ତନିସ୍କର ସ୍ବତନ୍ତ୍ର ଅଭିଯାନ

ଭୁବନେଶ୍ୱର,୧୨।୧୨: ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ଟାଟା ଗ୍ରୁପ୍‌ର ସହଯୋଗୀ ସଂସ୍ଥା ତନିସ୍କ ପକ୍ଷରୁ ନିକଟରେ ଏକ ସ୍ବତନ୍ତ୍ର ଅଭିଯାନ ‘ଗୋଲ୍‌ଡ ଏକ୍ସଚେଞ୍ଜ ପଲିସି’ର ଶୁଭାରମ୍ଭ କରାଯାଇଛି। ବିଶେଷକରି ଚଳିତ ବର୍ଷର ବିବାହଋତୁରେ ତନିସ୍କର ନୂତନ ‘ଗୋଲ୍‌ଡ ଏକ୍ସଚେଞ୍ଜ ପଲିସି’ ଆଜିର ପରିବର୍ତ୍ତିତ ବଜାରରେ ବଧୂମାନଙ୍କ ପାଇଁ ଭରସା, ସ୍ବଚ୍ଛତା ଏବଂ ଅଦ୍ୱିତୀୟ ମୂଲ୍ୟର ପ୍ରତିବଦ୍ଧତାକୁ ପୁନଃ ନିଶ୍ଚିତ କରିଛି। ଏପରିକି ପ୍ରତି ଘଣ୍ଟାରେ ୧୦୦ ରୁ ଅଧିକ ଗ୍ରାହକ ତନିସ୍କର ‘ଗୋଲ୍‌ଡ ଏକ୍ସଚେଞ୍ଜ କାର୍ଯ୍ୟକ୍ରମରେ ଯୋଡ଼ିହେଉଛନ୍ତି। ସେହିଭଳି ଆଗାମୀ ବିବାହ ମାସଗୁଡ଼ିକରେ ୩୫ଲକ୍ଷରୁ ଅଧିକ ବିବାହ ହେବାକୁ ଯାଉଥିବାବେଳେ ତନିସ୍କର ‘ଗୋଲ୍‌ଡ ଏକ୍ସଚେଞ୍ଜ ପ୍ରୋଗ୍ରାମ’ ଗ୍ରାହକଙ୍କୁ ସେମାନଙ୍କ ପୁରୁଣା ସୁନାର ସର୍ବୋତ୍ତମ ମୂଲ୍ୟ ଦେବା ପାଇଁ ପ୍ରତିଶ୍ରୁତି ଦେଉଛି। ଅପରପକ୍ଷରେ କମ୍ପାନୀର ନୂତନ ସୁନା ବଦଳ ନୀତି ଦ୍ୱାରା ଗ୍ରାହକମାନେ ସେମାନଙ୍କର ପୁରୁଣା ସୁନା ବଦଳାଇ ତନିସ୍କର ସୂକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ନୂଆ ସୁନାଗହଣାକୁ ଅପ୍‌ଗ୍ରେଡ୍‌ ହୋଇପାରିବେ। ବିଶେଷକରି ଦେଶର ଯେକୌଣସି ପ୍ରାନ୍ତ ଓ ଗହଣା ଷ୍ଟୋରରୁ କିଣାଯାଇଥିବା ୨୨ କ୍ୟାରେଟ୍‌ ଏବଂ ତଦ୍ଦୂଦ୍ଧ୍ୱର୍ର୍ କ୍ୟାରେଟ୍‌ଯୁକ୍ତ ପୁରୁଣା ସୁନାର ୧୦୦% ବଦଳ ମୂଲ୍ୟ ମଧ୍ୟ ଗ୍ରାହକମାନେ ପାଇପାରିବେ। ଏ ସମ୍ପର୍କରେ ତନିସ୍କର ଆଞ୍ଚଳିକ ବ୍ୟବସାୟ ପ୍ରବନ୍ଧକ(ପୂର୍ବ) ଆଲୋକ ରଞ୍ଜନ କହିଛନ୍ତି, ଚଳିତ ତ୍ରୈମାସରେ ଥିବା ବିବାହ ଋତୁକୁ ନେଇ ଆମେ ଅତ୍ୟନ୍ତ ଆଶାବାଦୀ ଅଛୁ। ଏପରିକି ବିବାହ ଗହଣା ସେଗ୍‌ମେଣ୍ଟରେ ବୃହତ୍‌ ଚାହିଦା ଆଶା କରୁଥିବାବେଳେ ଭାରତର ପାରମ୍ପରିକ ବିବାହରେ ସୁନାଗହଣା ଏକ ଅବିଚ୍ଛେଦ୍ୟ ଅଂଶ ସହ ଏ ବର୍ଗରେ ବ୍ୟାପକ ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଇକରେ ବୁହାହେଲା ମୃତଦେହ: ଅଭାବନୀୟ ଚିତ୍ରର ଭିଡିଓ ହେଉଛି ଭାଇରାଲ

