ତନିସ୍କର ନୂଆ ‘ସୁନା ବଦଳ ନୀତି’ ପ୍ରଚଳନ

ଭୁବନେଶ୍ୱର,୧୫।୬ (ଅଭୟ ଦାଶ): ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ତନିସ୍କ ପକ୍ଷରୁ ଏକ ଅଭିନବ ପଦକ୍ଷେପ ତଥା ସୁବିଧା ‘ସୁନା ବଦଳ ନୀତି’ର ପ୍ରଚଳନ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ସୁନାର ବର୍ଦ୍ଧିତ ଦର ମଧ୍ୟରେ ତନିସ୍କ ତା’ର ନୂଆ ‘ସୁନା ବଦଳ ନୀତି’ ପ୍ର୍ରଚଳନ କରିଛି। ବିଶେଷକରି ଅସ୍ଥିର ଦର ମଧ୍ୟରେ ଗ୍ରାହକଙ୍କ ବର୍ଦ୍ଧିତ ଆବଶ୍ୟକତା ପୂରଣ କରିବା ହେଉଛି ଏହାର ମୂଳ ଲକ୍ଷ୍ୟ। ସେହିଭଳି ଗ୍ରାହକଙ୍କୁ ସେମାନଙ୍କ ସୁନାର ସର୍ବୋତ୍ତମ ମୂଲ୍ୟ ପ୍ରଦାନ କରିବା ସହ ଉକ୍ତ ନୀତି ସେମାନଙ୍କୁ ବେଶ୍‌ ସହାୟକ ଓ ପୁରୁଣା ସୁନାକୁ ଅପ୍‌ଗ୍ରେଡ୍‌ କରିବାର ସୁଯୋଗ ଦେଉଛି। ଫଳରେ ସେମାନେ ତନିସ୍କର ନୂଆ ତଥା ଅତ୍ୟାଧୁନିକ ଡିଜାଇନ ପାଇପାରିବେ। ବର୍ତ୍ତମାନ ତନିସ୍କରେ ସୁନା ବଦଳ ୧,୦୦,୦୦୦ କିଲୋଗ୍ରାମର ମାଇଲଖୁଣ୍ଟ ଛୁଇଁବା ପରିପ୍ରେକ୍ଷୀରେ ଏହି ସୁନା ବଦଳ ନୀତି ଘୋଷଣା କରାଯାଇଛି। ଏପରିକି ୧୦୦ ଟନ୍‌ ସୁନା ବଦଳ ମାଧ୍ୟମରେ ୨୦ ଲକ୍ଷ ଗ୍ରାହକ ତନିସ୍କ ଉପରେ ସେମାନଙ୍କ ଭରସା ଦେଖାଇଛନ୍ତି ଏବଂ ଏକ୍ସଚେଞ୍ଜ ପାଇଁ ତନିସ୍କକୁ ବାଛିଛନ୍ତି। ସୁନା ଦରରେ ବୃଦ୍ଧି ଧାରା ଜାରି ରହିଥିବାବେଳେ ଗ୍ରାହକ ସେମାନଙ୍କର ପୁରୁଣା ସୁନାର ମୂଲ୍ୟ ବଢ଼ାଇବା ପାଇଁ ବିଭିନ୍ନ ପ୍ରକାର ପନ୍ଥା ଆପଣାଉଛନ୍ତି। ଏହାକୁ ବଦଳାଇ ଆଧୁନିକ ଡିଜାଇନ ଗହଣା ନେଉଛନ୍ତି। ଏପରିକି ପ୍ରତି ୨୦ କ୍ୟାରେଟ୍‌ ଏବଂ ତଦ୍ଦୂର୍ଦ୍ଧ୍ୱ ମାନର ପୁରୁଣା ସୁନା ବଦଳ ଉପରେ ତନିସ୍କ ୧୦୦% ମୂଲ୍ୟ ପ୍ରଦାନ କରୁଛି। ଏହାର ସୁନା ବଦଳ ପ୍ରୋଗ୍ରାମ ଭରସା, ସ୍ବଚ୍ଛତା ଏବଂ ଗ୍ରାହକଙ୍କ ପାଇଁ ଅଦ୍ୱିତୀୟ ମୂଲ୍ୟ ପ୍ରଦାନକୁ ସୂଚାଉଛି। ଏହି ନୂଆ ବଦଳ ନୀତି ଦେଶରେ ଥିବା ସମସ୍ତ ତନିସ୍କ ଷ୍ଟୋରରେ ବୈଧ। ଲୋକମାନେ ବିବାହ ଋତୁ ଏବଂ ଅନ୍ୟାନ୍ୟ ଅବସର ପାଇଁ ସୁନା କିଣିବାକୁ ଯୋଜନା କରୁଥିବାବେଳେ ଏହି ବଦଳ ନୀତିକୁ ତନିସ୍କ ପ୍ରଚଳନ କରିଛି।
ଏ ସମ୍ପର୍କର ଟାଇଟନ କମ୍ପାନୀ ଲିମିଟେଡ୍‌ର ଗହଣା ଡିଭିଜନ ସିଇଓ ଅଜୟ ଚାୱଲା କହିଛନ୍ତି, ଦେଶବ୍ୟାପୀ ୨୦ଲକ୍ଷ ଗ୍ରାହକଙ୍କ ଦ୍ୱାରା ୧୦୦ଟନ୍‌ ସୁନା ବଦଳର ଏହି ସେଲିବ୍ରେଶନ ବର୍ଷ ବର୍ଷ ଧରି ଆମ ଉପରେ ରହିଥିବା ଗ୍ରାହକଙ୍କ ଭରସା ଏବଂ ବିଶ୍ବାସର ସଙ୍କେତ। ବର୍ତ୍ତମାନ ସୁନାର ବର୍ଦ୍ଧିତ ଦରକୁ ଦେଖିଲେ ଗ୍ରାହକଙ୍କ ପାଇଁ ଏହାର ବଦଳ ଏକ ଭଲ ନିଷ୍ପତ୍ତି। ଲକରରେ ସୁନାକୁ ପକାଇ ରଖିବା ଅପେକ୍ଷା ଏହାକୁ ବଦଳ କରିବା ଉତ୍ତମ। ଏହି ପ୍ରୋଗ୍ରାମରେ ସାମିଲହେବାକୁ ସମସ୍ତଙ୍କୁ ଆହ୍ବାନ। ଯେକୌଣସି ଗହଣା ଦୋକାନରୁ କିଣାଯାଇଥିବା ସୁନା ମଧ୍ୟ ତନିସ୍କ ଗ୍ରହଣ କରୁଛି। ଗ୍ରାହକ ନିଜ ସୁବିଧା ଅନୁସାରେ ଏହାକୁ ଦେଶରେ ଥିବା ଯେକୌଣସି ତନିସ୍କ ଷ୍ଟୋରରେ ବଦଳ କରିପାରିବେ। ଏହି ଏକ୍ସଚେଞ୍ଜ ପ୍ରୋଗ୍ରାମ ବିଶାଳ ରେଞ୍ଜ ଗହଣା ଯେପରି ଗୋଲ୍‌ଡ ପ୍ଲେନ୍‌, ଗ୍ଲାସ୍‌ କୁନ୍ଦନ, କୁନ୍ଦନ ପୋଲ୍‌କୀ, ଓପନ୍‌ ପୋଲ୍‌କୀ, ପିଜେଡବ୍ଲ୍ୟୁଏସ୍‌, କଲର ଷ୍ଟୋନ୍‌ ଆଦିରେ ଉପଲବ୍ଧ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?