ତରୁଣ ଖୁଲ୍‌ବେ ଜେଏସ୍‌ଏଲ୍‌ର ନୂଆ ସିଇଓ

ଯାଜପୁର,୨୩।୧ (ହର୍ଷବର୍ଦ୍ଧନ ବେହେରା): ଜିନ୍ଦଲ ଷ୍ଟେନ୍‌ଲେସ ଲିମିଟେଡ (ଜେଏସ୍‌ଏଲ୍‌)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ କମ୍ପାନୀର ବରିଷ୍ଠ ଅଧିକାରୀ ତରୁଣ ଖୁଲ୍‌ବେଙ୍କୁ ନିଯୁକ୍ତି ଦିଆଯାଇଛି। ବିଶେଷକରି କମ୍ପାନୀର ନିର୍ଦ୍ଦେଶକ ମଣ୍ଡଳୀ ଖୁଲ୍‌ବେଙ୍କର ସିଇଓ ଏବଂ ସମ୍ପୂର୍ଣ୍ଣ ଅବଧି ନିର୍ଦ୍ଦେଶକର ପଦୋନ୍ନତିକୁ ଅନୁମୋଦନ କରିଛନ୍ତି। ଏପରିକି ଗତ ସପ୍ତାହରେ ଅନୁଷ୍ଠିତ ହୋଇଥିବା ନିର୍ଦ୍ଦେଶକମଣ୍ଡଳୀ ବୈଠକରେ ବୃତ୍ତିଗତ ଭାବେ ପରିଚାଳିତ ତଥା ଏକୀକୃତ ସଂଗଠନ ଗଠନ କରିବାର ଆଭିମୁଖ୍ୟରେ ବୋର୍ଡ ଉକ୍ତ ନିଷ୍ପତ୍ତି ଗ୍ରହଣ କରିଛି। ସେହିଭଳି ବୋର୍ଡ ଖୁଲ୍‌ବେଙ୍କ ଅତୁଳନୀୟ ନେତୃତ୍ୱ ଦକ୍ଷତା, ରଣନୀତିକ ଦୃଷ୍ଟିକୋଣ ଏବଂ କମ୍ପାନୀର ମୂଳ ମୂଲ୍ୟ ପ୍ରତି ଉତ୍ସର୍ଗୀକୃତ ମନୋଭାବକୁ ସ୍ବୀକୃତି ଦେଇଛି। କମ୍ପାନୀ ପରବର୍ତ୍ତୀ ପର୍ଯ୍ୟାୟର ଅଭିବୃଦ୍ଧି ଏବଂ ବିସ୍ତାରରେ ପ୍ରବେଶ କରିବାକୁ ଯାଉଛି, ଯାହା ପରିଚାଳନା ନିର୍ଦ୍ଦେଶକ ଅଭ୍ୟୁଦୟ ଜିନ୍ଦଲଙ୍କ ରଣନୀତିକ ଦୃଷ୍ଟିକୋଣର ବର୍ଦ୍ଧିତ ଯୋଗଦାନକୁ ଆବଶ୍ୟକ କରିଥାଏ। ୨୦୧୮ ମେ ଠାରୁ ଖୁଲ୍‌ବେ କମ୍ପାନୀର ସମ୍ପୂର୍ଣ୍ଣ ଅବଧି ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଆସୁଛନ୍ତି ଓ କର୍ପୋରେଟ୍‌ ବ୍ୟାପାର, ବିକ୍ରୟ ଏବଂ ମାର୍କେଟିଂ, ରଣନୀତିକ ପଦକ୍ଷେପ ସହ ସବସିଡିଆରି କମ୍ପାନୀଗୁଡ଼ିକ ପାଇଁ ମଧ୍ୟ ସେ ବେଶ୍‌ ଜଣାଶୁଣା ହୋଇଥିଲାବେଳେ ସିଇଓ ବ୍ୟତୀତ ସେ ଉପରୋକ୍ତ ପଦବୀରେ ମଧ୍ୟ ରହିବେ। ସେହିପରି ପ୍ରାୟ ୩୫ବର୍ଷର ଅଭିଜ୍ଞ ଖୁଲ୍‌ବେ ବ୍ୟବସାୟ ବିସ୍ତାର ଏବଂ ଜେଏସ୍‌ଏଲ୍‌ର ଲାଭଜନକ ଅଭିବୃଦ୍ଧିରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଏପରିକି ଜେଏସ୍‌ଏଲ୍‌ରେ ତାଙ୍କର ପ୍ରାୟ ୨୦ବର୍ଷର କାର୍ଯ୍ୟକାଳ ମଧ୍ୟରେ ସେ ଅପରେଶନ୍‌, ବ୍ୟବସାୟ ବିକାଶ, ଯୋଗାଣ ଶୃଙ୍ଖଳା ପରିଚାଳନା ଏବଂ ଆଇଟି ସାମର୍ଥ୍ୟର ସମସ୍ତ କ୍ଷେତ୍ରରେ ୩୬୦-ଡିଗ୍ରୀ ଅଭିଜ୍ଞତା ହାସଲ କରିଛନ୍ତି। ଏ ସମ୍ପର୍କରେ ଜିନ୍ଦଲ ଷ୍ଟେନ୍‌ଲେସର ପରିଚାଳନା ନିର୍ଦ୍ଦେଶକ ଅଭ୍ୟୁଦୟ ଜିନ୍ଦଲ କହିଛନ୍ତି, ଖୁଲ୍‌ବେ ସିଇଓ ପଦ ପାଇଁ ଉପଯୁକ୍ତ ପସନ୍ଦ ହୋଇଥିବାବେଳେ ଦୀର୍ଘକାଳୀନ ବ୍ୟବସାୟ ରଣନୀତି ପ୍ରସ୍ତୁତ କରିବା ସହିତ କାର୍ଯ୍ୟ ଏବଂ ବିକ୍ରୟର ସମସ୍ତ ଦିଗକୁ ସୁଦୃଢ କରିବାରେ ତାଙ୍କର ଅଭିଜ୍ଞତା ବେଶ୍‌ ପ୍ରଶଂସନୀୟ ରହିଛି। ସେହିଭଳି ତରୁଣ ଖୁଲ୍‌ବେ କହିଛନ୍ତି, ଏଭଳି ଏକ ସମ୍ମାନଜନକ ସଙ୍ଗଠନର ନେତୃତ୍ୱ ନେବାକୁ ସକ୍ଷମ ହେବା ଗର୍ବର ବିଷୟ ହୋଇଥିବାବେଳେ ଏଠାରେ ମୋର ଗତ ଦୁଇ ଦଶନ୍ଧିର ଯାତ୍ରା ପ୍ରେରଣାଦାୟକ ଏବଂ ସମୃଦ୍ଧ ରହିଛି। ଉଲ୍ଲେଖଯୋଗ୍ୟ, ୨୦୦୪ ଅକ୍ଟୋବରରେ ହରିୟାଣାର ହିସାରଠାରେ ଥିବା କମ୍ପାନୀର କୋଲ୍ଡ ରୋଲିଂ ମିଲ୍‌ ପାଇଁ ଖୁଲ୍‌ବେ ଜେନେରାଲ୍‌ ମ୍ୟାନେଜର ଭାବେ ଯୋଗ ଦେଇଥିଲେ। ଖୁଲ୍‌ବେ ଏମ୍‌ଆଇଟିଏସ୍‌ ଗ୍ବାଲିୟରର ଇଞ୍ଜିନିୟରିଂ ସ୍ନାତକ ଏବଂ ମୁମ୍ବାଇର ଯମୁନାଲାଲ ବଜାଜ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମ୍ୟାନେଜମେଣ୍ଟ ଷ୍ଟଡିଜରୁ ଏମ୍‌ବିଏ ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?