ହାସିନାଙ୍କୁ ନେଇ ବିସ୍ଫୋରକ ବୟାନ ଦେଲେ ତସ୍‌ଲିମା: ମୋତେ ବାହାର କରିଥିଲ ଆଉ ଏବେ…

ଢାକା, ୬।୮: ଚାରିଆଡେ ପୋଡାଜଳା, ହିଂସା ଅରାଜକତାରେ ଜଳୁଛି ବାଂଲାଦେଶ। ଦେଶରେ ଅସମ୍ଭାଳ ସ୍ଥିତି। ପ୍ରଧାନମନ୍ତ୍ରୀ ପଦରୁ ଶେଖ୍‌ ହାସିନା ଇସ୍ତଫା ଦେଇ ଦେଶ ଛାଡିବା ପରେ ପାର୍ଲାମେଣ୍ଟକୁ ବାଂଲାଦେଶ ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ ଭଙ୍ଗ ଘୋଷଣା କରିଛନ୍ତି । ତେବେ ଏହା ମଧ୍ୟରେ ଶେଖ ହାସିନାଙ୍କୁ ନେଇ କଡ଼ା  ସମାଲୋଚନା  କରିଛନ୍ତି ନିର୍ବାସିତ ବାଂଲାଦେଶୀ ଲେଖିକା ତସ୍‌ଲିମା ନସ୍‌ରିନ୍‌ । ହାସିନାଙ୍କ ଦେଶରୁ ପଳାୟନକୁ ସେ ଏକ ବିଡ଼ମ୍ବନା ବୋଲି କହିଛନ୍ତି ।
ନସ୍‌ରିନ କହିଛନ୍ତି ଯେ, ଇସଲାମବାଦୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଦିନେ ହାସିନା ମୋତେ ବାଂଲାଦେଶରୁ ବାହାର କରିଦେଇଥିଲେ । ଏମିତିରେ ୧୯୯୯ରେ ମୋ ମା’ଙ୍କୁ ଶେଷଥର ଦେଖା କରିବାକୁ ମଧ୍ୟ ଛାଡ଼ି ନ ଥିଲେ। ବର୍ତ୍ତମାନ ଛାତ୍ର ଆନ୍ଦୋଳନରେ ଜଡ଼ିତ ଥିବା ଉକ୍ତ ଇସଲାମବାଦୀ ହାସିନାଙ୍କୁ ଦେଶ ଛାଡି ଚାଲିଯିବାକୁ ବାଧ୍ୟ କରିଛନ୍ତି ।

https://x.com/taslimanasreen/status/1820462904279249300?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1820462904279249300%7Ctwgr%5E6912f9bba80b6b26f50c2e80c70a5b88c8132cc8%7Ctwcon%5Es1_&ref_url=https%3A%2F%2Fotvkhabar.in%2Fnews%2Finternational%2Fexiled-author-taslima-nasreen-barb-at-sheikh-hasina-after-flight-from-bangladesh%2F134154

ନସ୍‌ରିନ୍‌  ଏହା ପୂର୍ବରୁ ଆଉ ଏକ ପୋଷ୍ଟରେ ଲେଖିଥିଲେ ଯେ, ଶେଖ୍‌ ହାସିନା ଇସଲାମ ଧର୍ମ ବଢାଇବା ଓ ଦୁର୍ନୀତିରେ ଜଡିତ ଲୋକଙ୍କୁ ସାହାଯ୍ୟ କରୁଥିଲେ । ତସ୍‌ଲିମା କହିଛନ୍ତି ଯେ,  ଆଜି ହାସିନାଙ୍କୁ ଇସ୍ତଫା ଦେଇ ଦେଶ ଛାଡି ଚାଲିଯିବାକୁ ପଡିବ। ସେ ଏଭଳି ପରିସ୍ଥିତି ପାଇଁ ନିଜେ ଦାୟୀ । ସେ ଇସଲାମବାଦୀମାନଙ୍କୁ ବଢ଼ିବାକୁ ଅନୁମତି ଦେଇଥିଲେ। ସେ ତାଙ୍କ ଲୋକଙ୍କୁ ଦୁର୍ନୀତିରେ ଲିପ୍ତ ରହିବାକୁ ଅନୁମତି ଦେଇଥିଲେ। ବର୍ତ୍ତମାନ ବାଂଲାଦେଶ ପାକିସ୍ତାନ ଭଳି ହେବା ଉଚିତ ନୁହେଁ। ରାଜନୈତିକ ଦଳଗୁଡ଼ିକ ଗଣତନ୍ତ୍ର ଓ ଧର୍ମନିରପେକ୍ଷତାକୁ ଫେରାଇ ଆଣିବା ଉଚିତ ।

https://x.com/taslimanasreen/status/1820405551328530849?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1820405551328530849%7Ctwgr%5E6912f9bba80b6b26f50c2e80c70a5b88c8132cc8%7Ctwcon%5Es1_&ref_url=https%3A%2F%2Fotvkhabar.in%2Fnews%2Finternational%2Fexiled-author-taslima-nasreen-barb-at-sheikh-hasina-after-flight-from-bangladesh%2F134154

୧୯୯୪ ମସିହାରେ ତାଙ୍କ ବହି “ଲଜ୍ଜା” ଉପରେ ମୌଳିକବାଦୀ ସଂଗଠନର ମୃତ୍ୟୁ ଧମକ ପାଇବା ପରେ ନସ୍‌ରିନ୍‌ଙ୍କୁ ବାଂଲାଦେଶ ଛାଡିବାକୁ ପଡିଥିଲା। ତାଙ୍କ ବହି”ଲଜ୍ଜା”କୁ ବାଂଲାଦେଶରେ ନିଷେଧ କରାଯାଇଥିଲା, ମାତ୍ର ଅନ୍ୟ ସ୍ଥାନରେ ତାଙ୍କ ବହି ବିକ୍ରି ହୋଇଥିଲା ।

Enter your email to get our daily news in your inbox.

All Right Reserved By Dharitri.Com

ସୁଦାନ ହସ୍ପିଟାଲ ଉପରେ ବଡ଼ଧରଣର ଆକ୍ରମଣ: ଡବ୍ଲ୍ୟୁଏଚ୍‌ଓ ମୁଖ୍ୟ ନିନ୍ଦା କରି କହିଲେ…

କାଇରୋ,୨୨ା୩: ସୁଦାନର ଡାର୍‌ପୁର ଅଞ୍ଚଳରେ ଥିବା ଏକ ହସ୍ପିଟାଲ ଉପରେ ଆକ୍ରମଣ ଯୋଗୁ ୧୩ ଜଣ ପିଲାଙ୍କ ସମେତ ଅନୂ୍ୟନ ୬୪ ଜଣଙ୍କ ମୃତ୍ୟୁ ଘଟିଥିବା ବିଶ୍ୱ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ପାକିସ୍ତାନ ପରେ ଏହି ଦେଶରେ ତେଲ ସଙ୍କଟ, ପେଟ୍ରୋଲ-ଡିଜେଲ ମୂଲ୍ୟ ୨୫% ବଢ଼ାଇଲେ ସରକାର

ନୂଆଦିଲ୍ଲୀ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଯୋଗୁଁ ବିଶ୍ୱବ୍ୟାପୀ ଶକ୍ତି ଯୋଗାଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଉଥିବାବେଳେ, ଗ୍ୟାସ୍…

ଟ୍ରମ୍ପଙ୍କ ଧମକ ପରେ ଇରାନର ବଡ଼ ଘୋଷଣା, ଶତ୍ରୁ ରାଷ୍ଟ୍ରର ଜାହାଜ ବ୍ୟତୀତ ସମସ୍ତ ଜାହାଜକୁ…

ନୂଆଦିଲ୍ଲୀ,୨୨।୩: ଟ୍ରମ୍ପଙ୍କ ଧମକ ପରେ ଇରାନ ପାଲଟା ଜବାବ ଦେଇଛି । ଇରାନ ହର୍ମୁଜ୍ ଷ୍ଟ୍ରେଟ ସମ୍ପର୍କରେ ନିଜର ମତରେ ସାମାନ୍ୟ ନରମତା ଦେଖାଇଛି । ଏହା…

ହର୍ମୁଜ ଷ୍ଟ୍ରେଟରେ ପହଞ୍ଚିଲା ବ୍ରିଟିଶ ବୁଡ଼ାଜାହାଜ, ଟ୍ରମ୍ପଙ୍କ ଧମକ ମଧ୍ୟରେ କୀର ଷ୍ଟାରମରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଓ୍ବାଶିଂଟନ,୨୨।୩: ମଧ୍ୟପ୍ରାଚ୍ୟରେ ବର୍ତ୍ତମାନ ଚାଲିଥିବା ସଂଘର୍ଷ ଆରମ୍ଭ ହେବାର ତିନି ସପ୍ତାହରୁ ଅଧିକ ସମୟ ବିତିଗଲାଣି; ତଥାପି, ଯୁଦ୍ଧ ଶେଷ ହେବାର କୌଣସି ସୂଚନା ନାହିଁ –…

VIDEO:ଷ୍ଟ୍ରେଟ ଅଫ୍ ହର୍ମୁଜରେ ଇରାନର ବଡ଼ ଆକ୍ରମଣ, F-୧୫ ଫାଇଟର ଜେଟକୁ ଖସାଇ ଦେଇଥିବା ଦାବି

ନୂଆଦିଲ୍ଲୀ,୨୨।୩: ଇରାନ ପୁଣିଥରେ ଇସ୍ରାଏଲ ଏବଂ ଆମେରିକାକୁ ଏକ ବଡ଼ ଝଟକା ଦେଇଛି । ଏକ ଇରାନୀ କ୍ଷେପଣାସ୍ତ୍ର ହର୍ମୁଜ୍ ଷ୍ଟ୍ରେଟରେ ଶତ୍ରୁପକ୍ଷର ଏକ F-୧୫ ଲଢ଼ୁଆ…

ଇରାନ ସହ ଯୁଦ୍ଧ ମଧ୍ୟରେ ବଡ଼ ବୟାନ ଦେଲେ ଟ୍ରମ୍ପ! ଜାଣନ୍ତୁ ତେହରାନକୁ ନେଇ କ’ଣ କହିଲେ

ଓ୍ବାଶିଂଟନ,୨୨।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ଏକ ପୋଷ୍ଟରେ ଦେଶ ସମ୍ପର୍କରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri