ଇ-ଯାନ ନିର୍ମାଣକୁ ଟାଟାର ଗୁରୁତ୍ୱ

ନୂଆଦିଲ୍ଲୀ:  ଟାଟା ଗ୍ରୁପ ଭାରତରେ ଇ-ଯାନ (ବିଦ୍ୟୁତ) ଯାନବାହନ ନିର୍ମାଣ କରିବା ସପକ୍ଷରେ ରହିଛି ବୋଲି ବିଭିନ୍ନ ଜାତୀୟ ଗଣମାଧ୍ୟମରେ ବ୍ୟାପକ ଚର୍ଚ୍ଚା ହେଉଛି। ବିଦ୍ୟୁତ ଯାନ ନିର୍ମାଣ ପାଇଁ ଭାରତର ଟାଟା ମୋଟର୍ସ ଆମେରିକାର ଟେସ୍ଲା ସହିତ ମିଳିତ ହୋଇ ୟୁନିଟ ସ୍ଥାପନ କରିବ ବୋଲି ପୂର୍ବରୁ ଯେଉଁ ଚର୍ଚ୍ଚା ହେଉଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ଟାଟା ସନ୍ସର ଅଧ୍ୟକ୍ଷ ଏନ୍‌ ଚନ୍ଦ୍ରଶେଖରନ୍‌। ଏ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି, କମ୍ପାନୀ ନିଜେ ଭାରତରେ ବିଦ୍ୟୁତ ଯାନ ନିର୍ମାଣ କରି ବ୍ୟବସାୟ କରିବା ନେଇ ଯୋଜନା ରହିଛି। ଟାଟା ପୂର୍ବରୁ ବ୍ରିଟିଶର ବିଳାସପୂର୍ଣ୍ଣ କାର୍‌ କମ୍ପାନୀ ଜାଗୁଆର ଆଣ୍ଡ୍‌ ଲ୍ୟାଣ୍ଡ ରୋଭରକୁ ଅଧିଗ୍ରହଣ କରିସାରିଛି। ଏହି ଦୁଇ କମ୍ପାନୀର ବିଦ୍ୟୁତ ଯାନ ଉତ୍ପାଦନ କ୍ଷେତ୍ରରେ ବ୍ୟାପକ ଯୋଜନା ରହିଛି। ତେବେ ଭାରତରେ ଇଲେକ୍ଟ୍ରିକ୍‌ ଯାନ ବ୍ୟବସାୟର ବଳିଷ୍ଠ ଯୋଜନା ଟାଟା ପ୍ରସ୍ତୁତ କରିଛି। ନେକ୍ସନ ମିନି ଏସୟୁଭିର ଇଲେକ୍ଟ୍ରିକ୍‌ ଭର୍ସନ ଗାଡ଼ି ଗ୍ରାହକଙ୍କ ମଧ୍ୟରେ ଭଲ ଆଦୃତି ହାସଲ କରିପାରିଛି। ଅନ୍ୟପଟରେ ଜାଗୁଆର ଆଣ୍ଡ ଲ୍ୟାଣ୍ଡରୋଭର ମଧ୍ୟ ଆସନ୍ତା ୨୦୨୫ ସୁଦ୍ଧା ସମ୍ପୂର୍ଣ୍ଣ ଭାବେ ଇଲେକ୍ଟ୍ରିକ୍‌ କାର ନିର୍ମାତା ହେବାର ଲକ୍ଷ୍ୟ ରଖିଛନ୍ତି। ଜାଗୁଆର୍‌ ଆଣ୍ଡ୍‌ ଲ୍ୟାଣ୍ଡରୋଭର ପକ୍ଷରୁ ନିର୍ମିତ ସବୁ ବିଦ୍ୟୁତ କାର୍‌ ଭାରତରେ ଉପଲବ୍ଧ ହେବ ବୋଲି ଟାଟା ସନ୍ସ ମୁଖ୍ୟ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଶସ୍ତା ନୁହେଁ, ମହଙ୍ଗା ହୋଇପାରେ ପେଟ୍ରୋଲ-ଡିଜେଲ! ଜାଣନ୍ତୁ ଦାମ୍‌ ବଢ଼ିବାର ବଡ଼ କାରଣ

ନୂଆଦିଲ୍ଲୀ,୨୧। ୮: ପେଟ୍ରୋଲ-ଡିଜେଲ ଦାମକୁ ନେଇ ପୁଣି ବଢ଼ିପାରେ ସାଧାରଣ ଲୋକଙ୍କ ଚିନ୍ତା। ଅନ୍ତର୍ଜାତୀୟ ବଜାରରେ କ୍ରୁଡ ଅଏଲ ମୂଲ୍ୟରେ ହଠାତ୍‌ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି।…

ସୁନା ୪୩୦୦-ରୁପା ୧୦ହଜାର ମହଙ୍ଗା, ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ଦର

ନୂଆଦିଲ୍ଲୀ,୨୧।୮: ସୁନା ଓ ରୁପା ଦରରେ ଆଜି ବଡ଼ ଧରଣର ବୃଦ୍ଧି ଦେଖିବାକୁ ମିଳିଛି । ୨୪ କ୍ୟାରେଟ୍ ଶୁଦ୍ଧ ସୁନା ଦର ୪,୩୦୦ ଟଙ୍କା ବଢ଼ି…

ରୁଫ୍‌ଟପ୍ ସୋଲାର ସ୍ଥାପନରେ ଓଡ଼ିଶାର ବଡ଼ ସଫଳତା, ଦେଶରେ ୭ମ ସ୍ଥାନ

ଭୁବନେଶ୍ୱର, ୨୧।୮: ‘ପିଏମ୍‌ ସୂର୍ଯ୍ୟଘର ମୁଫ୍‌ତ ବିଜ୍‌ଲି’ ଯୋଜନା ଅଧୀନରେ ରୁଫ୍‌ଟପ୍‌ ସୋଲାର ସ୍ଥାପନ କ୍ଷେତ୍ରରେ ଓଡ଼ିଶା ଜାତୀୟସ୍ତରରେ ୧୩ତମ ସ୍ଥାନରୁ ୭ମ ସ୍ଥାନକୁ ଉନ୍ନୀତ ହୋଇଛି…

ସିମ୍‌ କାର୍ଡକୁ ନେଇ ନୂଆ ନିୟମ! ଆଉ ୪ଦିନ ପରେ ଏମାନଙ୍କର କଟିଯିବ କନେକ୍ସନ…

ନୂଆଦିଲ୍ଲୀ,୨୦ା୮: ଭାରତରେ ଜଣେ ବ୍ୟକ୍ତିଙ୍କ ନାମରେ ଥିବା ମୋବାଇଲ୍ କନେକ୍ସନ୍‌ର ସୀମାକୁ ସରକାର କଡ଼ାକଡ଼ି ଭାବେ ଲାଗୁ କରିବାକୁ ଯାଉଛନ୍ତି। ଅଗଷ୍ଟ ୨୪ ରୁ ଟେଲିକମ୍ ଅପରେଟରମାନଙ୍କୁ…

ରାଜ୍ୟ ସରକାର ବଢାଇଲେ ପେନଶନ ଲିମିଟ୍‌, ଜାଣନ୍ତୁ କାହାକୁ ମିଳିବ ଲାଭ…

ନୂଆଦିଲ୍ଲୀ,୨୦ା୮: ସରକାରୀ କର୍ମଚାରୀମାନଙ୍କୁ ଅବସର ପରେ ପେନ୍‌ସନ୍ ସୁବିଧା ମିଳିଥାଏ। ପ୍ରତ୍ୟେକ ରାଜ୍ୟ ସରକାର ନିଜ ରାଜ୍ୟର ପେନ୍‌ସନ୍‌ଭୋଗୀଙ୍କ ପେନ୍‌ସନ୍‌ରେ ସମୟ ସମୟରେ ବୃଦ୍ଧି କିମ୍ବା ସଂଶୋଧନ…

ଚିନି ଦର ବଢ଼ିବା ପରେ ସରକାର ନେଲେ ବଡ଼ ପଦକ୍ଷେପ, ସେପ୍ଟେମ୍ବର ୧ରୁ …

ନୂଆଦିଲ୍ଲୀ,୨୦।୮: ଭାରତ ବିଶ୍ୱରେ ଚିନିର ସବୁଠାରୁ ବଡ଼ ଉପଭୋକ୍ତା। ଅଗଷ୍ଟରୁ ନଭେମ୍ବର ମଧ୍ୟରେ ଗଣେଶ ଚତୁର୍ଥୀ, ଦଶହରା ଏବଂ ଦୀପାବଳି ଭଳି ପର୍ବପର୍ବାଣୀ ଯୋଗୁ ଚିନିର ଚାହିଦା…

ବାରମ୍ବାର ପୋଷ୍ଟ ଅଫିସ୍ ଯିବା ଦରକାର ନାହିଁ! ୨ ମିନିଟ୍‌ରେ ଜମା ହେବ ସୁକନ୍ୟା ଟଙ୍କା, ଜାଣନ୍ତୁ ପ୍ରୋସେସ୍…

ନୂଆଦିଲ୍ଲୀ,୧୯।୮: ଯଦି ଆପଣ ଆପଣଙ୍କ ଝିଅର ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ସୁକନ୍ୟା ସମୃଦ୍ଧି ଯୋଜନା (SSY) ଅଧୀନରେ ଏକ ଆକାଉଣ୍ଟ ଖୋଲିଛନ୍ତି, ତେବେ ଆପଣଙ୍କୁ ଆଉ…

୪୬ ପଇସା ପୈଠ ନକରିବାରୁ ଭାଜପା ନେତାଙ୍କ ଉପରେ ୧୨୦୦ ଟଙ୍କା ଜରିମାନା ଲଗାଇଛି HDFC ବ୍ୟାଙ୍କ

ନୂଆଦିଲ୍ଲୀ,୧୯।୮: ଯଦି ଆପଣ ଆପଣଙ୍କର କ୍ରେଡିଟ କାର୍ଡ ବିଲ ପେମେଣ୍ଟ କରିବା ସମୟରେ ଅଳ୍ପ କିଛି ପଇସା କମ ରହିଯାଏ, ତେବେ କ’ଣ ଏକ ବ୍ୟାଙ୍କ ଆପଣଙ୍କଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri