ରାତିପାହିଲେ ତାରାତାରିଣିଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା

ପୁରୁଷୋତ୍ତମପୁର,୧୩ା୩(ଡି.ଏନ.ଏ.): ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ମଙ୍ଗଳାରଠାରୁ ଆରମ୍ଭ ହେବ। ଚୈତ୍ର ମାସରେ ପଡ଼ୁଥିବା ୪ଟି ମଙ୍ଗଳବାରରେ ମା’ଙ୍କ ସ୍ବତନ୍ତ୍ର ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯିବ। ଏହି ମଙ୍ଗଳବାର ମାନଙ୍କରେ ମା’ଙ୍କ ପୀଠରେ ମୁଣ୍ଡନ କରିବା ସହ ଦର୍ଶନ କରିବା ନିମନ୍ତେ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ଭିଡ଼ ଲାଗିବ। କିଭଳି ଭକ୍ତମାନେ ଶାନ୍ତିଶୃଙ୍ଖଳାର ସହ ମା’ଙ୍କୁ ଦର୍ଶନ କରିପାରିବେ ସେ ନେଇ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି। ସୋମବାର ସନ୍ଧ୍ୟାରେ ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଏସପି ଜଗମୋହନ ମିନା, ପିଡି ଭି ର୍କିତ୍ତିଭାସନ, ଛତ୍ରପୁର ଉପଜିଲାପାଳ ପ୍ରସନ୍ନ କୁମାର ପାତ୍ର, ଡିଆଇପିଆରଓ ରବିନାରାୟଣ ବେହେରା, ପୁରୁଷୋତ୍ତମପୁର ଏସ୍‌ଡିପିଓ ରଜନୀକାନ୍ତ ସାମଲ ଓ ଆଇଆଇସି ପ୍ରିୟୁସ ରଞ୍ଜନ ଛୋଟରାୟ, ବିଡିଓ ବିଜୟ କୁମାର ବେହେରା, ତହସିଲଦାର ସନ୍ତୋଷ କୁମାର ସାହୁ ପ୍ରମୁଖ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହି ତଦାରଖ କରିଛନ୍ତି।
ଏହାସହିତ ମାନସିକଧାରୀମାନେ କିପରି ଶୃଙ୍ଖଳିତ ଭାବେ ମୁଣ୍ଡନ କରିବେ ସେ ନେଇ ତିନି ଗୋଟି ମୁଣ୍ଡନ ଶାଳା ନିର୍ମାଣ କରାଯାଇଛି। ଏଥିରେ ୫୫୦ ଜଣ ବାରିକଙ୍କୁ ନିୟୋଜିତ କରାଯାଇଛି। ସେହିପରି ପାହାଡ ଉପର ମନ୍ଦିରକୁ ଯିବା ଆସିବା ନିମନ୍ତେ ରୋପୱେ, ପାହାଚ ଓ ବସ୍‌ ମଧ୍ୟ ବ୍ୟବସ୍ଥା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ପାଇଁ ଗୌରବ ଆଣିଲେ ରଞ୍ଜନା: ଥାଇଲାଣ୍ଡରୁ ରୌପ୍ୟ ପଦକ ପାଇ…

ପୁରୁଷୋତ୍ତମପୁର,୨୦।୧୨ (ସବିତା ମିଶ୍ର): ଥାଇଲାଣ୍ଡରେ ଚାଲିଥିବା ଅନ୍ତର୍ଜାତୀୟ ପାରା ଆଥ୍ଲେଟିକ ପ୍ରତିଯୋଗିତାରେ ଗଞ୍ଜାମ ଜଲା ପୁରୁଷୋତ୍ତମପୁର ବ୍ଳକ କୁଶପୁର ଗ୍ରାମର ରଞ୍ଜନା ନାୟକ ଦୁଇଗୋଟି ରୌପ୍ୟ...

ମିନି ଟ୍ରାକ୍ଟର ଚଲାଇଲେ ବିଧାୟକ: କହିଲେ କୃଷକ ଦେଶର ମେରୁଦଣ୍ଡ 

ଭଞ୍ଜନଗର,୨୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡିଆରେ ତିନିଦିନ ଧରି ଚାଲିଥିବା ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଶନିବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ...

ମଦନମୋହନପୁରରେ ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଅନାବରଣ

ଦିଗପହଣ୍ଡି,୨୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସ୍ଥିତ ମଦନମୋହନପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶନିବାର ପଣ୍ଡିତ ଗୋପବନ୍ଧୁ...

ଦିବ୍ୟ ପବ୍ଲିକ ସ୍କୁଲର ବାର୍ଷିକ କ୍ରୀଡ଼ା ଉଦଯାପିତ: ଶ୍ରେଷ୍ଠ କ୍ରୀଡ଼ାବିତଙ୍କୁ ପୁରସ୍କୃତ କଲେ ମୁଖ୍ୟ ଅତିଥି

ଦିଗପହଣ୍ଡି,୨୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଦିବ୍ୟ ପବ୍ଲିକ ସ୍କୁଲ ପରିସରରେ ତିନି ଦିନ ଧରି ଚାଲିଥିବା ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଶନିବାର...

ପଦ୍ମନାଭପୁର ଶିଶୁ ମନ୍ଦିରର ରୌପ୍ୟ ଜୟନ୍ତୀ ସମାରୋହ ଉଦଘାଟିତ

ଦିଗପହଣ୍ଡି,୨୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ‘ଶ୍ରୀଧାମ’ ଆବାସିକ ବିଦ୍ୟାଳୟର ୨୫ତମ ପ୍ରତିଷ୍ଠା ଦିବସ ଅବସରରେ...

ମିନି ଟ୍ରାକ୍ଟର ଚଲାଇଲେ ବିଧାୟକ: କହିଲେ କୃଷକ ଦେଶର ମେରୁଦଣ୍ଡ 

ଭଞ୍ଜନଗର,୨୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡିଆରେ ତିନିଦିନ ଧରି ଚାଲିଥିବା ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଶନିବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ...

୮ ବର୍ଷ ପରେ କେନ୍ଦ୍ରୀୟ ବିଦ୍ୟାଳୟ ପାଳିଲା ବାର୍ଷିକ ଉତ୍ସବ : ଉପ ଜିଲାପାଳ କହିଲେ…

ଭଞ୍ଜନଗର,୨୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ଦୀର୍ଘ ୮ ବର୍ଷ ପରେ ଶନିବାର ସନ୍ଧ୍ୟାରେ ତ ବାର୍ଷିକ ଉତ୍ସବ ପାଳନ କରିଛି। ୨୦୧୭...

ପ୍ରସିଦ୍ଧ ଗୁପ୍ତେଶ୍ୱର ମନ୍ଦିରରୁ ବାହାରିଲା ୧୧ ଫୁଟ୍‌ର ଅହିରାଜ ସାପ, କରୁଥିଲା ଭୟଙ୍କର ଗର୍ଜନ

ଦିଗପହଣ୍ଡି,୨୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ଅଞ୍ଚଳରେ ଥିବା ପ୍ରସିଦ୍ଧ ଗୁପ୍ତେଶ୍ୱର ମନ୍ଦିରରୁ ଶନିବାର ଏକ ୧୧ ଫୁଟ୍ ଲମ୍ବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri