହା ହୋଇନଥିଲା ତାହା ଏବେ ଘଟୁଛି… କାହିଁକି ଦ୍ରୁତ ଗତିରେ ସୁନା ବିକ୍ରି କରୁଛି ରୁଷିଆ? ଜାଣିଲେ…

ନୂଆଦିଲ୍ଲୀ,୩୦।୩: ରୁଷିଆ ୨୫ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ଏହାର କେନ୍ଦ୍ରୀୟ ବ୍ୟାଙ୍କ ଭଣ୍ଡାରରୁ ସୁନା ବିକ୍ରୟ ଆରମ୍ଭ କରିଛି। ବର୍ଲିନ ସ୍ଥିତ ଏକ ଖବର ସଂସ୍ଥାର…

କାରବାର ଆରମ୍ଭ ହେବା ମାତ୍ରେ ଖସିଲା ଶେୟାର ମାର୍କେଟ୍‌, ସେନ୍‌ସେକ୍ସ ହ୍ରାସ ପାଇ…

ନୂଆଦିଲ୍ଲୀ,୩୦ା୩: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ସୋମବାର ଭାରତୀୟ ଷ୍ଟକ୍‌ ବଜାର ହ୍ରାସ ପାଇଛି। ବିଏସ୍‌ଇର ୩୦-ଶେୟାର ସୂଚକାଙ୍କ, ସେନସେକ୍ସ ୧୦୧୮…

‘ଭଲ ଉତ୍ପାଦ ଏହାର ଗୁଣବତ୍ତା ଦ୍ୱାରା ଆଦୃତ ହୁଏ’

ଭୁବନେଶ୍ୱରସ୍ଥିତ ଜୟବାବା ଅଟୋମୋବାଇଲ୍ସର ମ୍ୟାନେଜିଂ ପାର୍ଟନର ହର୍ଷିତ ଲୋଧା ଜଣେ ସଫଳ ଉଦ୍ୟୋଗୀ ଭାବେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ୨୦୨୩ରେ ପ୍ରତିଷ୍ଠିତ ‘ଜୟବାବା ଟ୍ରାଇବ୍‌’ର ପ୍ରତିଷ୍ଠାତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri