ମୋହନା,୮।୨( ମନ୍ମଥ ମିଶ୍ର ): ଭାରସାମ୍ୟ ହରାଇ ୧୨ ଫୁଟ୍ ତଳକୁ ଖସିଲା ଟାଟା ମେଜିକ୍ । ତେବେ ଦୁର୍ଘଟଣାରେ ୨୦ଜଣ ଆହାତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୯ ଗୁରୁତରଙ୍କୁ ବ୍ରହ୍ମପୁର ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି ।
ସୂଚନା ଅନୁସାରେ, ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଜରଉ ଘାଟିରେ ଏଭଳି ଦୁର୍ଘଟଣା ଘଟିଛି । ସୋରଡ଼ା ଥାନା ମଧୁରଆମ୍ବ ଗାଁରୁ ପାଖାପାଖି ଏକ ଟାଟା ମେଜିକ ( ଓଡି ୦୭ଏ ଇ ୩୦୯୧ ) ଗାଡ଼ିରେ ୨୭ ଜଣ ପୁରୁଷ ଓ ମହିଳା ମୋହନା ଥାନା ଅନ୍ତର୍ଗତ ଖାରିଗୁମା ଗାଁକୁ ଏକ ଧର୍ମ ସଭାକୁ ଆସୁଥିଲେ। ଗାଁ ଠାରୁ ଅଳ୍ପ କିଛି ଦୂର ରାସ୍ତାରେ ଭାରସାମ୍ୟ ହରାଇ ୧୨ ଫୁଟ ରାସ୍ତା ତଳକୁ ଖସି ପଡ଼ିଲା।
ଗାଡ଼ିରେ ଥିବା ୨୦ ଜଣ ସାମାନ୍ୟ ଆହାତ ଥିବା ବେଳେ ୯ ଜଣ ଗୁରୁତର ଅଛନ୍ତି । ଗୁରୁତରଙ୍କୁ ପ୍ରଥମେ ବଡ଼ଗଡ଼ ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ଅତି ଗୁରୁତର ଥିବାରୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣା ସ୍ଥଳରେ ମୋହନା ପୋଲିସ ପହଞ୍ଚି ଅଧିକ ତଦନ୍ତ ଚଳାଇଛି ।