ତନିସ୍କର ପୂଜା କଲେକ୍ସନ ‘ସାଜ୍‌’

ଭୁବନେଶ୍ୱର,୫।୧୦ ପ୍ରମୁଖ ଗହଣା ବ୍ରାଣ୍ଡ୍‌ ତନିସ୍କ ପକ୍ଷରୁ ଏହାର ଏକ୍ସକ୍ଲୁସିଭ ପୂଜା କଲେକ୍ସନ ‘ସାଜ୍‌’ର ଉନ୍ମୋଚନ କରାଯାଇଛି। ସ୍ଥାନୀୟ ଚନ୍ଦ୍ରଶେଖରପୁରସ୍ଥିତ ତନିସ୍କ ଷ୍ଟୋରରେ ତନିସ୍କର ଏବିଏମ୍‌ ଅରିନ୍ଦମ ପ୍ରାମାଣିକ ଏବଂ ଷ୍ଟୋର ପକ୍ଷରୁ ଲିପ୍‌ସା ହଂସ ଉପସ୍ଥିତ ରହି ଏହାକୁ ବଜାର ପ୍ରବେଶ କରାଇଥିଲେ। ପାର୍ବଣକୁ ଧ୍ୟାନରେ ରଖି କମ୍ପାନୀ ଏଭଳି ପଦକ୍ଷେପ ଗ୍ରହଣ କରିଛି। ନୂଆ କଲେକ୍ସନଗୁଡ଼ିକୁ ନିଖୁଣ ଭାବେ ଡିଜାଇନ କରାଯାଇଛି। ଗହଣାଗୁଡ଼ିକ ପାରମ୍ପରିକ ସହ ଅତ୍ୟାଧୁନିକ ଏବଂ ସମସାମୟିକ ଛାପ ରହିଛି। ସେହିଭଳି ପାର୍ବଣ ଉପଲକ୍ଷେ ତନିସ୍କ ଆକର୍ଷଣୀୟ ଅଫର ଘୋଷଣା କରିଛି। ଗ୍ରାହକ ସୁନାର ଗଢ଼ାମୂଲ୍ୟ ଏବଂ ହୀରାର ମୂଲ୍ୟ ଉପରେ ୨୫% ପର୍ଯ୍ୟନ୍ତ ରିହାତି ପାଇପାରିବେ। ଏହି ଅଫର ସୀମିତ ସମୟ ଲାଗି ଉପଲବ୍ଧ ରହିବ। ନୂଆ କଲେକ୍ସନକୁ ତନିସ୍କର ମାଷ୍ଟର କାରିଗରଙ୍କ ଦ୍ୱାରା ଅତ୍ୟନ୍ତ ନିଖୁଣ ଭାବେ ଡିଜାଇନ କରାଯାଇଛି। ବଙ୍ଗାଳୀ ଏବଂ ଓଡିଆ କାରିଗରମାନେ ସାଜ୍‌ର ପ୍ରତ୍ୟେକ ପିସ୍‌କୁ ଡିଜାଇନ କରିଥିବା ବେଳେ ଏହା ମଧ୍ୟରେ ପଟିହାର, ସୀତାହାର, ଚାନ୍ଦବାଲି, ଝୁମକା, ରାଣୀହାର, ବାଲା, ଚୁଡି, ଚୁଡ୍‌, ମନ୍ତସା, ଖଡୁ, ଶଙ୍ଖା ଏବଂ ଆହୁରି ଅନେକ ଗହଣା ଡିଜାଇନ ରହିଛି।
ସିଗ୍‌ନେଚର ତନିସ୍କ ଷ୍ଟାଇଲରେ ଏସବୁକୁ ପ୍ରସ୍ତୁତ କରାଯାଇଛି। ନୂଆ କଲେକ୍ସନ ମାତ୍ର ୧୦ ହଜାର ଟଙ୍କାରୁ ଆରମ୍ଭ ହେଉଛି। ଓଡ଼ିଶାରେ ଥିବା ସମସ୍ତ ତନିସ୍କ ଷ୍ଟୋରରେ ଏହା ଉପଲବ୍ଧ ହେବ। ‘ଉତ୍ସବ ଆମର, ସାଜସଜ୍ଜା ବି ଆମର’ କ୍ୟାମ୍ପେନ ଜରିଆରେ ତନିସ୍କ ଓଡ଼ିଆ ମହିଳାଙ୍କୁ ନିଜ ପାଇଁ ଉପଯୁକ୍ତ ସାଜ୍‌ ପସନ୍ଦ କରିବାକୁ ଅନୁରୋଧ କରିଛି। ଏଥି ସହିତ ଚଳିତ ପାର୍ବଣରେ ଘରକୁ ସମୃଦ୍ଧି ଆଣିବାରେ ଏହା ଯୋଗଦାନ ରଖିବ ବୋଲି ଷ୍ଟୋର ପକ୍ଷରୁ ସୂଚନା ଦିଆଯାଇଛି। ପ୍ରତ୍ୟେକ ଓଡିଆ ମହିଳାଙ୍କୁ ସଜେଇବା ଲାଗି ଏଭଳି ବିଭିନ୍ନ ଡିଜାଇନ ପ୍ରସ୍ତୁତ କରାଯାଇଥିବା ଟାଇଟାନ କମ୍ପାନୀ ଲିମିଟେଡର ପୂର୍ବାଞ୍ଚଳ ବ୍ୟବସାୟ ମୁଖ୍ୟ ଅମିତ ଧରାପ କହିଛନ୍ତି। ୧୫୦ ଗହଣା ପିସ୍‌ ଏହି କଲେକ୍ସନରେ ରହିଛି, ଯାହା ପାର୍ବଣକୁ ଉତ୍ସବମୁଖର କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବଶୀଘ୍ର ମୁକେଶ ଅମ୍ବାନୀଙ୍କ ଦୁନିଆରେ ଜୀବନ ବିତାଇବେ ଆପଣ, ଜାଣନ୍ତୁ କାରଣ

ମୁମ୍ବାଇ,୨୪ା୪: ଭାରତରେ ଏକ ବଡ ସଂଖ୍ୟକ ଲୋକେ ସେମାନଙ୍କର ଦୈନନ୍ଦିନ ଜୀବନ ଖୁବ ଶୀଘ୍ର ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଦ୍ୱାରା ପରିଚାଳିତ...

କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଉପରେ କଟକଣା ଲଗାଇଲା ଆରବିଆଇ: ନୂଆ ଗ୍ରାହକ ଯୋଡ଼ିବା, କ୍ରେଡିଟ୍ କାର୍ଡ ଦେବା ଉପରେ ଲାଗିଲା ରୋକ

ମୁମ୍ବାଇ,୨୨ା୪: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ବୁଧବାର ମହିନ୍ଦ୍ରା ବଡ଼ କଟକଣା ଲଗାଇଛନ୍ତି। କଟକଣା ଲାଗିବା ପରେ ବ୍ୟାଙ୍କ ଏବେ ଅନଲାଇନ୍, ମୋବାଇଲ ବ୍ୟାଙ୍କିଙ୍ଗ ମାଧ୍ୟମରେ ଆଉ...

ଜୋକୋଭିଚ୍‌, ବୋନମାଟିଙ୍କୁ ଲୌରିଅସ ପୁରସ୍କାର

ମାଡ୍ରିଡ୍‌, ୨୪ା୪ (ଏପି): ସମ୍ମାନଜନକ ଲୌରିଅସ୍‌ ଓ୍ବାଲର୍‌ଡ ସ୍ପୋଟର୍‌ସ ଆଓ୍ବାର୍ଡ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗତବର୍ଷ ପ୍ରଥମଥର ମହିଳା ବିଶ୍ୱକପ୍‌ ଜିତିଥିବା ସ୍ପେନ୍‌ ଦୁଇଟି ପୁରସ୍କାର...

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୨୪।୪: କ୍ରମାଗତ ୩ୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିଛି। ଏପରିକି ଚଳିତ ସପ୍ତାହର ୨ୟ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ...

ପ୍ରବୀଣ ଟିପିଡବ୍ଲ୍ୟୁଓଡିଏଲ୍‌ର ନୂତନ ସିଇଓ

ଭୁବନେଶ୍ୱର,୨୪।୪: ଟିପି ଓ୍ବେଷ୍ଟର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିଡବ୍ଲ୍ୟୁଓଡିଏଲ୍‌) ର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ପ୍ରବୀଣ କୁମାର ବର୍ମା ନିକଟରେ ଦାୟିତ୍ୱ ଗ୍ରହଣ...

ଲାଲଚାନ୍ଦ୍‌ ଜୁଏଲର୍ସର ଗୋଲ୍ଡ ଲକ୍‌ ଅଫର

ଭୁବନେଶ୍ୱର,୨୪।୪(ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅକ୍ଷୟ ତୃତୀୟା ଉପଲକ୍ଷେ ଲାଲ୍‌ଚାନ୍ଦ୍‌ ଜୁଏଲର୍ସର ଆକର୍ଷଣୀୟ ଅଫର ଓ ଅଗ୍ରିମ ବୁକିଂ ସମ୍ପର୍କରେ ଘୋଷଣା...

ଆଇଟି କମ୍ପାନୀରେ କମୁଛି ନିଯୁକ୍ତି

ଭୁବନେଶ୍ୱର,୨୪।୪(ଅନୁରାଧା ମହାରଣା): ଲୋକଙ୍କୁ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ଶୀର୍ଷରେ ଥିବା ଆଇଟି ସଂସ୍ଥାଗୁଡ଼ିକର ସ୍ଥିିତି ଭଲ ନାହିଁ। ବିଶ୍ୱର ବଡ଼ ବଡ଼ ବୈଷୟିକ କମ୍ପାନୀଗୁଡ଼ିକରେ ଛଟେଇ...

ବେଦାନ୍ତ ଆଲୁମିନିୟମରେ ଓ୍ବାର୍ଲଡ ଆର୍ଥ ଡେ

ନୂଆଦିଲ୍ଲୀ,୨୩।୪: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ପରିସରରେ ଓ୍ବାର୍ଲଡ ଆର୍ଥ ଡେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri