ଟାଟା ପାଓ୍ବାର ଡିସ୍‌କମ୍‌ଗୁଡ଼ିକୁ ଶ୍ରେଷ୍ଠ ରେଟିଂ

ନୂଆଦିଲ୍ଲୀ,୧୫।୪: ଦେଶର ପ୍ରମୁଖ ଘରୋଇ ଶକ୍ତି ବିତରଣ କମ୍ପାନୀ ଟାଟା ପାଓ୍ବାରକୁ ଜାତୀୟ ସ୍ତରରେ ଶ୍ରେଷ୍ଠ ବିତରଣ ସଂସ୍ଥାର ସ୍ବୀକୃତି ପ୍ରଦାନ କରାଯାଇଛି। ବିଶେଷ କରି ପାୱାର ଫାଇନାନ୍ସ କର୍ପୋରେଶନ ଜରିଆରେ କରାଯାଇଥିବା ସର୍ଭେ ସହ କେନ୍ଦ୍ର ସରକାରଙ୍କ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ନିକଟରେ ଜାରି କରାଯାଇଥିବା ରେଟିଂରେ ଟାଟା ପାଓ୍ବାରର ବଣ୍ଟନ କମ୍ପାନୀ(ଡିସ୍‌କମ୍‌)ଗୁଡ଼ିକ ଶ୍ରେଷ୍ଠ ର଼୍ୟାଙ୍କିଙ୍ଗ୍‌ ହାସଲ କରିଛନ୍ତି। ଏପରିକି ବିଦ୍ୟୁତ୍‌ ବଣ୍ଟନ ୟୁଟିଲିଟିଙ୍କ ପାଇଁ ୧୧ତମ ବାର୍ଷିକ ସମନ୍ବିତ ରେଟିଂରେ ମନ୍ତ୍ରଣାଳୟ ଜାତୀୟ ୟୁଟିଲିଟିଗୁଡ଼ିକ ମଧ୍ୟରେ ଟାଟା ପାୱାରର ବଣ୍ଟନ କମ୍ପାନୀଗୁଡ଼ିକୁ ଶ୍ରେଷ୍ଠ ର଼୍ୟାଙ୍କିଙ୍ଗ୍‌ ପ୍ରଦାନ କରିଛନ୍ତି। ସେହିଭଳି ପରିଚାଳନା ଓ ଆର୍ଥିକ ପ୍ରଦର୍ଶନ, ନିୟାମକ ନିୟମ ପାଳନ, ଗ୍ରାହକ ସେବା, ଶକ୍ତି ଦକ୍ଷତା ଆଦି ବିଭିନ୍ନ ମାନଦଣ୍ଡକୁ ଆଧାରକରି ଏଭଳି ଏକ ରେଟିଂ ପ୍ରଦାନ କରାଯାଇଛି। ଏହି ରେଟିଂ ରିପୋର୍ଟକୁ ମାକିନ୍‌ଜେ ଆଣ୍ଡ୍‌ କମ୍ପାନୀ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ବେଳେ ଅନୁଶୀଳନ ପାଇଁ ୩ଟି ଆର୍ଥିକ ବର୍ଷ ୨୦୧୯-୨୦ରୁ ୨୦୨୨-୨୩ର ଆକାଉଣ୍ଟ(ହିସାବ) ବିଚାରକୁ ନିଆଯାଇଛି।
ଉଲ୍ଲେଖଯୋଗ୍ୟ, ଟାଟା ପାୱାର ମୁମ୍ବାଇ ଡିଷ୍ଟ୍ରିବ୍ୟୁଶନ ଓ ଟିପି ୱେଷ୍ଟର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ୧୦୦ରୁ ଯଥାକ୍ରମେ ୮୯.୭ ଓ ୮୭.୨ ସ୍କୋର ସହ ଏ+ ଗ୍ରେଡ୍‌ ଲେଖାଏଁ ପାଇଥିବା ବେଳେ ଟାଟା ପାୱାର ଦିଲ୍ଲୀ ଡିଷ୍ଟ୍ରିବ୍ୟୁଶନ ଓ ଟିପି ସଦର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଯଥାକ୍ରମେ ୭୯.୦ ଓ ୭୯.୩ ସ୍କୋର ସହ ଏ ଗ୍ରେଡ୍‌ ଲେଖାଏଁ ପାଇଛନ୍ତି।
ଏ ସମ୍ପର୍କରେ ଟାଟା ପାୱାରର ସିଇଓ ତଥା ଏମ୍‌ଡି ଡ. ପ୍ରବୀର ସିହ୍ନା କହିଛନ୍ତି, ଦେଶର ବିଦ୍ୟୁତ୍‌ ବଣ୍ଟନ ଦୃଶ୍ୟପଟରେ ପରିବର୍ତ୍ତନ ଆଣିବାକୁ ଟାଟା ପାୱାର ସମର୍ପିତ। ଆମେ ସୃଷ୍ଟି କରିଥିବା ୟୁଟିଲିଟିଗୁଡ଼ିକ ଦକ୍ଷ, ଭବିଷ୍ୟତ ଲାଗି ପ୍ରସ୍ତୁତ ଏବଂ ଗ୍ରାହକଙ୍କ ଆବଶ୍ୟକତା ଉପରେ କେନ୍ଦ୍ରୀଭୂତ। ଆମ ଡିସ୍‌କମ୍‌ଗୁଡ଼ିକର ସଫଳତାକୁ ମାନ୍ୟତା ପ୍ରଦାନ କରିଥିବାରୁ ଶକ୍ତି ମନ୍ତ୍ରଣାଳୟ ପ୍ରତି ଆମେ କୃତଜ୍ଞ ଏବଂ ଦେଶର ବଣ୍ଟନ ସଂସ୍କାରରେ ଆଗେ ଅଗ୍ରଣୀ ହୋଇ ରହିବୁ। ସେହିଭଳି ଟାଟା ପାୱାରର ସଭାପତି, ଟି ଆଣ୍ଡ୍‌ ଡି ସଞ୍ଜୟ ବାଙ୍ଗା କହିଛନ୍ତି, ଆଜିର ଦିନରେ ଟାଟା ପାୱାର ଡିସ୍‌କମ୍‌ଗୁଡ଼ିକ ଦେଶର ୬କୋଟି ଲୋକଙ୍କୁ ସେବା ପ୍ରଦାନ କରୁଛି। ସେଥିରେ ଦିଲ୍ଲୀ, ମୁମ୍ବାଇ ଓ ଭୁବନେଶ୍ୱର ଭଳି ପ୍ରମୁଖ ସହର ସାମିଲ ରହିଛି। ଏପରିକି ଆମ ଡିସ୍‌କମ୍‌ଗୁଡ଼ିକ ଉତ୍କୃଷ୍ଟ ସେବା ଯୋଗାଉଥିବା ବେଳେ ଗ୍ରାହକମାନଙ୍କୁ ଭରସାଯୋଗ୍ୟ ଓ ଗୁଣାତ୍ମକ ବିଦ୍ୟୁତ୍‌ ସେବା ପ୍ରଦାନ କରୁଛି। ଏହି ର଼୍ୟାଙ୍କିଙ୍ଗ୍‌ ହେଉଛି ସେମାନଙ୍କ ଅତୁଳନୀୟ ପ୍ରଦର୍ଶନର ପ୍ରତିଫଳନ।


