ରଥଯାତ୍ରା ଉପଲକ୍ଷେ ‘ତନେଇରା’ର ଗୋଲ୍ଡ କଏନ୍‌ ଅଫର, ୨୦,୦୦୦ଟଙ୍କାର ଶପିଂ ଉପରେ…

ଭୁବନେଶ୍ବର,୪।୭ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଟାଟା ଗ୍ରୁପ୍‌ର ଅଗ୍ରଣୀ କମ୍ପାନୀ (ବ୍ରାଣ୍ଡ୍‌) ‘ତନେଇରା’ର ବହୁ ପ୍ରତୀକ୍ଷିତ ‘ଗୋଲ୍ଡ କଏନ’ (ସୁନା ମୁଦ୍ରା) ଅଫରର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ପରିପ୍ରେକ୍ଷୀରେ ତନେଇରାର ଭୁବନେଶ୍ୱର ଆଉଟ୍‌ଲେଟ୍‌ ପକ୍ଷରୁ ବୁଧବାର ଏକ ଖବରଦାତା ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏହି ଅବସରରେ ତନେଇରାର ବିଏମ୍‌ (ଇଷ୍ଟ) ସୁମିତ ଘୋଷ, ଏବିଏମ୍‌ (ଇଷ୍ଟ) ନୀତୀଶ ପରାସରୀ ଏବଂ ବିଏ ମାଣିକ ହଂସ ପ୍ରମୁଖ ଯୋଗଦେଇ ଉଭୟ ଅଫର ଓ ନୂତନ କଲେକ୍ସନ ସହିତ ସମ୍ମିଳନୀର ଆଭିମୁଖ୍ୟ ସମ୍ପର୍କରେ ବିସ୍ତୃତ ଆଲୋକପାତ କରିଥିଲେ।

ଉଲ୍ଲେଖଯୋଗ୍ୟ, ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ତନେଇରା ପକ୍ଷରୁ ଆକର୍ଷଣୀୟ ‘ଗୋଲ୍ଡ କଏନ’ ଅଫର ଆରମ୍ଭ କରାଯାଇଛି। ଏହି ଅଫର ୨୦୨୪ ଜୁଲାଇ ୪ ରୁ ୮ ପର୍ଯ୍ୟନ୍ତ ଉଭୟ ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ୍‌ ଛକ ଏବଂ କଟକର ସିଡିଏ-୬ ଠାରେ ଥିବା ତନେଇରା ଷ୍ଟୋରରେ ଉପଲବ୍ଧ। ଏପରିକି ୨୦,୦୦୦ ଟଙ୍କା କିମ୍ବା ତଦ୍ଦୂର୍ଦ୍ଧ୍ୱ ମୂଲ୍ୟର ଶପିଂ ଉପରେ ଗ୍ରାହକ ୦.୨ଗ୍ରାମ ଯୁକ୍ତ ତନିସ୍କ ଗୋଲ୍ଡ କଏନ୍‌ ପାଇପାରିବେ। ସେହିଭଳି ତନେଇରାରେ ଗ୍ରାହକ ସମ୍ବଲପୁରୀ, ଗୋପାଳପୁର ଟସର ସିଲ୍‌କ, କାଞ୍ଜିଭରମ ସମେତ ବନାରସୀଠାରୁ ଆରମ୍ଭକରି ବିଳାସପୂର୍ଣ୍ଣ ବେଙ୍ଗଲ ସିଲ୍‌କ, ମୁର୍ଶିଦାବାଦ ସିଲ୍‌କ, ସାଉଥ୍‌ ସିଲ୍‌କ ଏବଂ ଏମ୍ବ୍ରୋଡୋରି ସିଲ୍‌କ ଓ କଟନ ଆଦିର ସ୍ବତନ୍ତ୍ର ଉତ୍ପାଦମାଳା ପାଇପାରିବେ। ଏପରିକି ତନେଇରାରେ ଭାରତର ୧୦୦ରୁ ଊର୍ଦ୍ଧ୍ୱ ବୟନ କ୍ଲଷ୍ଟରରୁ ଶୁଦ୍ଧ ଏବଂ ପ୍ରାକୃତିକ ଫ୍ୟାବ୍ରିକ୍ସରେ ପ୍ରସ୍ତୁତ ବ୍ୟାପକ ସମ୍ଭାର ଉପଲବ୍ଧ। ସେହିପରି ସେଲିବ୍ରେଶନ୍‌କୁ ବଢ଼ାଇବା ପାଇଁ ତନେଇରା ଭାରତର କୋଣ ଅନୁକୋଣରୁ ସର୍ବଶ୍ରେଷ୍ଠ କାରିଗରିକୁ ଗୋଟିଏ ଛାତ ତଳେ ଉପଲବ୍ଧ କରାଇଛି। ଏପରିକି ପ୍ରତ୍ୟେକ ହାତ ତିଆରି ଡ୍ରେପ୍‌ ସଠିକତା ଏବଂ ଆବେଗର ମିଶ୍ରଣ ହୋଇଥିଲାବେଳେ ଏହା ଭାରତର ବିବିଧ ବୟନ ଐତିହ୍ୟକୁ ପ୍ରଦର୍ଶିତ କରୁଛି। ଅପରପକ୍ଷରେ ଓଡ଼ିଶାର ସମସ୍ତ ତନେଇରା ଷ୍ଟୋରରୁ ଗ୍ରାହକ ସିଗ୍‌ନେଚର କଲେକ୍ସନ ଅନ୍ତର୍ଗତ ଆକର୍ଷଣୀୟ ଶାଢ଼ି ସହିତ ଅତି ସୁନ୍ଦର ରେଡି-ଟୁ-ୱେର୍‌ କୁର୍ତ୍ତା ଏବଂ କୁର୍ତ୍ତା ସେଟ୍‌ ପାଇପାରିବେ। ପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ଏହାର ଯାତ୍ରା ପାଇଁ ପ୍ରସ୍ତୁତ ହୋଇଯାଇଥିବା ବେଳେ ଏ ସବୁ ଅଫର ଉତ୍ସବର ଆନନ୍ଦକୁ ବହୁ ଗୁଣା କରିବ।


Enter your email to get our daily news in your inbox.

All Right Reserved By Dharitri.Com

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ଆମେରିକା-ଇରାନ ଯୁଦ୍ଧବିରତି ଭିତରେ ଭାରତର ବଲ୍ଲେବଲ୍ଲେ, ମିଳିଲା ବଡ଼ ଅଫର୍‌

ନୂଆଦିଲ୍ଲୀ,୮।୪: ଗତ କିଛି ସପ୍ତାହ ଧରି, ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ଏବଂ ଭାରତୀୟ ବଜାରକୁ ନିଶ୍ୱାସ ନେବାରେ ବାଧ୍ୟ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

RBI ଗଭର୍ନରଙ୍କ ବଡ଼ ଘୋଷଣା: ରେପୋ ରେଟ୍‌ ଅପରିବର୍ତ୍ତିତ

ନୂଆଦିଲ୍ଲୀ,୮।୪: ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ଥିକ ବର୍ଷ ୨୦୨୭ ପାଇଁ ନୀତି ହାର ଘୋଷଣା କରିଛି। ଲଗାତାର ଦ୍ୱିତୀୟ ବର୍ଷ ପାଇଁ RBI ରେପୋ ରେଟ୍‌କୁ ଅପରିବର୍ତ୍ତିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri