ଟାସ୍କଫୋର୍ସ କମିଟି ବୈଠକ: ବାଲ୍ୟ ବିବାହ ରୋକିବା ଓ ଶିଶୁ ସୁରକ୍ଷାକୁ ଗୁରୁତ୍ୱ

ବରଗଡ଼,୨୮।୩(ପ୍ରେମାନନ୍ଦ ଖମାରୀ): ବରଗଡ ଜିଲା ଶିଶୁ ସୁରକ୍ଷା ୟୁନିଟ ଆନକୁଲ୍ୟରେ ଜିଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ବାଲ୍ୟବିବାହ ରୋକିବା ପାଇଁ ଜିଲା ଟାସ୍କଫୋର୍ସ କମିଟିର ସମସ୍ତ ସଦସ୍ୟଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆୟୋଜନ ହୋଇଛି । “ଶିଶୁମାନଙ୍କ ପାଇଁ ଏକ ଦିବସ” ଶୀର୍ଷକ ଏହି ବୈଠକରେ ଜିଲାପାଳ ଆଦିତ୍ୟ ଗୋୟାଲ ଅଧ୍ୟକ୍ଷତା କରିଥିଲେ । ବୈଠକରେ ସ୍ବାସ୍ଥ୍ୟ, ଶିକ୍ଷା, ପୋଲିସ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରତିନିଧି ଏବଂ ଜିଲା ଟାସ୍କଫୋର୍ସର ସଦସ୍ୟମାନେ ଯୋଗ ଦେଇଥିଲେ । ବୈଠକରେ ପୋଲିସ ବିଭାଗ ଦାରା ବାଲ୍ୟବିବାହ, ଶିଶୁ ଚାଲାଣ ଏବଂ ପୋକ୍ସ କେସ୍‌ ପଞ୍ଜୀକରଣ ତଥା ସେଗୁଡିକର ସମାଧାନ ବିଷୟରେ ଉପସ୍ଥାପନ କରାଯାଇ ଥିବାବେଳେ ଶିକ୍ଷା ବିଭାଗ ଦାରା ଗତ ଦଶମ ପରୀକ୍ଷାରେ ପିଲାଙ୍କ ଅନୁପସ୍ଥିତ ସଂଖ୍ୟା ଏବଂ ତାହାର କାରଣ କମିଟିକୁ ଅବଗତ କରରାଯାଇଥିଲା। । ସେହିଭଳି ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ଶିଶୁଙ୍କ ଚିକିତ୍ସା ବ୍ୟବସ୍ଥା, ଏଚଆଇଭି ସଂକ୍ରମିତ ଏବଂ ଗର୍ଭଧାରଣ କରିଥିବା ଶିଶୁଙ୍କ ସଂଖ୍ୟା ବିଷୟରେ ସୂଚନା ଦେଇଥିଲେ । ଏହାପରେ ଜିଲାପାଳ ଚାଇଲ୍ଡ ହେଲ୍ପ ଲାଇନରେ ଆସିଥିବା ଫୋନ ତଥା ପଞ୍ଜୀକରଣ ହୋଇଥିବା ଅଭିଯୋଗ ବିଷୟରେ ପଚାରି ବୁଝିଥିଲେ ।

ସୂଚନାଯୋଗ୍ୟ, ଗତ ଦଶମ ପରୀକ୍ଷାରେ ଜିଲାର ସମୁଦାୟ ୧୭ହଜାର ୧୯୨ ଛାତ୍ରୀଛାତ୍ରଙ୍କ ମଧ୍ୟରୁ କେବଳ ୨୪୬ ଛାତ୍ରଛାତ୍ରୀ ଭିନ୍ନ ଭିନ୍ନ ବିଷୟରେ ପରୀକ୍ଷାରେ ଅନୁପସ୍ଥିତ ଥିଲେ। ଗତ ୨୦୨୪ ମସିହା ଏପ୍ରିଲ ମାସ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ସମୁଦାୟ ୯୭ଜଣ ୧୮ ବର୍ଷରୁ କମ ବାଳିକା ଗର୍ଭବତୀ ପଞ୍ଜୀକୃତ ହୋଇଛନ୍ତି । ସେହିଭଳି ୨୭ବାଲ୍ୟବିବାହ କେସ ପାଞ୍ଜିକୃତ ହୋଇ ସଫଳତାର ସହ ରୋକାଯାଇଛି । ଜିଲାର ୧୪୮ ଗ୍ରାମକୁ ବାଲ୍ୟବିବାହ ମୁକ୍ତ ଗ୍ରାମ ଭାବେ ଘଷଣା କରାଯାଇଛି । ଜିଲାରେ ବାଲ୍ୟ ବିବାହ ଦୂର କରିବା ପାଇଁ ରଣନୀତି ପ୍ରସ୍ତୁତ କରିବା ସହ ପ୍ରତି ତିନି ମାସରେ ଥରେ ଜିଲାର ପ୍ରତ୍ୟକ ଗ୍ରାମାଞ୍ଚଳରେ ଗଠିତ ହୋଇଥିବା କମିଟିର ବୈଠକ ଆୟୋଜନ କରି ଲୋକଙ୍କୁ ସଚେତନ କରିବା ପାଇଁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ସେହିପରି ବାଲ୍ୟ ବିବାହ ରୋକିବା ପାଇଁ ଆନ୍ତଃବିଭାଗୀୟ ସହଯୋଗକୁ ସୁଦୃଢ଼ କରିବା, ପରିବାର ତରଫରୁ ବାଲ୍ୟ ବିବାହ ବିରୁଦ୍ଧରେ କେସ ପଞ୍ଜୀକରଣ ପାଇଁ ସଚେତନତା ବୃଦ୍ଧି କରିବା ଏବଂ ପ୍ରଭାବଶାଳୀ ଆଇନ ପ୍ରବର୍ତ୍ତନ ସୁନିଶ୍ଚିତ କରିବା ସହିତ ଶିଶୁମାନଙ୍କୁ ସୁରକ୍ଷା ଦେବା ପାଇଁ ସମସ୍ତେ ଏକତ୍ର ହୋଇ କାମ କରିବାକୁ ଜିଲାପାଳ ପରାମର୍ଶ ଦେଇଥିଲେ। ଏତଦବ୍ୟତୀତ ସମସ୍ତ ଥାନାରେ ବିଚାରାଧିନ ପୋକ୍ସ କେସ୍‌ଗୁଡିକୁ ଶିଶୁ ସୁରକ୍ଷା ୟୁନିଟକୁ ନିୟମିତ ଭାବେ ଜଣାଇବା, ଆଶ୍ରମ ବିଦ୍ୟାଳୟ ଗୁଡିକରେ ଆରବିଏସକେ ଟିମ ନିୟମିତ ଭାବେ ପରିଦର୍ଶନ କରିବା, ଶିଶୁ ସୁରକ୍ଷା ୟୁନିଟ ଦାରା ର୍ନିଦ୍ଦିଷ୍ଟ ସମୟ ବ୍ୟବଧାନରେ ପୋକ୍ସ କେସ୍‌ଗୁଡିକୁ ଟ୍ରାକ କରିବା, ଶିଶୁ ଭିକ୍ଷୁକ ଓ ଶିଶୁ ଶ୍ରମିକ ରୋକିବା ନିମନ୍ତେ ଟାସ୍କ ଫୋର୍ସ ନିୟମିତ କାର୍ଯ୍ୟ କରିବା, ନାବାଳିକା ପ୍ରସୂତୀ କେସ୍‌ଗୁଡିକୁ ଟ୍ରାକ କରି ଯଥାଚିତ ସରକାରୀ ସାହାଯ୍ୟ ଯୋଗାଇ ଦେବା ପାଇଁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ ।

 


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱାସରେ ବିଷ: ୧୮ ଲକ୍ଷ ଟଙ୍କାର ଋଣ ଜାଲିଆତି, ମହିଳାଙ୍କୁ ବାନ୍ଧିଲା ତାରସିଂ ପୋଲିସ

ଭଞ୍ଜନଗର, ୧୯।୩ (ବାବୁଲା ପ୍ରଧାନ): ବିଶ୍ୱାସରେ ଦେଲେ ବିଷ । ସାଙ୍ଗସାଥୀ ଓ ପଡ଼ୋଶୀ ମହିଳାଙ୍କ ନାମରେ ବ୍ୟାଙ୍କରୁ ଚଞ୍ଚକତା କରି ଲକ୍ଷ ଲକ୍ଷ ଟଙ୍କା ଋଣ…

ପୁଣି ୮୮୦୦ ଶସ୍ତା ହେଲା ସୁନା,ରୂପା ବି ୨୫,୫୦୦ ଖସିଲା; ମୁଣ୍ଡରେ ହାତ ଦେଲେଣି ନିବେଶକ,ଆଗକୁ…

ନୂଆଦିଲ୍ଲୀ, ୧୯।୩: ଗୁରୁବାର ସାରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ଓ ରୁପା ଦରରେ ଜୋରଦାର ହ୍ରାସ ପରିଲକ୍ଷିତ ହୋଇଛି। ମଧ୍ୟ-ପ୍ରାଚ୍ୟରେ ଉତ୍ତେଜନା ଲାଗି…

ଦିଗପହଣ୍ଡିରେ ଦୁଇଦିନିଆ ଶିକ୍ଷଣ ସାମଗ୍ରୀ କର୍ମଶାଳା ଉଦଯାପିତ: ପ୍ରଭାବଶାଳୀ ଶିକ୍ଷାଦାନ ପାଇଁ…

ଦିଗପହଣ୍ଡି, ୧୯।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲ ପରିସରରେ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଦୁଇଦିନିଆ ଶିକ୍ଷଣ ସାମଗ୍ରୀ…

ଚଷାନିମଖଣ୍ଡି ସରକାରୀ ହାଇସ୍କୁଲର ବାର୍ଷିକୋତ୍ସବ: ମନ ଜିଣିଲା ନାଟକ ‘ଗୁରୁ ସାକ୍ଷାତ ପରଂବ୍ରହ୍ମ’

ଦିଗପହଣ୍ଡି, ୧୯।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଚଷାନିମଖଣ୍ଡି ଗ୍ରାମ ସରକାରୀ ହାଇସ୍କୁଲ ପରିସରରେ ବାର୍ଷିକୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର…

ଥୁଆମୂଳ ରାମପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖ ମରଣଯନ୍ତା: ଗଳା ଫାଶ ସାଜିଛି ‘ଲୁହା ଜାଲି’, ପ୍ରଶାସନ ନିଦାବିଷ୍ଣୁ

ଥୁଆମୂଳ ରାମପୁର, ୧୯।୩ (ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ମୁଖ୍ୟ ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ…

ବଜ୍ରପାତରେ ଜଳିଗଲା ନଡ଼ିଆ ଗଛ

ଢେଙ୍କିକୋଟ,୧୯ା୩(ନୀଳମଣି ମଣ୍ଡଳ): କେନ୍ଦୁଝର ଜିଲା ଢେଙ୍କିକୋଟଠାରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସାଙ୍ଗକୁ ବର୍ଷା ହୋଇଥିଲା। ବଜ୍ରପାତରେ ଢେଙ୍କିକୋଟ ବଜାରସ୍ଥିତ ରାମଚନ୍ଦ୍ର ସାହୁଙ୍କ ବାଡ଼ିରେ ଥିବା ନଡ଼ିଆ ଗଛ…

ସୁରେଶ ରେଡ୍ଡି ହେଲେ ଭାଜପା ଯୁବ ମୋର୍ଚ୍ଚାର ରାଜ୍ୟ ସଂଯୋଜକ: ଛତ୍ରପୁର ଅଞ୍ଚଳରେ ଉତ୍ସାହ

ଛତ୍ରପୁର, ୧୯।୩ (ଦିଲ୍ଲୀପ ସାମଲ): ଭାରତୀୟ ଜନତା ପାର୍ଟି (ଭାଜପା) ଯୁବ ମୋର୍ଚ୍ଚାର ସଂଗଠନକୁ ଅଧିକ ସୁଦୃଢ଼ କରିବା ପାଇଁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଛତ୍ରପୁରର…

ଅକାଳରେ ଚାଲିଗଲା ସିଆର୍‌ପିଏଫ୍‌ ଯବାନଙ୍କ ଜୀବନ: ରାୟଗଡ଼ା ଚତୁର୍ଥ ବାଟାଲିୟନରେ ଶୋକର ଛାୟା

ରାୟଗଡ଼ା, ୧୯।୩ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାରେ ମ୍ୟାଲେରିଆର ପ୍ରାଦୁର୍ଭାବ ଜଣେ କର୍ତ୍ତବ୍ୟରତ ସିଆରପିଏଫ (CRPF) ଯବାନଙ୍କ ଜୀବନ ନେଇଛି। ମୃତ ଯବାନ ଜଣକ ହେଉଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri