ଟାଟା ମୋଟର୍ସର ଫେଷ୍ଟିଭାଲ ଅଫ୍‌ କାର୍‌ସ

ଭୁବନେଶ୍ୱର,୧୬।୯ (ଅଭୟ ଦାଶ): ଟାଟା ମୋଟର୍ସର ବହୁ ପ୍ରତୀକ୍ଷିତ ତଥା ଆକର୍ଷଣୀୟ ରିହାତି ଅଫର ‘ଫେଷ୍ଟିଭାଲ ଅଫ୍‌ କାର୍‌ସ’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ପୂର୍ବରୁ ଦେଖାଯାଇ ନ ଥିବା ଏଭଳି ଏକ ମୂଲ୍ୟକୁ ନେଇ କମ୍ପାନୀ ତା’ର ଅନେକ ଲୋକପ୍ରିୟ କାର ତଥା ଏସ୍‌ୟୁଭି ଉପରେ ଆକର୍ଷଣୀୟ ରିହାତି ପ୍ରଦାନ ସହିତ ବ୍ରାଣ୍ଡ୍‌ ଶୋ’ରୁମ୍‌ଗୁଡ଼ିକ ଜରିଆରେ ଗ୍ରାହକମାନଙ୍କୁ ଅନେକ ସୁବିଧା ଉପଲବ୍ଧ କରାଇଛି। ସେହିଭଳି ଆଶାୟୀ ଗ୍ରାହକମାନେ ନିଜ ସ୍ବପ୍ନର କାର କ୍ରୟ କରିବା ସମୟରେ ଅବିଶ୍ୱସନୀୟ ମୂଲ୍ୟ ପ୍ରଦାନ କରିବା ସହିତ ଉପରୋକ୍ତ ଗାଡିଗୁଡିକ ଉପରେ ପ୍ରାୟ ୨.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁବିଧା ପାଇବାର ମଧ୍ୟ ସମସ୍ତ ବ୍ୟବସ୍ଥା ପ୍ରଦାନ କରାଯାଇଛି। ସେହିପରି ବ୍ରାଣ୍ଡ୍‌ର ପେଟ୍ରୋଲ, ଡିଜେଲ ତଥା ସିଏନଜି ଚାଳିତ ସମସ୍ତ ଏସୟୁଭି ଏବଂ କାର୍‌ଗୁଡିକ ଉପରେ ପାର୍ବଣ ରିହାତି ୨୦୨୪ ଅକ୍ଟୋବର ୩୧ ପର୍ଯ୍ୟନ୍ତ ଉପଲବ୍ଧ ରହିଛି।
ଏ ସମ୍ପର୍କରେ ଟାଟା ପାସେଞ୍ଜର ଇଲେକ୍ଟ୍ରିକ୍‌ ମୋବିଲିଟି ଲିମିଟେଡ଼ର ସିସିଓ ବିବେକ ଶ୍ରୀବତ୍ସ କହିଛନ୍ତି, ବର୍ତ୍ତମାନ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ସେଥିପାଇଁ ଆମେ ଏକ ମନମୁଗ୍ଧକର ଆକର୍ଷଣୀୟ ମୂଲ୍ୟ ରିହାତିକୁ ପ୍ରଦାନ କରିବା ପାଇଁ ଉତ୍ସୁକତାର ସହିତ ଚାହିଁ ରହିଛୁ, ଯାହାକି ଆମର ପ୍ରିୟ ଗ୍ରାହକମାନଙ୍କୁ ସନ୍ତୁଷ୍ଟ କରିପାରିବ। ଏପରିକି ଆମର ଆଇସିଇ ଯାନ ଉପରେ ସମୁଦାୟ ୨.୦୫ ଲକ୍ଷ ଟଙ୍କାର ରିହାତି ସୁବିଧା ପ୍ରଦାନ ସହିତ ଳିତ ପାର୍ବଣରେ ଆମେ ଅନେକ ସୀମିତ ଅବଧି ସୁଯୋଗ ପ୍ରଦାନ କରିବା ସହିତ ମୂଲ୍ୟ ହ୍ରାସ, ବିନିମୟ ସୁଯୋଗ ତଥା ଆହୁରି ଅନେକ ସୁବିଧା ପ୍ରଦାନ କରୁଛୁ।
ଯାହାକି ଆମର ପ୍ରିୟ ଗ୍ରାହକମାନଙ୍କୁ ଏକ ନିଶ୍ଚିତ ଆନନ୍ଦଦାୟକ କ୍ଷଣର ଅନୁଭବ କରିବା ସହିତ ଏକ ନୂଆଉଲ୍ଲାସର ଆରମ୍ଭ ହୋଇପାରିବ। ଆମେ ସ୍ଥିର ନିଶ୍ଚିତ ଯେ ଆମର ଗ୍ରାହକମାନେ ଏସବୁ ବିରଳ ସୁଯୋଗକୁ ଆୟତ୍ତ କରିବା ସହିତ ଟାଟାକାରର ଏକ ସ୍ବତ୍ୱାଧିକାରୀ ହେବା ସଙ୍ଗେସଙ୍ଗେ ନିରାପଦ, ଉତ୍ତମ ଗଠନ ତଥା ଉିତ ମୂଲ୍ୟର ଏକ ସ୍ବପ୍ନର କାର ନିଜ ଘରକୁ ନିଜ ପରିବାର ସହିତ ଆଣି ପ୍ରକୃତରେ ଏକ ବିଶେଷ ମୁହୂର୍ତ୍ତ ଅନୁଭବ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri