Posted inଫୁରସତ

ଭିଏଟ୍‌ନାମର ‘ଟାର୍ଜନ’

ଜଙ୍ଗଲୀ ଜନ୍ତୁଙ୍କ ମନର ପରିଭାଷାକୁ ପଢ଼ିପାରୁଥିବା ଏକ କାଳ୍ପନିକ ଚରିତ୍ର ‘ଟାର୍ଜନ’, ଯାହାକୁ ନେଇ ବିଭିନ୍ନ ଭାଷାରେ ନିର୍ମାଣ କରାଯାଇଛି ଏକାଧିକ ସିନେମା। ଏସବୁ ଚଳଚ୍ଚିତ୍ର ଦର୍ଶକଙ୍କ ମନରେ ଛାଡ଼ିଛି ସ୍ବତନ୍ତ୍ର ଛାପ। ହେଲେ ଭିଏଟ୍‌ନାମର ‘ହୋ ଭାନ୍‌ ଲାଙ୍ଗ୍‌’ଙ୍କ ଜୀବନଶୈଳୀ ‘ଟାର୍ଜନ’ଙ୍କଠାରୁ କୌଣସି ଗୁଣରେ କମ୍‌ ନୁହେଁ। ଘଞ୍ଚ ଜଙ୍ଗଲ ମଧ୍ୟରେ ଦୀର୍ଘ ୪୧ ବର୍ଷର ରହଣି ଭିତରେ ଜଙ୍ଗଲୀ ପରିବେଶରେ ନିଜକୁ ସମ୍ପୂର୍ଣ୍ଣ ଖାପଖୁଆଇ ସାରିଛନ୍ତି ଲାଙ୍ଗ୍‌। ଜଙ୍ଗଲର ହିଂସ୍ର ମାଂସାଶୀ ପ୍ରାଣୀ ଭଳି କଞ୍ଚା ମାଂସ ତାଙ୍କର ଅତି ପସନ୍ଦ।

ହାନୋଇ: ଭିଏଟ୍‌ନାମର ଘଞ୍ଚ ଜଙ୍ଗଲ ଭିତରେ ଦୀର୍ଘ ୪୧ ବର୍ଷ ବିତାଇଥିବା ‘ହୋ ଭାନ୍‌ ଲାଙ୍ଗ୍‌’ଙ୍କ ଜୀବନଶୈଳୀ ଯେତିକି ରୋଚକ, ସେତିକି ଆଶ୍ଚର୍ଯ୍ୟଜନକ ତାଙ୍କର ପ୍ରବୃତ୍ତି। ସମାଜଠାରୁ ଦୂରରେ ବାପା, ଭାଇଙ୍କ ସହିତ ସେ ଜଙ୍ଗଲରେ କାଟିଛନ୍ତି ଶୈଶବ, ବାଲ୍ୟାବସ୍ଥା ଏବଂ ଯୌବନ। ଜଙ୍ଗଲୀ ଫଳ, ମହୁ, ମାଂସକୁ ଆହାର ଭାବେ ଗ୍ରହଣ କରି ବନ୍ୟପ୍ରାଣୀଙ୍କ ସହ ବିତାଇଛନ୍ତି ସମୟ। ଏଭଳି ଜଣେ ଭିନ୍ନ ମଣିଷଙ୍କୁ ଠାବ କରାଯିବା ପରେ ଭିଏତ୍‌ନାମବାସୀଙ୍କ ଆଖିରେ ସେ ପାଲଟି ଯାଇଛନ୍ତି ସତସତିକା ଟାର୍ଜନ।
୧୯୭୨ରେ ଭିଏଟ୍‌ନାମ ଯୁଦ୍ଧରେ ହୋଇଥିବା ବୋମାବର୍ଷଣରେ ହୋ ଭାନ୍‌ ଲାଙ୍ଗ୍‌ ହରାଇଥିଲେ ନିଜର ମା’, ଭାଇ ଏବଂ ଉଭଣୀଙ୍କୁ । ହେଲେ ଏଥିରୁ ସୌଭାଗ୍ୟବଶତଃ ବର୍ତ୍ତିଯାଇଥିଲେ ଲାଙ୍ଗ୍‌, ତାଙ୍କ ବାପା ଏବଂ ଭାଇ। ଜୀବନ ବିକଳରେ ୩ଜଣ ଟେ-ଟ୍ରାର ଘଞ୍ଚ ଜଙ୍ଗଲକୁ ପଳାୟନ କଲେ ଏବଂ ସେଠାରେ ରହିବା ଆରମ୍ଭ କଲେ। ଦୀର୍ଘ ୪୧ ବର୍ଷ ଭିତରେ ବନ୍ୟଜନ୍ତୁଙ୍କଠାରୁ ନିଜକୁ ସୁରକ୍ଷିତ ରଖିବା ସହିତ ଜଙ୍ଗଲରୁ ହିଁ ଦୈନନ୍ଦିନ ଜୀବନଯାପନ ପାଇଁ ଆବଶ୍ୟକ ସାମଗ୍ରୀ ପ୍ରସ୍ତୁତ କରିଥିଲେ।
୨୦୧୩ରେ ‘ହୋ ଭାନ୍‌ ଲାଙ୍ଗ୍‌’ଙ୍କୁ ଜଙ୍ଗଲରୁ ଠାବ କରାଯାଇଥିଲା। ସେତେବେଳେ ଯଦିଓ ସେ ବଡ଼ ହୋଇସାରିଥିଲେ, ତଥାପି ପୃଥିବୀରେ ତାଙ୍କ ବ୍ୟତୀତ ଅନ୍ୟ କେହି ମଣିଷ ଅଛନ୍ତି ବୋଲି ତାଙ୍କୁ ଜଣା ନ ଥିଲା। କେବଳ ଜୀବଜନ୍ତୁ ଏବଂ ତାଙ୍କ ପରିବାର ଭିତରେ ଏ ବିଶାଳକାୟ ପୃଥିବୀ ସୀମିତ ବୋଲି ଧାରଣା ଥିଲା। ପରେ ବହୁ ପ୍ରୟାସ ସତ୍ତ୍ୱେ ତାଙ୍କୁ ଜଙ୍ଗଲରୁ ଉଦ୍ଧାର କରି ଏକ ଗ୍ରାମରେ ଥଇଥାନ କରାଯାଇଥିଲା। ଉକ୍ତ ଗ୍ରାମରେ ୮ ବର୍ଷର ରହଣି କାଳରେ ତାଙ୍କ ଚାଲିଚଳଣିରେ ସାମାନ୍ୟ ପରିବର୍ତ୍ତନ ଆସିଲାଣି। ୨୦୧୫ରେ ଆଲଭାରୋ ସେରେଜୋ ନାମକ ଜଣେ ବ୍ୟକ୍ତି ଉକ୍ତ ଅଞ୍ଚଳ ଗସ୍ତ କରିବା ସମୟରେ ଲାଙ୍ଗ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ବିଷୟରେ ଜାଣିବାକୁ ପାଇଥିଲେ। ଏହାପରେ ଭିଏଟ୍‌ନାମର ଟାର୍ଜନଙ୍କ ବିଷୟରେ ଗଣମାଧ୍ୟମରେ ବିସ୍ତୃତ ତଥ୍ୟ ପ୍ରଚାରିତ ହୋଇଥିଲା।
ସାମାଜିକ ସ୍ରୋତରୁ ଦୀର୍ଘବର୍ଷ ଧରି ଦୂରରେ ରହିବା ଭିତରେ ଲାଙ୍ଗ୍‌ଙ୍କ ମସ୍ତିଷ୍କର ବିକାଶ ହୋଇପାରିନାହିଁ। ତାଙ୍କ ବ୍ୟବହାର ଛୋଟ ପିଲା ଭଳି। ଆଜି ବି ସେ ଜଣେ ଅବୋଧ ଶିଶୁ ଭଳି ବ୍ୟବହାର କରୁଛନ୍ତି। ଠିକ୍‌ ଭାବେ କଥା କହିପାରୁନାହାନ୍ତି। ଠାରରେ ଭାବ ବିନିମୟ କରିବାକୁ ପସନ୍ଦ କରୁଛନ୍ତି। ଏପରି କି ଦାମ୍ପତ୍ୟ ଜୀବନ ବିଷୟରେ ତାଙ୍କର କୌଣସି ଧାରଣା ନାହିଁ। ଭାଇଙ୍କ ନିର୍ଦ୍ଦେଶରେ ସେ ଅତ୍ୟଧିକ ପ୍ରତିକ୍ରିୟାଶୀଳ ହୋଇଉଠୁଛନ୍ତି। ଆଖି ସାମ୍ନାରେ ଥିବା ଲୋକଙ୍କୁ ଅତର୍କିତ ଆକ୍ରମଣ କରୁଛନ୍ତି। ତାଙ୍କ ବାପାଙ୍କ ମାନସିକ ସ୍ବାସ୍ଥ୍ୟ ବିଗିଡ଼ିଯାଇଛି। ଏବେ ବି ସେ ଅତୀତରେ ବଞ୍ଚତ୍ଛନ୍ତି। ଭିଏଟ୍‌ନାମ ଯୁଦ୍ଧ ଏବେ ବି ଶେଷ ହୋଇ ନ ଥିବା ତାଙ୍କର ଧାରଣା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?