Posted inଜାତୀୟ

ମଦୁରାଇରେ ଚଣ୍ଡିଗଡ଼ ଘଟଣାର ପୁନରାବୃତ୍ତି: ଯୁବତୀଙ୍କ ଅଶ୍ଳିଳ ଭିଡିଓ କରି ପ୍ରେମିକଙ୍କ ପାଖକୁ ପଠାଉଥିଲେ ପ୍ରେମିକା

ମଦୁରାଇ,୨୭ ।୯: ତାମିଲନାଡୁର ମଦୁରାଇରେ ଚଣ୍ଡିଗଡ଼ ଭଳି ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ଡାକ୍ତର ଓ ତାଙ୍କ ପ୍ରେମିକାଙ୍କୁ ପୋଲିସ ଗିରଫ କରିଛି । ଅଭିଯୋଗ ହୋଇଛି କି ଡାକ୍ତରଙ୍କ ପ୍ରେମିକା ତାଙ୍କ ସହ ହଷ୍ଟେଲରେ ରହୁଥିବା ଛାତ୍ରୀଙ୍କ ଅଶ୍ଳିଳ ଭିଡିଓ ଓ ଫଟୋ ତାଙ୍କୁ ପଠାଉଥିଲେ । ପୋଲିସ କହିଛି ଏହି ମାମଲାରେ ରାମନାଥପୁରମ କାମୁଦିରେ ରହୁଥିବା ଡାକ୍ତର ଆଶିକ ଓ ତାଙ୍କ ପ୍ରେମିକା ଜନନୀଙ୍କୁ ଆଇପିସି ଓ ଆଇଟି ଅଧିନିୟମ ଅନୁଯାୟୀ ଗିରଫ କରାଯାଇଛି ।

ହଷ୍ଟେଲରେ ଯେତେବେଳେ ଛାତ୍ରୀମାନେ ଡ୍ରେସ ଚେଞ୍ଜ କରୁଥିଲେ ଅବା ଗାଧୋଉଥିଲେ ସେତିକି ବେଳେ ଜନନୀ ସେମାନଙ୍କର ଭିଡିଓ ଓ ଫଟୋ ଉଠାଇ ହ୍ୱାଟସ୍‌ଆପ ମାଧ୍ୟମରେ ପୁରୁଷ ବନ୍ଧୁ ତଥା ଡାକ୍ତର ଆଶିକଙ୍କ ନିକଟକୁ ପଠାଉଥିଲେ । ହଷ୍ଟେଲର ଅନ୍ୟଜଣେ ସହପାଠୀ ଯେତେବେଳେ ଜଜନୀଙ୍କ ଫୋନ ଚେକ୍ କରୁଥିଲେ ତାଙ୍କୁ ଏ ବିଷୟରେ ଜଣାପଡିବା ସହ ଫୋନରେ କିଛି ଅଶ୍ଳିଳ ଭିଡିଓ ଓ ଫଟୋ ଦେଖିବାକୁ ମିଳିଥିଲା । ଏହାପରେ ଏ ଘଟଣା ସମ୍ପର୍କରେ ହଷ୍ଟେଲ ୱାର୍ଡନଙ୍କୁ ଅବଗତ କରାଯାଇଥିଲା । ଏନେଇ ମଦୁରାଇ ଆନ୍ନା ନଗର ପୋଲିସ ଷ୍ଟେଶନରେ ଅଭିଯୋଗ ହୋଇଥିଲା ।
ସୂଚନାଯୋଗ୍ୟ, ଜନନୀ ଉକ୍ତ ୱାର୍କିଂ ଗର୍ଲସ ଓ ପିଜି ହଷ୍ଟେଲରେ ଗତ ମାର୍ଚ୍ଚ ମାସରୁ ରହି ଆସୁଛନ୍ତି । ସେବେଠାରୁ ସେ ଏଭଳି ଅଶ୍ଳିଳ ଫଟୋ ଓ ଭିଡିଓ ତାଙ୍କ ପ୍ରେମିକ ଆଶିକଙ୍କ ପାଖକୁ ପଠାଇ ଆସୁଛନ୍ତି । ଗୋଟିଏ କ୍ଲିନକରେ ଆଶିକଙ୍କ ସହ କାମ କରୁଥିବା ଜନନୀ ପ୍ରଥମେ ତାଙ୍କ ନିଜର କିଛି ନ୍ୟୁଡ ଫଟୋ ଓ ଭଡିଓ ଆଶିକଙ୍କ ସହ ଶ୍ରେୟାର କରିଥିଲେ । ଉଭୟଙ୍କ ମଧ୍ୟରେ ରିଲେଶନଥିବା ବେଳେ ପରେ ଆଶିକଙ୍କ ଅନୁରୋଧ କ୍ରମରେ ସେ ତାଙ୍କ ହଷ୍ଟେଲ ମେଟ୍‌ଙ୍କ ଫଟୋ ଓ ଭଡିଓ ଆଶିକଙ୍କ ପାଖକୁ ପଠାଉଥିଲେ । ଏବେ ଉଭୟଙ୍କ ଫୋନ ପୋଲିସ ଜବତ କରିଥିବା ବେଳେ ଘଟଣାର ଯାଞ୍ଚ ଆରମ୍ଭ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri