ଖୋଲିଲା ତାରାତାରିଣୀ ମନ୍ଦିରର ଦାନହୁଣ୍ଡି: ଜାଣନ୍ତୁ କେତେ କ’ଣ ମିଳିଲା

ପୁରୁଷୋତ୍ତମପୁର,୭।୨(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀ ମନ୍ଦିର ଦାନହୁଣ୍ଡି ଶନିବାର ଖୋଲିଛି। ମନ୍ଦିର ନିର୍ବାହୀ ଅଧିକାରୀ ତଥା ପୁରୁଷୋତ୍ତମପୁର ତହସିଲଦାର ବିନୋଦକୁମାର ବେହେରାଙ୍କ ତତ୍ୱାବଧାନରେ ମନ୍ଦିର ପରିଚାଳନା କମିଟି, ଜିଲା ପ୍ରଶାସନ ପୋଲିସ ଓ ସେବାୟତଙ୍କ ଉପସ୍ଥିତରେ ଖୋଲାଯାଇଛି। ଚାରି ମାସ ପରେ ମନ୍ଦିରର ହୁଣ୍ଡି ଖୋଲାଯାଇଥିବା ବେଳେ ସେଥିମଧ୍ୟରୁ ଟଙ୍କା , ସୁନା , ରୁପା ଓ ବିଦେଶୀ ଟଙ୍କା ମଧ୍ୟ ବାହାରିଛି। ଏପରିକି କାନାଡ଼ାର ଡଲାର କିଛି ମଧ୍ୟ ମିଳିଛି । ହୁଣ୍ଡିରୁ ବାହାରିଥିବା ଟଙ୍କାକୁ ପୁରୁଷୋତ୍ତମପୁର ତହସିଲ କାର୍ଯ୍ୟାଳୟର କର୍ମଚାରୀଙ୍କ ଦ୍ୱାରା ଗଣତି ଚାଲୁ ରହିଛି।

Dharitri – Odisha’s No.1 Odia Daily

ନାଣ୍ଡୁଙ୍କ ନାଁରେ ସାଂ