Enter your email to get our daily news in your inbox.

All Right Reserved By Dharitri.Com

‘ଯାହାଙ୍କ ପାଖରେ ଆଧାରକାର୍ଡ ଅଛି, ତାଙ୍କୁ ମିଳିବ ସୁନା’, ଘୋଷଣା କଲେ PM ମୋଦି? ଜାଣନ୍ତୁ ଭାଇରାଲ ଦାବି ପଛର ସତ୍ୟ

ନୂଆଦିଲ୍ଲୀ, ୧୭।୮: ସୋସିଆଲ ମିଡିଆରେ ପ୍ରତିଦିନ ସରକାରଙ୍କ ସହ ଜଡ଼ିତ ଅନେକ ଯୋଜନା ବିଷୟରେ ସୂଚନା ଦିଆଯାଉଛି। କେତେବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓ ଭାଇରାଲ ହେଉଛି, ତ…

ବୃହସ୍ପତି-ଶନିଙ୍କ ମଧ୍ୟରେ ହେବାକୁ ଯାଉଛି ଅଦ୍ଭୁତ ଯୋଗ: ପୂରା ସେପ୍ଟେମ୍ବରରେ ମାସରେ ଏହି ୫ ରାଶିଙ୍କର ବଲ୍ଲେ-ବଲ୍ଲେ

ସେପ୍ଟେମ୍ବର ୨୦୨୬ ମାସର ଆରମ୍ଭ ଏକ ଶୁଭ ଯୋଗରୁ ହେବାକୁ ଯାଉଛି। ଦ୍ରିକ ପଞ୍ଚାଙ୍ଗ ଅନୁଯାୟୀ, ସେପ୍ଟେମ୍ବର ୧ ତାରିଖରେ ଦେବଗୁରୁ ବୃହସ୍ପତି ଏବଂ ନ୍ୟାୟର ଦେବତା…

ସୁରଟରୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ, ଗାଁରେ ଶୋକାକୁଳ ପରିବେଶ

ହିଞ୍ଜିଳିକାଟୁ,୧୭।୮(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଅଞ୍ଚଳରୁ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତଦେହ ସୋମବାର…

ଚୋର-ପୋଲିସ୍‌ର ଖେଳ ସୋସିଆଲ୍‌ ମିଡିଆରେ ଭାଇରାଲ୍‌: ଚାରି ଥାନାର ପୋଲିସ୍‌କୁ ପାଣି ପିଆଇ…

ପୁରୁଷୋତ୍ତମପୁର, ୧୭।୮ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଘଟିଥିବା ଚୋର-ପୋଲିସ୍‌ ଲଢ଼େଇ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଗତ ଶୁକ୍ରବାର…

ସ୍ତ୍ରୀଙ୍କୁ ହତ୍ୟା କରି ହୋଇଥିଲେ ଫେରାର, ୪ ବର୍ଷ ପରେ ମିଳିଲା ଦଣ୍ଡ

ପାରଳାଖେମୁଣ୍ଡି,୧୭।୮(ଗିରିଧାରୀ ପରିଛା) : ଝିଅର ଚିକିତ୍ସାକୁ ନେଇ ପତ୍ନୀଙ୍କ ସହ ବଚସାରୁ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି । ଗଜପତି ଜିଲା…

ଭାଜପାର ନୂଆ ଟିମ୍‌ରେ ଓଡ଼ିଶାର ଏହି ୨ ନେତା ସାମିଲ: ଜାଣନ୍ତୁ କିଏ କିଏ

ଭୁବନେଶ୍ୱର,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

୨୨ ଅଗଷ୍ଟରୁ ତ୍ରିଗ୍ରହୀ ଯୋଗର ପ୍ରଭାବ: ଏହି ୪ ରାଶି ଲୋକଙ୍କ ଭାଗ୍ୟରେ ନୂଆ ମୋଡ଼, ଜାଣନ୍ତୁ କ’ଣ ଘଟିବ…

ଜ୍ୟୋତିଷୀୟ ଗଣନା ଅନୁଯାୟୀ, ଅଗଷ୍ଟ ୨୦୨୬ରେ ସିଂହ ରାଶିରେ ୩ଟି ଗ୍ରହର ଯୁତି ଗଠିତ ହେବାକୁ ଯାଉଛି। ପ୍ରଥମେ କେତୁ ସିଂହ ରାଶିରେ ଅବସ୍ଥିତ ରହିବେ। ଏହାପରେ…

ଗୁଣ୍ଡା ସାହୁ ଅପହରଣ ମାମଲା: ଗିରଫ ୪ ଅଭିଯୁକ୍ତ କୋର୍ଟ ଚାଲାଣ , ଜାମିନ ନାମଞ୍ଜୁର ହେବାରୁ

ବଲାଙ୍ଗୀର, ୧୭।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ଓରଫ୍ ଗୁଣ୍ଡା ସାହୁ ଅପହରଣ ମାମଲାରେ ଗିରଫ ହୋଇଥିବା ୪ ଜଣ ଅଭିଯୁକ୍ତଙ୍କୁ ବଲାଙ୍ଗୀର ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri