ଭୁବନେଶ୍ୱର,୨୦ା୨: ସାରା ଦେଶରେ ଚର୍ଚ୍ଚାରେ ରହିଥିବା KIITକୁ ନେଇ ଏବେ କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ତାରା ପ୍ରସାଦ ବାହିନୀପତି ବିସ୍ଫୋରକ ବୟାନ ଦେଇଛନ୍ତି। ତାରା କହିଛନ୍ତି, କିଟ୍ରେ ବହୁ ଆଇଏଏସ୍ ଏବଂ ଆଇପିଏସ୍ଙ୍କ ସ୍ତ୍ରୀ କାର୍ଯ୍ୟରତ ଅଛନ୍ତି। କିଟ୍ ଗୋଟିଏ ଇସ୍ୟୁ। ଲୋକଙ୍କ ଅନ୍ତରାତ୍ମା କାନ୍ଦୁଛି। ଓଡ଼ିଶାର ସ୍ବାଭିମାନ ଆଗ। କାହିଁକି କାହାକୁ ଏପର୍ଯ୍ୟନ୍ତ ଗିରଫ କରାଯାଇନାହିଁ ବୋଲି ତାରା ପ୍ରଶ୍ନ କରିଛନ୍ତି।
ଅନ୍ୟପକ୍ଷରେ କିଟ୍ ଛାତ୍ରୀଛାତ୍ରଙ୍କୁ ଦୁର୍ବ୍ୟବହାର ନେଇ ବୈଷୟିକ ମନ୍ତ୍ରୀ ସମ୍ପଦ ସ୍ବାଇଁ ଉଦ୍ବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ପିଲାଙ୍କୁ ଦୁର୍ବ୍ୟବହାର ଅତି ନିନ୍ଦନୀୟ, କିଟ୍ ମନମାନୀ ଆଦୌ ଗ୍ରହଣୀୟ ନୁହେଁ। ଏଥିପାଇଁ ଉଚ୍ଚସ୍ତରୀୟ କମିଟି ତଦନ୍ତ ଗଠନ କରାଯାଇ ତଦନ୍ତ କରାଯାଉଛି। ସରକାର କିଟ୍ରେ ଛାତ୍ର୍ରୀ ମୃତ୍ୟୁ ଘଟଣାକୁ ଗୁରୁତର ସହ ନେଇଛନ୍ତି। ନିଶ୍ଚିତ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।