ବଲାଙ୍ଗୀର,୨୪।୮(ସୁନିଲ କୁମାର ମହାନ୍ତି): ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ସରକାରୀ ହସ୍ପିଟାଲରୁ ଆସିଛି ଅଭାବନୀୟ ଚିତ୍ର। କଣ୍ଟାବାଞ୍ଜି ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଖଇରପଦର ଗାଁର ୧୨ ବର୍ଷୀୟା…

ଗହମକୁ ନେଇ ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି: ବର୍ଷେ ପରେ ହଟିଲା କଟକଣା

ନୂଆଦିଲ୍ଲୀ,୨୪।୮: ଭାରତ ସରକାର ଗହମ ରପ୍ତାନି ଉପରେ ଲାଗିଥିବା କଟକଣାକୁ ହଟାଇ ଦେଇଛନ୍ତି। ଡାଇରେକ୍ଟରେଟ ଜେନେରାଲ ଅଫ ଫରେନ ଟ୍ରେଡ (DGFT) ପକ୍ଷରୁ ଜାରି ନୋଟିଫିକେସନରେ ଏହି…

କୁରୁଗୁଡା-ମୁର୍ଲାପଦର ମୁଖ୍ୟ ରାସ୍ତାରେ ୫ଫୁଟ୍‌ର ପାଣି, ଯୋଗାଯୋଗ ବିଛିନ୍ନ

ଜୁନାଗଡ଼, ୨୪ା୮(ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲାରେ ଗତ ଦୁଇଦିନ ଧରି ଲଗାଣ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଏଥିଯୋଗୁ ବିଭିନ୍ନ ନଦୀନାଳରେ ଜଳସ୍ତର ବୃଦ୍ଧି ପାଇଛି।…

ବଜାରରେ ସରିଯିବ ପିଆଜ! ଦର ବଢ଼ିବା ମଧ୍ୟରେ ସରକାର କହିଲେ…

ନୂଆଦିଲ୍ଲୀ,୨୪।୮: ପିଆଜ ଦର ବଢ଼ୁଥିବା ମଧ୍ୟରେ ଏହାର ଯୋଗାଣ ବଢ଼ାଇବା ପାଇଁ ସରକାର ପଦକ୍ଷେପ ତ୍ୱରାନୱିତ କରିଛନ୍ତି। ସରକାର କହିଛନ୍ତି ଯେ, ଦେଶରେ ବର୍ତ୍ତମାନ ପିଆଜର ପର୍ଯ୍ୟାପ୍ତ…

ଦିଗପହଣ୍ଡିରେ ଶ୍ରୀଗଣେଶ ପୂଜା ମହୋତ୍ସବ ପାଇଁ ଶୁଭଖୁଣ୍ଟି ସ୍ଥାପନ

ଦିଗପହଣ୍ଡି, ୨୪।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ବଜାରସାହି ପୂଜା କମିଟି ପକ୍ଷରୁ ୪୬ତମ ଗଣେଶ ପୂଜା ମହୋତ୍ସବ ନିମନ୍ତେ ସୋମବାର ବଜାର…

କଲମ୍ବୋ ଟେଷ୍ଟରେ ଜୁରେଲଙ୍କ ଅପରାଜିତ ଶତକ, ଦୃଢ଼ ସ୍ଥିତିରେ ଟିମ୍‌ ଇଣ୍ଡିଆ

କଲମ୍ବୋ,୨୪ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଭାରତ ଦୃଢ଼ ସ୍ଥିତିରେ ରହିଛି। ମ୍ୟାଚ୍‌ର ପ୍ରଥମ ଦିନ ଦେବଦତ୍ତ…

ମୋଦିଙ୍କୁ ପ୍ରଶଂସାରେ ପୋତିଲେ ପୁଟିନ: ଦେଲେ ସବୁ ଶ୍ରେୟ

ମସ୍କୋ,୨୪।୮: ମସ୍କୋରେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସୋମବାର ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଛନ୍ତି। ଏଠାରେ ଉଭୟ ପକ୍ଷ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଗଭୀର…

କାନିଜ୍‌ସା ଓପନ୍‌ ଚେସ୍‌ ଟାଇଟଲ ହାସଲ କଲେ ପ୍ରଣେଶ

କାନିଜ୍‌ସା(ହଙ୍ଗେରୀ),୨୪ା୮: ଜର୍ମାନୀର ଭାଦିମ ପେତ୍ରୋଭସ୍କିଙ୍କ ବିପକ୍ଷରେ ଏକ ରୋମାଞ୍ଚକ ବିଜୟ ହାସଲ କରି ଭାରତୀୟ ଗ୍ରାଣ୍ଡମାଷ୍ଟର ପ୍ରଣେଶ ଏମ୍‌ ସମ୍ମାନଜନକ କାନିଜ୍‌ସା ଓପନ ଚେସ୍‌ ଟାଇଟଲ ହାସଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri