ସମ୍ଭାବ୍ୟ ମେଣ୍ଟକୁ ନେଇ ଚର୍ଚ୍ଚା: ଶିବକୁମାର କିମ୍ବା ରେଭନ୍ଥ ଭଳି ନେତା ଥିଲେ

ଭୁବନେଶ୍ୱର,୮।୩: ଆସନ୍ତା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇନାହିଁ। କିନ୍ତୁ ଓଡ଼ିଶାରେ ରାଜନୀତି ରୋଚକ ସ୍ତରରେ । ଚାରିଆଡ଼େ ଆଲୋଚନା ହେଉଛି ଏଠାରେ ବିଜେଡି ଓ ଭାଜପା ମଧ୍ୟରେ ମେଣ୍ଟ ହୋଇପାରେ। ସେଥିପାଇଁ ଉଭୟ ଦଳର ଆଶାୟୀ ଆଶଙ୍କାରେ। ଦୀର୍ଘବର୍ଷ ହେବ ନିଜ ଅଞ୍ଚଳରେ ସଙ୍ଗଠନ କରିଆସିଥିବା ଦୁଇ ଦଳର ଆଶାୟୀଙ୍କ ମଧ୍ୟରୁ କିଏ ଟିକେଟ ପାଇବେ, ସେନେଇ ସେମାନେ ସନ୍ଦିହାନ। ବୁଧବାର ସନ୍ଧ୍ୟାରେ ବିଜେଡି-ଭାଜପା ମେଣ୍ଟ ବିଷୟରେ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ହେବା ପରେ ତାହା ରାଜ୍ୟର କୋଣଅନୁକୋଣକୁ କ୍ଷିପ୍ର ବେଗରେ ବ୍ୟାପିଗଲା। ଗୁରୁବାର ଦିନତମାମ ଗୋଟେ କଥା ଚାଲିଲା ଉପରସ୍ତରରେ ବଡ଼ବଡ଼ିଆ ମେଣ୍ଟ ପାଇଁ କସରତ କରୁଛନ୍ତି, ହେଲେ ତଳସ୍ତରରେ ଉଭୟ ଦଳର କର୍ମୀ ପରସ୍ପରକୁ ଭରସିପାରୁ ନାହାନ୍ତି। କେତେ ଜଣ କହୁଥିବା ଶୁଣିବାକୁ ମିଳିଛି ଯେ, ଏଭଳି ସମୟରେ ଭୋଟ କଂଗ୍ରେସକୁ ଦେଇଦେଲେ ସେମାନେ ପାନେ ପାଆନ୍ତେ। ହେଲେ ଆଉ କିଛି କହିବାକୁ ପଛାଇ ନ ଥିଲେ ଯେ ଏଠି କଂଗ୍ରେସର ସେଭଳି ନେତା କାହାନ୍ତି, ଯାହାଙ୍କୁ ଦେଖି ଭୋଟର ଇଭିଏମ୍‌ ସୁଇଚ୍‌ ଟିପିବେ। କର୍ନାଟକ ଉପମୁଖ୍ୟମନ୍ତ୍ରୀ ଡି. କେ. ଶିବକୁମାର କିମ୍ବା ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ଥ ରେଡ୍ଡୀଙ୍କ ଭଳି ନେତା ଥିଲେ, ଭୋଟଗୁଡ଼ା କଂଗ୍ରେସମୁହାଁ ହୋଇଥାଆନ୍ତା। କିନ୍ତୁ ଏଠାରେ କଂଗ୍ରେସ କହିଲେ ନିରଞ୍ଜନ ଓ ଶରତଙ୍କୁ ବୁଝାଯାଏ, ଯେଉଁମାନେ ସାଧାରଣ ଲୋକଙ୍କଠାରେ ଆଦୌ ଗ୍ରହଣୀୟ ହୋଇପାରୁନାହାନ୍ତି।

କୌଣସି ‘ବି’ ନୁହେଁ, ‘ସି’

ରାଜ୍ୟରେ ଆସନ୍ତା ନିର୍ବାଚନ ପାଇଁ ବିଜେଡି ଏବଂ ଭାଜପା ମଧ୍ୟରେ ମେଣ୍ଟ ସମ୍ଭାବନାକୁ ନେଇ ନାନା ଆଲୋଚନା ହେଉଛି। ଶାସକ ବିଜେଡି ଓ ମୁଖ୍ୟ ବିରୋଧୀ ଭାଜପା ଏକାଠି ଲଢ଼ିବାକୁ ଅନେକେ ନାପସନ୍ଦ କରି ସୋସିଆଲ ମିଡିଆରେ ମନ୍ତବ୍ୟ ଦେଉଛନ୍ତି। ଏଭଳି ସମ୍ଭାବ୍ୟ ମେଣ୍ଟକୁ କେହି କେହି ଚୋର-ପୋଲିସ ମେଣ୍ଟ ଆଖ୍ୟା ଦେଉଥିବାବେଳେ କିଏ କିଏ କହୁଛନ୍ତି, ଏହା ମେଣ୍ଟ ନୁହେଁ, ପରସ୍ପର ମଧ୍ୟରେ ଆତ୍ମସମର୍ପଣ। ସେହିପରି ଅନେକେ ମନ୍ତବ୍ୟ ଦେଉଛନ୍ତି ଯେ ଏଥର ନିର୍ବାଚନରେ କୌଣସି ‘ବି’ (ବିଜେଡି, ବିଜେପି) ନୁହେଁ, ‘ସି’ (କଂଗ୍ରେସ)କୁ ପସନ୍ଦ କରିବୁ। କଂଗ୍ରେସ ହିଁ ଶାସକ ଦଳର ବିକଳ୍ପ ହୋଇପାରିବ ବୋଲି ସେମାନେ କହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

RBIର ବଡ଼ ଘୋଷଣା: UPI ଓ QR କୋଡ ବ୍ୟବହାରକାରୀ ସାବଧାନ! ୧୫ ସେପ୍ଟେମ୍ବରରୁ ବ୍ଲକ ହୋଇଯିବ ଆକାଉଣ୍ଟ

ନୂଆଦିଲ୍ଲୀ: ଯଦି ଆପଣ ଜଣେ ଛୋଟ ବ୍ୟବସାୟୀ ଏବଂ ଦୋକାନରେ QR କୋଡ କିମ୍ବା UPI ମାଧ୍ୟମରେ ପେମେଣ୍ଟ ଗ୍ରହଣ କରୁଛନ୍ତି, ତେବେ ଏହି ଖବର ଆପଣଙ୍କ…

ସରକାରୀ କର୍ମଚାରୀଙ୍କ ବଢ଼ିବ ଦରମା! ସାମ୍ନାକୁ ଆସିଲା ୮ମ ବେତନ ଆୟୋଗର ନୂଆ ଅପଡେଟ୍

ନୂଆଦିଲ୍ଲୀ,୮।୯: କେନ୍ଦ୍ରୀୟ କର୍ମଚାରୀ ଓ ପେନସନ୍‌ଭୋଗୀଙ୍କ ପାଇଁ ୮ମ ବେତନ ଆୟୋଗର ଆଲୋଚନା ଜୋରଦାର ହୋଇଛି। ଆୟୋଗ ୭ ଓ ୮ ସେପ୍ଟେମ୍ବରରେ ଚେନ୍ନାଇରେ କର୍ମଚାରୀ ସଂଗଠନ,…

ଗୁଣପୁର ବଂଶଧାରାରେ ଦ୍ୱିତୀୟ ସେତୁ ପାଇଁ ଦାବି ଜୋରଦାର: ମନ୍ତ୍ରୀଙ୍କୁ ସ୍ମାରକପତ୍ର…

ଗୁଣପୁର, ୮।୯ (ସୁଜାତା ପାଢ଼ୀ): ଗୁଣପୁର ବଂଶଧାରା ନଦୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣ ଦାବିରେ ରାଜ୍ୟ ସରକାରଙ୍କ ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ…

ରାହୁଲ ଗାନ୍ଧୀଙ୍କୁ ବଡ଼ ଝଟକା ଦେଲେ ହାଇକୋର୍ଟ, ପିଏମ୍‌ ମୋଦିଙ୍କୁ ନେଇ…

ନୂଆଦିଲ୍ଲୀ, ୮।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ମନ୍ତବ୍ୟକୁ ନେଇ ଚାଲିଥିବା ମାନହାନି ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ବଡ଼ ଝଟକା ଲାଗିଛି। ମଙ୍ଗଳବାର (ସେପ୍ଟେମ୍ବର…

ଗାଡ଼ିର ଚାଲାଣ ଭରିନାହାନ୍ତି କି? ଏହିଦିନ ମିଳିବ ବଡ଼ ସୁଯୋଗ, କମ୍‌ ଟଙ୍କାରେ କରନ୍ତୁ ସମାଧାନ

ନୂଆଦିଲ୍ଲୀ,୮।୯: ରାସ୍ତାରେ ଟ୍ରାଫିକ ନିୟମ ଏବେ ଅଧିକ କଡ଼ା ହୋଇଛି। ଅଜାଣତରେ କିମ୍ବା ଭୁଲ୍‌ବଶତଃ ଗାଡ଼ିର ଇ-ଚାଲାଣ କଟିଯିବା ସାଧାରଣ କଥା। ଅନେକ ସମୟରେ ଚାଲାଣ ରାଶି…

ଦୁର୍ଗାପୂଜାରେ ବାଜିବ ନାହିଁ ଡିଜେ, ଅଷ୍ଟମୀ ହେବ ‘ଡ୍ରାଏ ଡେ’…, ମମତାଙ୍କ ନିଷ୍ପତ୍ତିକୁ ବଦଳାଇ ଦେବ ଭାଜପା ସରକାର

କୋଲକାତା,୮।୯: ଅକ୍ଟୋବର ୧୧ରେ ସାରା ଦେଶରେ ନବରାତ୍ରି ପର୍ବ ଆରମ୍ଭ ହେବ। ଏହି ଅବସରରେ ପଶ୍ଚିମବଙ୍ଗର ଦୁର୍ଗାପୂଜା ପାଇଁ ମଧ୍ୟ ପ୍ରସ୍ତୁତି ଚାଲିଛି। ୭୫ ବର୍ଷ ପରେ…

‘ଲାଜ ଲାଗୁନି…’, କଙ୍ଗନାଙ୍କ ମୁଣ୍ଡକୁ ଉଠିଗଲା ରାଗ: ଅଧିକାରୀଙ୍କୁ ମନ ଇଚ୍ଛା ଶୁଣାଇଦେଲେ

ମଣ୍ଡି,୮।୯: ହିମାଚଳ ପ୍ରଦେଶର ମଣ୍ଡିରୁ ଭାଜପା ସାଂସଦ କଙ୍ଗନା ରାଣାୱତ ଜିଲା ବିକାଶ ସମନୱୟ ଓ ନିରୀକ୍ଷଣ କମିଟି (ଦିଶା) ବୈଠକରେ ଅଧିକାରୀଙ୍କ କାର୍ଯ୍ୟଶୈଳୀକୁ ନେଇ କଡ଼ା…

୫ ଓରାଙ୍ଗଉଟାନଙ୍କୁ ଆଣିବା ପାଇଁ ନନ୍ଦନକାନନରୁ ବାହାରିଲା ଏକ ଟିମ୍ : ଅନ୍ତର୍ଜାତୀୟ ସ୍ମଗଲିଂ ସନ୍ଦେହ

ନନ୍ଦନକାନନ,୮।୯: ଓଡ଼ିଶାରେ କେବେ ଓରାଙ୍ଗଉଟାନ ଦେଖାଯାଇଥିବା ନଜିର ନ ଥିବା ବେଳେ ବାଲେଶ୍ୱର ଜିଲା ଭୋଗରାଇ ଅଞ୍ଚଳରୁ ୫ଟି ଓରାଙ୍ଗଉଟାନ ଠାବ ହେବା ଘଟଣାକୁ ନେଇ ଚାଞ୍ଚଲ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri