ରାସ୍ତାରେ ଓଲଟି ପଡ଼ିଲା ଟ୍ୟାଙ୍କର, ଗାଡ଼ି ଭିତରୁ…

ଆନନ୍ଦପୁର,୨୩ା୧(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ୨୦ ନମ୍ବର ରାଜପଥ କୋଳିମାଟି ନିକଟରେ ଶୁକ୍ରବାର ଏକ ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି। କେନ୍ଦୁଝରରୁ ବାଲେଶ୍ୱର ଯାଉଥିବା ଏହି ଟ୍ୟାଙ୍କରଟି କୋଳିମାଟି ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିବାବେଳେ ଡ୍ରାଇଭରଙ୍କୁ ସ୍ଥାନୀୟ ଲୋକେ ଗାଡ଼ି ଭିତରୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ନେଇଯାଇଥିଲେ। ସେହି ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ନେଇ ସ୍ଥାନୀୟ ଲୋକେ କହୁଥିବା ବେଳେ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସ୍ଥାନୀୟ ଲୋକେ କହିଛନ୍ତି।

Dharitri –Odisha’s No.1 Trusted Odia Daily