Posted inଜାତୀୟ

ମଦୁରାଇରେ ଚଣ୍ଡିଗଡ଼ ଘଟଣାର ପୁନରାବୃତ୍ତି: ଯୁବତୀଙ୍କ ଅଶ୍ଳିଳ ଭିଡିଓ କରି ପ୍ରେମିକଙ୍କ ପାଖକୁ ପଠାଉଥିଲେ ପ୍ରେମିକା

ମଦୁରାଇ,୨୭ ।୯: ତାମିଲନାଡୁର ମଦୁରାଇରେ ଚଣ୍ଡିଗଡ଼ ଭଳି ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ଡାକ୍ତର ଓ ତାଙ୍କ ପ୍ରେମିକାଙ୍କୁ ପୋଲିସ ଗିରଫ କରିଛି । ଅଭିଯୋଗ ହୋଇଛି କି ଡାକ୍ତରଙ୍କ ପ୍ରେମିକା ତାଙ୍କ ସହ ହଷ୍ଟେଲରେ ରହୁଥିବା ଛାତ୍ରୀଙ୍କ ଅଶ୍ଳିଳ ଭିଡିଓ ଓ ଫଟୋ ତାଙ୍କୁ ପଠାଉଥିଲେ । ପୋଲିସ କହିଛି ଏହି ମାମଲାରେ ରାମନାଥପୁରମ କାମୁଦିରେ ରହୁଥିବା ଡାକ୍ତର ଆଶିକ ଓ ତାଙ୍କ ପ୍ରେମିକା ଜନନୀଙ୍କୁ ଆଇପିସି ଓ ଆଇଟି ଅଧିନିୟମ ଅନୁଯାୟୀ ଗିରଫ କରାଯାଇଛି ।

ହଷ୍ଟେଲରେ ଯେତେବେଳେ ଛାତ୍ରୀମାନେ ଡ୍ରେସ ଚେଞ୍ଜ କରୁଥିଲେ ଅବା ଗାଧୋଉଥିଲେ ସେତିକି ବେଳେ ଜନନୀ ସେମାନଙ୍କର ଭିଡିଓ ଓ ଫଟୋ ଉଠାଇ ହ୍ୱାଟସ୍‌ଆପ ମାଧ୍ୟମରେ ପୁରୁଷ ବନ୍ଧୁ ତଥା ଡାକ୍ତର ଆଶିକଙ୍କ ନିକଟକୁ ପଠାଉଥିଲେ । ହଷ୍ଟେଲର ଅନ୍ୟଜଣେ ସହପାଠୀ ଯେତେବେଳେ ଜଜନୀଙ୍କ ଫୋନ ଚେକ୍ କରୁଥିଲେ ତାଙ୍କୁ ଏ ବିଷୟରେ ଜଣାପଡିବା ସହ ଫୋନରେ କିଛି ଅଶ୍ଳିଳ ଭିଡିଓ ଓ ଫଟୋ ଦେଖିବାକୁ ମିଳିଥିଲା । ଏହାପରେ ଏ ଘଟଣା ସମ୍ପର୍କରେ ହଷ୍ଟେଲ ୱାର୍ଡନଙ୍କୁ ଅବଗତ କରାଯାଇଥିଲା । ଏନେଇ ମଦୁରାଇ ଆନ୍ନା ନଗର ପୋଲିସ ଷ୍ଟେଶନରେ ଅଭିଯୋଗ ହୋଇଥିଲା ।
ସୂଚନାଯୋଗ୍ୟ, ଜନନୀ ଉକ୍ତ ୱାର୍କିଂ ଗର୍ଲସ ଓ ପିଜି ହଷ୍ଟେଲରେ ଗତ ମାର୍ଚ୍ଚ ମାସରୁ ରହି ଆସୁଛନ୍ତି । ସେବେଠାରୁ ସେ ଏଭଳି ଅଶ୍ଳିଳ ଫଟୋ ଓ ଭିଡିଓ ତାଙ୍କ ପ୍ରେମିକ ଆଶିକଙ୍କ ପାଖକୁ ପଠାଇ ଆସୁଛନ୍ତି । ଗୋଟିଏ କ୍ଲିନକରେ ଆଶିକଙ୍କ ସହ କାମ କରୁଥିବା ଜନନୀ ପ୍ରଥମେ ତାଙ୍କ ନିଜର କିଛି ନ୍ୟୁଡ ଫଟୋ ଓ ଭଡିଓ ଆଶିକଙ୍କ ସହ ଶ୍ରେୟାର କରିଥିଲେ । ଉଭୟଙ୍କ ମଧ୍ୟରେ ରିଲେଶନଥିବା ବେଳେ ପରେ ଆଶିକଙ୍କ ଅନୁରୋଧ କ୍ରମରେ ସେ ତାଙ୍କ ହଷ୍ଟେଲ ମେଟ୍‌ଙ୍କ ଫଟୋ ଓ ଭଡିଓ ଆଶିକଙ୍କ ପାଖକୁ ପଠାଉଥିଲେ । ଏବେ ଉଭୟଙ୍କ ଫୋନ ପୋଲିସ ଜବତ କରିଥିବା ବେଳେ ଘଟଣାର ଯାଞ୍ଚ ଆରମ୍ଭ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

ଯୁଦ୍ଧବିରତି ଭିତରେ ଭାରତର ବଡ଼ ବିଜୟ! ୭ବର୍ଷ ପରେ ଚାଇନାକୁ ଦେଲା ଝଟ୍‌କା

ନୂଆଦିଲ୍ଲୀ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ, ବୁଧବାର (୮ ଏପ୍ରିଲ, ୨୦୨୬) ଦିନ ଅଶୋଧିତ ତୈଳ ଭବିଷ୍ୟତରେ ତୀବ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri